viral ଭିଡ଼ିଓ – ଯୁବତୀ ଜଣକ କହିଲେ ଆମେ ଟାଇମ ପାସ ପାଇଁ ରିଲସ କରୁଛୁ ଆଉ ତାପରେ ଯାହା ହେଲା ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ..

ଡିଜିଟାଲ ଯୁଗରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ। ପିଲା ହୁଅନ୍ତୁ କିମ୍ବା ବୁଢା ଝିଅ ହୁଅନ୍ତୁ କିମ୍ବା ବୋହୂ ସମସ୍ତେ ବ୍ୟସ୍ତ ଏବେ ସୋସିଆଲ ମିଡିଆରେ। ତେବେ ଏସବୁ ମଧ୍ୟରେ ଯାହା ଯଦି ଟ୍ରେଣ୍ଡ କରୁଛି ତାହା ହେଉଛି ଇନଷ୍ଟାଗ୍ରାମର ରିଲସ୍।

ପିଲାଠାରୁ ବୁଢା ପର୍ଯ୍ୟନ୍ତ ଝିଅ ଠାରୁ ବୋହୂ ପର୍ୟ୍ୟନ୍ତ ସମସ୍ତେ ଇନଷ୍ଟାଗ୍ରାମରେ ଫୋଟ ଓ ରିଲସ ପୋଷ୍ଟ କରିବାରେ ବ୍ୟସ୍ତ। ଏହି ଇନଷ୍ଟାଗ୍ରାମର ରିଲସ୍ କୁ ନେଇ ବିଭିନ୍ନ ସମୟରେ ବାଦ ବିବାଦ ମଧ୍ୟ ଦେଖିବାକୁ ମିଳୁଛି। କେତେବେଳେ ମନ୍ଦିର ଭିତରେ ନାଚ ତ କେତେବେଳେ ମନ୍ଦିର ବାହାରେ ନାଚି ବିବାଦ ଘେରକୁ ଆସିଛନ୍ତି ଯୁବତୀ।

 ତେବେ କିଛିଦିନ ତଳେ ଚଉଷଠି ଯୋଗିନୀ ପୀଠରେ ରିଲସ ଭିଡିଓ କରି ବିବାଦ ଘେରକୁ ଆସିଥିଲେ ଜଣେ ଯୁବତୀ। ଯାହାକୁ ନେଇ ବହୁ ମତ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ଚଉଷଠି ଯୋଗିନୀ ପୀଠ ପରିସର ଭିତରେ ଏକ ଆଲବମ ଗୀତରେ ରିଲସ୍ କରିଥିଲେ।

ତେବେ ଆଜିକା ଦିନରେ ଲୋକେ କଳା ସଂସ୍କୃତିକୁ ଭୁଲି ଯାଉଛନ୍ତି। ମନ୍ଦିର ପରି ସ୍ଥାନରେ ଯେଉଁଠିକୁ ଲୋକେ ଶାନ୍ତି ଓ ଶ୍ରଦ୍ଧା ପାଇଁ ଯାଇଥାନ୍ତି ସେହିଭଳି ସ୍ଥାନରେ ଭିଡିଓ କରିବା କେତେ ଜୋର ଠିକ୍ ତାହାକୁ ନେଇ ସାଧାରଣରେ ମତାମତ ନିଆ ଯାଇଥିଲା।


ତେବେ ସେଠାରେ ଜଣେ ଯୁବତୀ ଯାହାଙ୍କ ନାଁ ଥିଲା ସୋନାଲି ବାରିକ ତାଙ୍କୁଙ୍କୁ ପଚରା ଯାଇଥିଲା ଯେ କିଛିଦିନ ତଳେ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ଜଣେ ଯୁବତୀ ମନ୍ଦିର ଭିତରେ ରିଲସ୍ କରିଥିଲେ ତାହାକୁ ଆପଣ କେଉଁ ଦୃଷ୍ଟିରେ ଦେଖୁଛନ୍ତି ଯୁବତୀ ଜଣକ ଠିକ୍ କରିଛନ୍ତି ନା ଭୁଲ୍ ଉତ୍ତରରେ ସୋନାଲି କହିଥିଲେ ସେ ଭୁଲ କରିଛନ୍ତି ମନ୍ଦିର ଭିତରେ ଭିଡିଓ କରିବା କଥା ନୁହେଁ ଯଦିଓ ସେ ଭିଡିଓ କରିଛନ୍ତି ଆଧୁନିକ ଗୀତରେ ଭିଡିଓ ନକରି ଭଜନରେ ଭିଡିଓ କରିବାର ଥିଲା।

ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବତୀ ପ୍ରିୟଙ୍କା ବାରିକଙ୍କୁ ପଚରା ଯାଇଥିଲା ରିଲସକୁ ନେଇ ଯେଉଁ ବାଦ ବିବାଦ ଦେଖା ଯାଉଛି ତାହାକୁ ଆପଣ କେଉଁ ଦୃଷ୍ଟିରେ ଦେଖୁଛନ୍ତି। ଉତ୍ତରରେ ସେ କହିଥିଲେ ମନ୍ଦିରକୁ ଲୋକେ ଶ୍ରଦ୍ଧା ପାଇଁ ପୂଜା କରିବା ପାଇଁ ଯାଉଛନ୍ତି ସେଠାରେ ଏଭଳି ଭିଡିଓ କରିବା ଉଚିତ୍ ନୁହେଁ।ଅନ୍ୟ ଜଣେ ଯୁବତୀ ଶିକ୍ଷା ଜେନାଙ୍କୁ ପଚରା ଯାଇଥିଲା ସେ ମଧ୍ୟ ମନ୍ଦିର ଭିତରେ ରିଲସ୍ କରିବା ଭୁଲ ବୋଲି କହିଥିଲେ।

ତେବେ ସେମାନଙ୍କୁ ପଚାର ଯାଇଥିଲା ରିଲସ୍ କରିବାର ଉଦ୍ଦେଶ୍ୟ କଣ ଉତ୍ତରରେ ଯୁବତୀ ମାନେ କହିଥିଲେ ସେମାନେ ଟାଇମ୍ ପାସ୍ ଓ ଫେମସ ହେବା ପାଇଁ ରିଲସ୍ କରୁଛନ୍ତି। ପାଠ ପଢି ପଢି ବୋର ହୋଇଯିବା ପରେ ସେମାନେ ଟାଇମ୍ ପାସ୍ ପାଇଁ ରିଲସ୍ କରୁଛନ୍ତି। ତେବେ ଆଜିକାଲିର ଯୁବପିଢ଼ିଙ୍କ ମତାମତ କିଛି ଏହିଭଳି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।