viral video – ସରକାରୀ ଅଫିସ ଭିତରେ କିଙ୍ଗଫିସର ବିୟର ସାଙ୍ଗକୁ କୁରକୁରେ , ଅଫିସ ସମୟରେ ଟେକି ଚାଲିଛନ୍ତି ପେଗ ପରେ ପେଗ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଦେଖନ୍ତୁ ଏହି ଭିଡିଓ ଏଠି ଜଣେ ବ୍ୟକ୍ତି କିଙ୍ଗ ଫିସର୍ ବିୟର ଚାଖଣାର ମଜା ନେଉଛନ୍ତି। ତା ପୁଣି ସରକାରୀ ଅଫିସ ଭିତରେ। ଆଜ୍ଞା ହଁ ଏହା ହେଉଛି ଏକ ସରକାରୀ ଅଫିସ୍ ଭିତରେ ଦୃଶ୍ୟ। ଯେଉଁଠି ଜଣେ ସରକାରୀ କର୍ମଚାରୀ ବସି କିଙ୍ଗ ଫିସର ବିୟରର ମଜା ନେଉଛନ୍ତି।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସରକାରୀ ଅଫିସ ଭିତରେ ଭଲ ବ୍ୟବସ୍ଥା କରିଛନ୍ତି ଏହି ବନାଞ୍ଚଳ ଅଧିକାରୀ ଜଣକ।

ଆଉ ସେପଟେ ଜଙ୍ଗଲରୁ ହାତୀ ଆସି ଗାଁରେ ପଶି ଯାଇଛି ଲୋକଙ୍କ କ୍ଷେତ ବାଡି ନଷ୍ଟ କରିବା ଲୋକଙ୍କ ଜୀବନ ବି ନଉଚି। କିନ୍ତୁ ଏ ବାବୁ ଜଣକ ଏଠି ବିୟର ସାଙ୍ଗକୁ ଚାଖଣର ମଜା ଉଠାଇ ଚାଲିଛନ୍ତି ଓ କି ଆନନ୍ଦ। ଅଫିସ୍ ଭିତରେ ବାବୁଙ୍କ ଏଭଳି ମଦ୍ୟପାନ ବାବୁଙ୍କ କାର୍ଯ୍ୟଶୈଳୀକୁ ଦେଖାଉଛି। କେତେ କର୍ତ୍ତବ୍ୟ ରତ ଏ ବାବୁ ଜଣକ।

 ହାତୀ ଜାଣତକେ ହେଉ କି ଅଜାଣତକେ ଧନଜୀବନ ନଷ୍ଟ କରୁଛି ତାହା ଜଣା ନାହିଁ କିନ୍ତୁ ଏ ବନ ବିଭାଗ କର୍ମଚାରୀ ବାବୁ ଜଣକ ଏପରି ପିଇବା ଦେଖିଲେ ଜଣା ପଡୁଛି ଯେ ଏ ବାବୁଙ୍କ ଏପରି କର୍ତ୍ତବ୍ୟ ପାଇଁ ସହଜରେ ହାତୀ ଅସିତ୍ ଗାଁରେ ପଶି ପାରୁଛି। ତେବେ ଅଫିସ୍ ଚାମ୍ବର ପାଲଟି ଯାଇଛି ମଦ ବାର୍। ବନାଞ୍ଚଳ କର୍ମଚାରୀଙ୍କ ଏ ଅଜବ ନିଶା ତାଙ୍କ ଡିଉଟି ଉପରେ ପ୍ରଶ୍ନ ଉଠାଉଛି। ସେ ନା ନିଜ ଚାକିରୀକୁ ସମ୍ମାନ ଦେଉଛନ୍ତି ନା ନିଜ ଅଫିସକୁ ସମ୍ମାନ ଦେଉଛନ୍ତି।


ତେବେ କୁହାଯାଇଛି ଘଟଣା ଟି କିଛି ଦିନ ତଳର ହୋଇଥିବା ବେଳେ ମୋବାଇଲ ରୁ ମୋବାଇଲକୁ ଘୂରି ବୁଲୁଛି। ଆଉ ଏ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ।

ସେ ତାଙ୍କ ରେଞ୍ଜ ଅଫିସ ଚାମ୍ବର ଭିତରେ ବସି କିଭଳି ଭାବେ ମଦ ପିଉଛନ୍ତି ତାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏ ଭିଡ଼ିଓକୁ ଦେଖିଲେ ଲାଗୁଛି ବାବୁ ଜଣକ କେତେ କର୍ତ୍ତବ୍ୟରତ। ଆଉ ଜନ ସାଧାରଣଙ୍କ କଥା କେତେ ଚିନ୍ତା କରୁଥିବେ। ଆଉ କେଉଁଠି ଆଉ କେଉଁ ସମୟରେ ମଦ ପିଉଛନ୍ତି ତାହାବି ଜଣା ନାହିଁ ବାବୁଙ୍କୁ।

ଆଉ ଏଭଳି କର୍ମଚାରୀ ମାନଙ୍କ ପାଇଁ ହିଁ ହାତୀ ମାନେ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି ଆଉ ଜୀବନ ବି ନେଉଛନ୍ତି। ଆଉ କିଛି ଏଭଳି ଅଫିସର ମଦ ପିଇବାରେ ବ୍ୟସ୍ତ ରୁହନ୍ତି ଏପଟେ। ତେବେ ଏ ଅଫିସରଙ୍କ କାର୍ଯ୍ୟକଳାପ ସତରେ ଖୁବ୍ ନିନ୍ଦନୀୟ।ଏଠାରେ ଜଣେ ସରକାରୀ କର୍ମଚାରୀ ଯେଉଁ କାଣ୍ଡ କରି ବସିଛନ୍ତି ତାହା ଖୁବ୍ ଚିନ୍ତାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।