BEST COMEDY – ତମ ଜିନିଷ ସବୁ ଭଲଅଛି |ଦୟା – ଜୀନାଙ୍କ ଜବରଦସ୍ତ କମେଡି ଦେଖିଲେ ହସି ଗଡ଼ିଯିବେ !! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଯାତ୍ରା ଜଗତ ରେ ଯେପରି ଅଭିନେତା ଓ ଅଭିନେତ୍ରୀ ମୁଖ୍ୟ ସେହି ଭଳି ସବୁ ବେଳେ ନିଜର ଦମଦାର କମେଡି ପାଇଁ ଯାତ୍ରା ଜଗତରେ ହଇଚଇ ସୃଷ୍ଟି କରିଥିବା ଦୟା ଓ ଜିନା ଙ୍କୁ ଏଥର ଯାତ୍ରା ଜଗତ ରେ ଏକ ଭିନ୍ନ ଗେଟ ଅପ ରେ ଦେଖିବା କୁ ମିଳିଛି। ଦୟା ଏବେ ଡ଼ାକ୍ତର ଙ୍କ ରୋଲ୍ କରୁଛନ୍ତି ସେ ଗୋଟେ ଧଳା ରଙ୍ଗର କଷ୍ଟ୍ୟୁମ୍ ପିନ୍ଧି ଯାତ୍ରା ଜଗତ କୁ ହୁଲ ସ୍ତୁଲ୍ କରୁଛନ୍ତି ଦୟା।
ସେହି ପରି ଭରେ ଲଗାତାର ତିନି ଦିନ ଧରି ଖଣ୍ଡଗିରି ଯାତ୍ରା ରେ ଚର୍ଚ୍ଚା ରେ ରହିଛି ସ୍ୱପ୍ନ ମହଲ ର ଯାତ୍ରା ‘ସିଆଇଡି ଦୟା’। ଏଥିରେ ଦର୍ଶକ ମାନେ କମେଡିଆନ୍ ଦୟା ଙ୍କୁ ଚାରୋଟି ଭିନ୍ନ ଭିନ୍ନ ଗେଟ ଅପରେ ଦେଖିବା କୁ ପାଇଛନ୍ତି। ପ୍ରଥମେ ଜଣେ ଜାତୀୟ ସ୍ତର ର ଭିକାରୀ ଏବଂ ତା’ପରେ ପରେଶ ରାୱଲ,ଗର୍ଭବତୀ ଝିଅ ଓ ଡାକ୍ତର ଚରିତ୍ର ରେ ଅଭିନୟ କରି ହସାଇ ହସାଇ ବେଦମ କରୁଛନ୍ତି ଦୟା। ଏହା ମଧ୍ୟରେ କିନ୍ତୁ ଦୟା ଙ୍କ ଡ଼ାକ୍ତର ଚରିତ୍ର ଦର୍ଶକ ଙ୍କୁ ବେଶ୍ ପସନ୍ଦ ଆସିଛି।
ଡ଼ାକ୍ତର ଚରିତ୍ର ରେ ସେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍ ଖାନ ଙ୍କୁ ତାଙ୍କର ବିଷୟ କରିଛନ୍ତି। ଇମ୍ରାନ୍ ତାଙ୍କର ପ୍ରଧାନ ମନ୍ତ୍ରୀ ପଦ ରୁ ଇସ୍ତଫା ଦେଇ ଭାରତ ଆସି ଛନ୍ତି। ଭାରତ ଆସି ଏଠାରେ ସେ ବାଳ ବ୍ୟବସାୟ ଆରମ୍ଭ କରି ଦେଇ ଛନ୍ତି। ଏହା ପରେ ପରେ ଇମ୍ରାନ ଖଣ୍ଡଗିରି ଯାତ୍ରା ଆସି କେମିତି ଟ୍ରାଫିକ୍ ପୋଲିସ୍ ହାତ ରେ ଧରା ପଡୁଛନ୍ତି ତାକୁ ଅତି ମଜାଳିଆ ଢ଼ଙ୍ଗ ରେ ଦର୍ଶକ ଙ୍କ ଆଗ କୁ ଆଣିଛନ୍ତି ଦୟା।
ଦୟା ଙ୍କ ଏ କମେଡି ଛୁଙ୍କ କୁ ଲୋକ ମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି। ତାଙ୍କର କମେଡି ପାଟ୍ ବେଳେ ହୋହାଲ୍ଲାରେ ଲୋକ ମାନେ ଯାତ୍ରା ପରିବେଶ କୁ ଗରମ କରି ଦେଇଛନ୍ତି। ନିଜେ ଦୟା ମଧ୍ୟ ଦର୍ଶକ ଙ୍କ ଏ ଭଲ ପାଇବା କୁ ନେଇ ବହୁତ ଖୁସି ବୋଲି କହିଛନ୍ତି।
ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଙ୍କ କଥା ପଡ଼ିଛି ଖଣ୍ଡଗିରି ଯାତ୍ରା ମଞ୍ଚ ରେ। ପାରମ୍ପରିକ ପାଲା ଗୀତ ସହିତ ଲୋକbମାନେ ଶୁଣୁଛନ୍ତି ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଙ୍କ ମଜାକିଆ କାହାଣୀ। ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍ ଖାନ୍ କ୍ରିକେଟ୍ ଛାଡ଼ି ପ୍ରଧାନ ମନ୍ତ୍ରୀ ହୋଇଛନ୍ତି, ଯାହାକୁ ମଜାଳିଆ ଢ଼ଙ୍ଗ ରେ ପାଲା ଗୀତ ସହିତ ପରିବେଷଣ କରି ଷ୍ଟେଜ୍ ଦୁଲୁ କାଉଛନ୍ତି ଯାତ୍ରା ଜଗତ ର କମେଡି କିଙ୍ଗ୍ ଦୟା।
କିଙ୍ଗ୍ ଦୟା ଡ଼ାକ୍ତର ରୁଲ ବହୁତ ଭଲ ଭାବରେ ଲିଭାଇଛନ୍ତୀ । ଡ଼ାକ୍ତର ରୁଲ ରେ ବିଶେଷ ଭାବରେ ଆକର୍ଷଣୟ କରିଛନ୍ତି ସ୍ବପ୍ନ ମହଲ ରେ ପଦାର୍ପଣ କରିଛନ୍ତି” ତୁମର ଜିନିଷ ସବୁ ଭଲ ଅଛି ତ ” ଏହି କମେଡି ରେ ପରିବେଷଣ କରି ଷ୍ଟେଜ୍ ଦୁଲୁ କାଉଛନ୍ତି ଯାତ୍ରା ଜଗତ ର କମେଡି କିଙ୍ଗ୍ ଦୟା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।