mouse out – ( ମୂଷା ) ଘର ଛାଡି ପଳେଇବେ,ଘରୋଇ ଉପାୟ| କରନ୍ତୁ ଏହି ଉପଚାର…..

ମଶା ଓ ମୂଷା ଆପଣ ପାଇଁ କାଳ ହୋଇଥାନ୍ତି । ଘରେ ମଶା ଥିଲେ କଣ ରୋଗ ସୃଷ୍ଟି କରନ୍ତି ତାହା ତ ସମସ୍ତଙ୍କୁ ଜଣା । ହେଲେ ମୂଷା ଘରେ ଥିଲେ ସମସ୍ତ ଖାଦ୍ୟ ସାମଗ୍ରୀ ଓ ଲୁଗାପଟା କାଟି ନଷ୍ଟ କରିବା ସହ ବହୁତ ହଇରାଣ କରିଥାନ୍ତି ।

ଯାହାକୁ ନେଇ ଅନେକ ଲୋକ ଖୁବ ଚିନ୍ତାରେ ରୁହନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବତେଇବୁ ଯାହାକୁ ମୂଷା ଯଦି ଖାଇବେ ତେବେ ୩୦ ମିନିଟ ଭିତର ମରିଯିବ ନହେଲେ ଘରଛାଡି ପଳେଇବ ।

ମୂଷା ଘଉଡାଇବା ପାଇଁ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ଟମାଟୋ । ଏହା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ । ପ୍ରଥମେ ଆପଣ ଏକ ଛୋଟ ଚାମୁଚ ନିଅନ୍ତୁ ଓ ସେଥିରେ ଟମାଟୋକୁ ଚାରିଆଡୁ ଅଳ୍ପ ଅଳ୍ପ କରି ପିଟି ଦିଅନ୍ତୁ ଓ ଏହାପରେ ଏକ ଛୁରି ସାହାଯ୍ୟରେ ଟମାଟୋକୁ ମଝିରୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ ।

ବିଶ୍ବାସ କରନ୍ତୁ ଆପଣଙ୍କ ଘରର ଯେଉଁ ଜାଗାରେ ଅଧିକ ମୂଷା ହେଉଛନ୍ତି ଆପଣା ଯଦି ସେହି ଜାଗାରେ ଏହି ଟମାଟୋରେ ତିଆରି ରିମେଡିକୁ ନେଇ ରଖିଦେବେ ତେବେ ମୂଷା ତାକୁ ସହଜରେ ଖାଇଦେବ । ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ । ଏଥିପାଇଁ ଆପଣ ଙ୍କୁ ଆଉ ଦୁଇଟି ସାମଗ୍ରୀର ଆବଶ୍ୟକ ପଡିବ ତାହା ହେଉଛି ଲଙ୍କା ଗୁଣ୍ଡ ଏବଂ ଚିନି ।

ବତାଉଥିବା ଏହି ଘରୋଇ ରିମେଡିକୁ ଖାଇବା ପାଇଁ ମୂଷା ମାନେ ବହୁତ ପସନ୍ଦ କରିଥାନ୍ତି । ପ୍ରଥମେ ଆପଣ ଏକ ଚାମୁଚ ସାହାଯ୍ୟରେ ଅଧ ଚାମୁଚ ଲଙ୍କା ଗୁଣ୍ଡ ନିଅନ୍ତୁ ଓ ଫାଳେ ଟମାଟୋ ମଧ୍ୟରେ ଏହାକୁ ଭଲ ଭାବେ ଧୀରେ ଧୀରେ କରି ପୁରେଇ ଦିଅନ୍ତୁ ।

 ଲଙ୍କା ଗୁଣ୍ଡ ଯେମିତି ବାହାରକୁ ଦେଖା ନଯାଏ ସେମିତି ଏହାକୁ ଚାମୁଚ ସାହାଯ୍ୟ ରେ ଠେଲି ଠେଲି ଭିତରକୁ ପୁରେଇ ଦିଅନ୍ତୁ । ଲଙ୍କା ଗୁଣ୍ଡକୁ ଫାଳେ ଟମାଟୋ ରେ ଭଲ ଭାବେ ଭର୍ତ୍ତି କରିସାରିବା ପରେ ଏବେ ଚିନି ନିଅନ୍ତୁ ଓ ସେହି ଚିନିକୁ ଟମାଟୋ ଉପରେ ଏପରି ବିଛାଇ ରଖନ୍ତୁ ଯେମିତି ଲଙ୍କା ଗୁଣ୍ଡ ଉପର କୁ ଆସିବ ନାହିଁ ।

ଦାବି ଦାବି ଭଲରେ ଟମାଟୋ ଭିତରେ ଚିନି ଥାପି ଦିଅନ୍ତୁ । ଟମାଟୋ ଏବଂ ଚିନି ଖାଇବା କୁ ମୂଷାକୁ ବହୁତ ଲାଗିଥାଏ । ହେଲେ ଆପଣ ଯଦି ଏହିଭଳି ଲଙ୍କା ଗୁଣ୍ଡକୁ ତା’ ମଧ୍ୟରେ ଭର୍ତ୍ତି କରି ଦେବେ ଦେଖିବେ ଆପଣ ଙ୍କ ଘରେ ଆଉ ମୂଷା ରହିବେନି ।

ଏହି ରିମେଡି କୁ ମୂଷା ଖାଇବା ଦ୍ଵାରା ତାଙ୍କୁ ବହୁତ ଅଧିକ ଶୋଷ ଲାଗିଥାଏ ଏବଂ ସେ ପାଗଳ ହୋଇଯାନ୍ତି ।ସେଥି ପାଇଁ ଧ୍ୟାନ ରଖିବେ ଏହି ରିମେଡି ଦେବା ବେଳେ ମୂଷା ପହଞ୍ଚି ପଡ଼ୁଥିବା ଜାଗାରେ ଯେପରି କେଉଁଠି ବି ପାଣି ରହିବନି ।ମୂଷାକୁ ପାଣି ନ ମିଳିଲେ ସେ ମରିଯିବ ନଚେତ ବିକଳରେ ଘରଛାଡି ବାହାରକୁ ପଳାଇବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !