viral ଭିଡ଼ିଓ -ଓଡ଼ିଶାରେ KGF କୁଇନ ଶ୍ରୀନିଧି,ଭୁବନେଶ୍ୱର ରେ inaugurate jewellery showroom ଉଦଘାଟନ କଲେ ହିରୋଇନ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ..

ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ ଯେ ବଡ ବଡ ବ୍ୟବସାୟୀ ମାନେ ନିଜ ସପ୍ ବା ସୋରୁମର ଉଦ୍ଘାଟନ ପାଇଁ ବଡ ବଡ ସେଲିବ୍ରେଟି ମାନଙ୍କୁ ନିମନ୍ତ୍ରିତ କରିଥାନ୍ତି ଯାହା ଦ୍ଵାରା ଦର୍ଶକ ମାନେ ଆକୃଷ୍ଟ ହୁଅନ୍ତି ଆଉ ସେହି ସୋରୁମକୁ ଯିବା ପାଇଁ ଆଗ୍ରହୀ ହୋଇଥାନ୍ତି। ତେବେ ନିକଟରେ ଏକ ଜୁଏଲାରୀ ସପର ଉଦ୍ଘାଟନ ପାଇଁ ପହଁଚି ଥିଲେ କେଜିଏଫ୍ କୁଇନ ଶ୍ରୀ ନିଧି।

ଓଡ଼ିଶାରେ କେଜିଏଫ ଫିଲ୍ମ ହିରୋଇନ ଶ୍ରୀନିଧି ସେଟ୍ଟୀ । ସୂଚନା ମୁତାବକ ଗତ ରବିବାର ଭୁବନେଶ୍ୱରରେ ଏକ ଜୁଏଲାରୀ ସପର ଉଦ୍ଘାଟନ ହୋଇଥିଲା। ଆଉ ଉଦ୍ଘାଟନରେ ଯୋଗ ଦେଇଥିଲେ କେଜିଏଫ୍ ଅଭିନେତ୍ରୀ ଶ୍ରୀନିଧୀ ସେଟ୍ଟୀ ।

ଭୁବନେଶ୍ୱରର ଏକ ଜୁଏଲାରୀ ସପର ଦ୍ବିତୀୟ ସୋରୁମ ଉଦଘାଟନ ଅବସରରେ ଶ୍ରୀନିଧୀ ଯୋଗ ଦେଇଥିଲେ। ତାଙ୍କ ସହ ଓଲିଉଡ଼ ଅଭିନେତ୍ରୀ ଶିବାନୀ ମଧ୍ୟ ଏହି ଉଦ୍ଘାଟନରେ ସାମିଲ ଥିବାର ଦେଖିବାକୁ ମିଳୁଛନ୍ତି।ତେବେ କେଜିଏଫ୍ କୁଇନ ଶ୍ରୀନିଧି ଓଡିଶା ଆସି ବହୁତ୍ ଖୁସି ଥିବାର କହିଛନ୍ତି।

ସେ ପୁନର୍ବାର ଓଡିଶା ଆସିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ଆଉ କହିଛନ୍ତି ମୁଁ ଆଉଥରେ ଓଡିଶା ଆସିଲେ ଦୁଇ ତିନି ଦିନ ଓଡ଼ିଶାରେ ରହି ପୁରା ଓଡିଶା ବୁଲି ଫେରିବେ। ଆଉ ସେ ସୋରୁମରେ ବହୁତ୍ ଭଲ ଭଲ ପ୍ରଡକ୍ଟ ଥିବାର ମଧ୍ୟ ଜଣାଇଛନ୍ତି ଓ ତାଙ୍କ ଫ୍ୟାନ ମାନଙ୍କୁ ସୋରୁମକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି।


ତେବେ ଓଡିଶାରେ ଶ୍ରୀନିଧିଙ୍କ ଦେଖି ଓଡିଆ ଦର୍ଶକ ମଧ୍ୟ ବେଶ ଖୁସି ଥିବାର ଦେଖିବାକୁ ମିଳୁଛି। ଦର୍ଶକ ମାନେ ଶ୍ରୀନିଧିଙ୍କୁ ଦେଖିବା ପାଇଁ ସପ୍ ରେ ଭିଡ଼ ଜମାଇ ଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି। ଓଡ଼ିଶାରେ ଏହି ଅଭିନେତ୍ରୀଙ୍କ ବହୁତ୍ ଫ୍ୟାନ ରହିଥିବାର ମଧ୍ୟ ଦେଖିବାକୁ ମିଳୁଛି।

ତେବେ ସୂଚନା ମୁତାବକ ଦକ୍ଷିଣ ଭାରତୀୟ ଷ୍ଟାର ୟଶ୍‌ଙ୍କ ସୁପର ଡୁପର ହିଟ୍‌ ଫିଲ୍ମ କେଜିଏଫ୍‌ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି ଶ୍ରୀନିଧି। ସେ କେଜିଏଫ୍‌ରେ ୟଶ୍‌ଙ୍କ ବିପକ୍ଷରେ ହିରୋଇନ୍‌ ହୋଇଥିଲେ। ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଥିଲା। କେଜିଏଫ୍‌ ସୁପରହିଟ୍‌ ହେବା ପରେ ଶ୍ରୀନିଧି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇ ଯାଇଛନ୍ତି। ଶ୍ରୀନିଧିଙ୍କ ଅଭିନୟ ଓ ଲୁକର ଦିୱାନା ହୋଇ ଯାଇଛନ୍ତି ଦର୍ଶକ।

ତେବେ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍’ ଓ ‘କେଜିଏଫ୍-୨’ବହୁତ ବଡ ସଫଳତା ହାସଲ କରିଛି । ବକ୍ସ ଅଫିସରେ ଫିଲ୍ମର ହିନ୍ଦୀ ଭର୍ସନ ମଧ୍ୟ ଦମଦାର କଲେକ୍ସନ କରିଛି। ଏହି ଚଳଚ୍ଚିତ୍ର ବ୍ୟବସାୟର ନୂଆ ମାଇଲଷ୍ଟୋନ୍ ତିଆରି କରି ପାରିଛି।‘କେଜିଏଫ୍-୨’କେବଳ ହିନ୍ଦୀରେ ୪୦୦ କୋଟି ଟଙ୍କା ଉର୍ଦ୍ଧ୍ବ ବ୍ୟବସାୟ କରି ସାରିଛି । ଯାହା ଭାରତୀୟ ସିନେମାରେ ଏକ ବଡ଼ ରେକର୍ଡ କହିଲେ ଭୁଲ ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।