OMG!ପହଁରିବା ପାଇଁ ପାଣିରେ ପଶିଲେ ,ହେଲେ ହଠାତ ଆସିଲା ବିରାଟ ସାପ ..ଆଉ ତାପରେ ଯାହା ହେଲା ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପାଣିରେ ପହଁରିବା କାହାକୁ ବା ପସନ୍ଦ ନୁହେଁ। ତାହା ପୁଣି ଖରା ଦିନରେ ତାହାଲେ ପହଁରିବା ବେଳର ମଜା ତ ଦୁଇ ଗୁଣା ବଢିଯିବ। ଖରାଦିନେ ପହଁରିବା ଠାରୁ ଆନନ୍ଦ ଦାୟକ କଣ ହୋଇପାରେ। ପହଁରିବା ପାଇଁ କୌଣସି ସ୍ୱଇମିଙ୍ଗ ପୁଲ ହେଉ ଅବା କୌଣସି ସମୁଦ୍ର କୂଳ ଅଥବା ଗାଁର ବଡ ପୋଖରୀ ସବୁଠି ଭରି ରହିଛି ଖୁବ୍ ଆନନ୍ଦ ।

ପହଁରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ରୂପେ ବ୍ୟାୟାମ କରିବା ସହିତ ମୁଣ୍ଡର ଷ୍ଟ୍ରେସକୁ ମଧ୍ୟ କମାଇ ଦେଇଥାଏ।ଥଣ୍ଡା ପବନ, ହାଲୁକା ସୂର୍ଯ୍ୟ କିରଣ ଆଉ ବରଫ ଭଳି ପାଣିର ମଜା ଉଠାଇବା ପାଇଁ ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । କିନ୍ତୁ ଅନ୍ୟ ପକ୍ଷରେ ନଦୀରେ ଗାଧୋଇବା ବେଳେ ବିଷାକ୍ତ ଜନ୍ତୁର ବି ଅନେକ ଭୟ ରହିଛି । କିନ୍ତୁ ତଥାପି କିଛି ଲୋକ ଏହାକୁ ଖାତିର ନକରି ନଦୀରେ ବୁଡ଼ ପକେଇ ଗାଧୋଇବାକୁ ଖୁବ ପସନ୍ଦ କରନ୍ତି।

 ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଭିଡିଓ ସମ୍ନାକୁ ଆସିଛି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।ଭିଡିଓ ଦେଖିବାକୁ ମିଳୁଛି କିଛି ବିଦେଶୀ ମାନେ ପହଁରିବାର ମଜା ନେଉଛନ୍ତି। ନଦୀର ପାଣି ଖୁବ ସଫା ମଧ୍ୟ ଦେଖାଦେଉଛି । ଆଉ ଈଷତ୍ ନୀଳ ରଙ୍ଗର ଦେଖା ଯାଉଛି।

ସମସ୍ତେ ଠିକ୍ ମଜା ନେଉଥିବା ସମୟରେ ପାଣିରେ ଏକ ବିଶାଳ ସାପ ମାଡି ଆସୁ ଥିବାର ଦେଖିବାକୁ ମିଳୁଛି।ଜଣେ ପିଲା ପାଣିରେ ଖୁବ୍ ମଜା ନେଇ ପହଁରିବାରେ ଲାଗିଛି କିନ୍ତୁ ହଠାତ୍ ସାପଟି କଉଠୁ ଆସିଲା କେଜାଣି ପିଲାଟି ଆଡକୁ ତୀବ୍ର ଗତିରେ ମାଡ଼ି ଆସୁଛି।

ତେବେ ଆପଣ ଥରେ ଚିନ୍ତା କରନ୍ତୁ ଏଭଳି ପରିସ୍ଥିତିରେ କଣ କରାଯାଇ ପାରେ। ଯଦି ଆପଣ ପାଣିରେ ପହଁରୁ ଥିବେ ଏବଂ ସାମ୍ନାରୁ ଏକ ସାପ ଆପଣଙ୍କ ଆଡକୁ ମାଡି ଆସିବ ଆପଣ ସେତେବେଳେ କଣ କରିବେ। ତେବେ ପିଲାଟି ଯେତେବେଳେ ପହଁରିବା ସମୟରେ ସାପଟି ମାଡି ଆସିଛି ପିଲାଟି ସେତେବେଳେ ତରତର ହୋଇ ପାଣି ଭିତରୁ ବାହାରି ଆସୁଛି। ଆଉ ପାଣିରୁ ବାହାରି ଆସିବା ପରେ ପକେଟରୁ ମୋବାଇଲ ବାହାର୍ କରି ସାପର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରୁଛି।

ପିଲାଟି କିନ୍ତୁ ସାହସର ସହିତ ଭିଡିଓ ସୁଟ କରି ନିଜ ଚପଲକୁ ନିଜ ହାତରେ ଧରି ସେଠିଥିବା ବଡ ବଡ ପଥର ଉପରେ ଛିଡା ହୋଇଯାଉଛି । କିନ୍ତୁ ଦୃଶ୍ୟର ଭିଡିଓ କରିବା ଜାରି ରହିଛି । କିଛି ସେକେଣ୍ଡର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।

ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଯାହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଭିଡିଓକୁ ନେଇ ଅନ୍ୟ କେତେକ ୟୁଜର୍ସ ମାନେ ବି ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି ।ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।