Juani Water – ପ୍ରତିଦିନ ସକାଳୁ ପିଅନ୍ତୁ ( ଜୁଆଣି ପାଣି ) ୧୦ ଟି ଚମତ୍କାରି ଫାଇଦା | ମୂଳରୁ ଶେଷ ହେବ ଏହି ସବୁ ରୋଗ….

ଆପଣ ଚାହା ପିଇବାର ସଉକ ରଖୁଛନ୍ତି ତେବେ ଜାଣି ରଖିବା ଉଚିତ ଦିନକୁ ଅଧିକ ଥର ଚାହା ପିଇବା ଦେହ ପାଇଁ କ୍ଷତି କାରକ ହୋଇଥାଏ l କିନ୍ତୁ ଆପଣଙ୍କ ପାଇଁ ଜୁଆଣି ଚାହା ପିବ ଅତ୍ୟନ୍ତ ଲାଭ ଦାୟକ ଅଟେ l ଜୁଆଣି ପୌଷ୍ଟିକ ଗୁଣରେ ଭରପୁର ହୋଇଥିବା କାରଣରୁ ଏହା ଶରୀର ପାଇଁ ଔଷଧୀୟ ଗୁଣର ଗନ୍ତାଘର ଅଟେ।

ଯୁଆଣୀ ରେ ଭିଟାମିନ-ସି , ମିନେରାଲସ ,ଆଇରନ ସହିତ ଭିଟାମିନ-ଏ ,କ୍ୟାଲସିୟମ ଓ ଓ଼ମେଗା-ଥ୍ରୀ ଇତ୍ୟାଦି ପୌଷ୍ଟିକ ତତ୍ୱ ମିଳିଥାଏ ,ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ l ଆସନ୍ତୁ ଜାଣିବା ଜୁଆଣି ଚାହାର ଶରୀର ପାଇଁ କଣ ଲାଭ ରହିଛି lଜୁଆଣି ରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି ।

ଜୁଆଣି କେବଳ ଖାଦ୍ୟର ସୁଆଦ ବଢାଇ ନ’ଥାଏ, ଏହା ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଜୁଆଣି ଭଳି ଜୁଆଣି ପାଣିର ଆହୁରି ଅଧିକ ଉପକାରିତା ରହିଛି । ଏହା ପୂରା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆସନ୍ତୁ ଏହାର ଉପକାରିତା ସମ୍ପର୍କରେ ନଜର ପକାଇବା ।

– ପ୍ରତିଦିନ ଜୁଆଣି ପାଣି ପିଇବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ ।
ହୃଦରୋଗରୁ ରକ୍ଷା କରିଥାଏ ଜୁଆଣି ପାଣି ।

– ମୁଖ ଜନିତ ରୋଗରୁ ରକ୍ଷା ମିଳିବା ପାଇଁ ଜୁଆଣି ପାଣିର ବ୍ୟବହାର କରାଯାଇଥାଏ । ଏହାକୁ ସବୁଦିନ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଜନିତ କଷ୍ଟ ଏବଂ ମୁଖ ଦୁର୍ଗନ୍ଧରୁ ମଧ୍ୟ ରକ୍ଷା ମିଳିଥାଏ ।

– ଜୁଆଣି ପାଣି ପେଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଖାଦ୍ୟ ହଜମ କରିବାରେ ଜୁଆଣି ପାଣି ରାମବାଣ ପରି କାମ କରିଥାଏ ।


– ଜୁଆଣି ପାଣିକୁ ସବୁଦିନେ ପିଇଲେ ଏହା ଶରୀରର ମେଟାବଲିଜମକୁ ବଢାଇବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ ।

– ଡାଇରିଆ ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ବ୍ୟବହାର କରିବା ଦ୍ୱାରା ରକ୍ଷା ମିଳିଥାଏ ।

– ଜୁଆଣି ପାଣି କୁ ବ୍ୟବହାର କଲେ ଥଣ୍ଡା, କଫ, ଏବଂ ଆଜମା ରୁ ମଧ୍ୟ ମୁକ୍ତି ମିଳିଥାଏ ।କିନ୍ତୁ କିଛି ଲୋକ ଜୁଆଣିର ସ୍ୱାଦକୁ ସହି ନପାରି ସିଧା ସଳଖ ସବେନ କରି ପାରନ୍ତି ନାହିଁ l ଏହିପରି ସମୟରେ ଜୁଆଣି ଚାହା ପିଇବା ହିତକର l

– ଅତ୍ୟଧିକ କାଶ ହେଉଥିଲେ ଜୁଆଣି ପାଣି ସହିତ ଚିମୁଟାଏ କଳା ଲୁଣ ମିଶାଇ ପିଇଲେ କାଶରୁ ମୁକ୍ତି ମିଳିଥାଏ ।

– ସେହି ପରି ମୁଣ୍ଡବ୍ୟଥା ଏବେ ଗୋଟିଏ ବଡ ସମସ୍ୟା । ଏଥିରୁ ଶୀଘ୍ର ଉପଶମ ପାଇବା ପାଇଁ ଜୁଆଣି ପାଣି କୁ ବ୍ୟବହାର କରାଯାଇଥାଏ ।

– ନିଦ୍ରାହିନତାର ଶିକାର ହୋଇ ଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବ ରୁ ଗୋଟିଏ କପ ଜୁଆଣି ପାଣି ପିଇଲେ ନିଦ ଭଲ ହୋଇଥାଏ ।
– ଆର୍ଥରାଇଟିସ ପାଇଁ ଲାଭକାରୀ –ଶରୀର ର ଫୁଲା କୁ କମ କରିବା ପାଇଁ ଓ଼ମେଗା-ଥ୍ରୀ ଫ୍ୟାଟିଏସିଡ ବହୁତ କାମରେ ଆସିଥାଏ l ଜୁଆଣି ଚାହାରେ ଏହି ଓମେଗ ଏସିଡ ଅଧିକ ମାତ୍ରା ରେ ମିଳି ଥାଏ l ସେଥି ପାଇଁ ଜୁଆଣି ଚାହା ଆର୍ଥରାଇଟିସଓ ହୃତ୍ପିଣ୍ଡ ପାଇଁ ହିତକର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।