🛑EXCLUSIVE : ହାତରେ ପ୍ଲାଷ୍ଟିକ୍‌ ବୋତଲ : ରିପୋର୍ଟର ହୋଇ ନିଜ ସ୍କୁଲର ପୋଲ୍‌ ଖୋଲିଦେଲା କୁନି ପିଲା,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ମାଇକ୍ ପରି ସ୍କୁଲ ହତାରେ ବୁଲି ବୁଲି ଟିଭି ରିପୋର୍ଟର ପରି କୁନି ପିଲାଟିଏ ଗପୁଛି । ଏବେ ସେ ସାରା ଦେଶରେ ଭାଇରାଲ୍ । ସରକାରୀ ସ୍କୁଲ ର ପୋଲ୍‌ ଖୋଲି ଦେଲା କୁନି ରିପୋର୍ଟର । ନିଜ ସ୍କୁଲ ର ଦୁର୍ଦ୍ଦଶା ସମ୍ପର୍କ ରେ ଅନର୍ଗଳ କହିଯାଉଛି ।

ଅଭିଜ୍ଞ ଟିଭି ରିପୋର୍ଟର ଙ୍କ ପରି ନିଜେ ବୁଲି ବୁଲି ଦେଖାଉଛି ସରକାରୀ ସ୍କୁଲ ର ଅବ୍ୟବସ୍ଥା । ସାମ୍ନା ରେ ଥିବା କୁନି ପିଲା ଟି ର ସାଙ୍ଗ ଭିଡିଓ ତିଆରି କରୁଛି । ସୋସିଆଲ ମିଡିଆ ରେ ଏହି ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ୍‌ ହେବା ରେ ଲାଗିଛି । ଏହା ସହ କୁନି ପିଲା ର ରିପୋର୍ଟିଂ କୌଶଳ କୁ ମଧ୍ୟ ଲୋକେ ବେଶ୍‌ ପ୍ରଶଂସା କରୁଛନ୍ତି ।

ଟିଭି ରିପୋର୍ଟର ଙ୍କ ପରି ଗପୁ ଥିବା ପିଲା ଟି ଝାଡ଼ଖଣ୍ଡ ର ଗୋଡା ଜିଲ୍ଲା ର ମହାଗମ ବ୍ଲକ୍ ଅନ୍ତର୍ଗତ ଏକ ସରକାରୀ ସ୍କୁଲ ରେ ସେ ପାଠ ପଢ଼େ । କରୋନା ମହାମାରୀ ପର ଠାରୁ ସ୍କୁଲ୍‌ ଖୋଲିଛି ସତ ପାଠପଢ଼ା ହେଉନି । ଶୌଚାଳୟ କଥା କହିଲେ ନସରେ ।

ଭିତର କୁ ଯାଇ ହେଉନି । ସ୍କୁଲ ର ଅବ୍ୟବସ୍ଥା ସଂପର୍କ ରେ ଜଣାଇବା କୁ ପିଲା ଟି ଅଭିନବ ଉପାୟ ଅବଲମ୍ବନ କରିଛି । ତେବେ ପିଲା ଟି ହାତ ରେ ବୁମ୍ ଭାବରେ ଏକ ପ୍ଲାଷ୍ଟିକ୍ ବୋତଲ ଧରି ସାରା ସ୍କୁଲ ବୁଲି ବୁଲି ଅତି ସୁନ୍ଦର ଭାବରେ ନିଜ କଥା କୁ ଉପସ୍ଥାପନ କରିଛି।

ଏହି ଭାଇରାଲ ଭିଡିଓ ଟି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରୁ ବୁଲୁଛି । ସ୍କୁଲର ଅବ୍ୟବସ୍ଥା, ଟଏଲେଟ୍, ଶିକ୍ଷକ ଡେରି ରେ ଆସିବା, ଛାତ ରୁ ପାଣି ଗଳିବା, ଏମିତି ଅନେକ ଗୁମର ଖୋଲି ଦେଇଥିବା ଏହି ପିଲାଟି ର
କାମକୁ ପ୍ରଶଂସା କରିଛନ୍ତି ଲୋକେ । ଆଉ ଏହି ଭିଡିଓ ର ପ୍ରଭାବ ମଧ୍ୟ ଝାଡ଼ଖଣ୍ଡ ସରକାର ଉପରେ ଜୋରଦାର୍ ପଡ଼ିଛି ବୋଲି କୁହାଯାଉଛି ।

ତେବେ କେବଳ ଝାଡ଼ଖଣ୍ଡ ରେ ନୁହେଁ, ଦେଶ ରେ ଏପରି ଅନେକ ସରକାରୀ ସ୍କୁଲ ଅଛି । ଅବ୍ୟବସ୍ଥା ଭିତ ରେ ଗଢ଼ା ହେଉଛି ପିଲା ଙ୍କ ଭବିଷ୍ୟତ । ତେବେ ଏଇଠି ପ୍ରଶ୍ନ ଉଠୁଛି, ସରକାର ଏତେ ଯୋଜନା କରିବା ପରେ ମଧ୍ୟ କାହିଁକି ସୁଧୁରୁନି ସ୍କୁଲ ର ଅବସ୍ଥା ।

କେଉଁଠି ଅସୁବିଧା ରହିଯାଉଛି ? ଏପରି ମାହୋଲ ରେ ପାଠପଢ଼ା ହେଲେ ପିଲା ଙ୍କ ଭବିଷ୍ୟତ କ’ଣ ହେବ ?ଏହି ପରି ଭାବରେ ସେ ତାଙ୍କର କିଛି ସାଙ୍ଗ କୁ ପଚାରି ଥିଲେ ଓ ସେମାନଙ୍କ ମତ ଜଣେଇବାକୁ କହିଥିଲେ କୁନି ରିପୋର୍ଟର ଟି ନିଜର ସ୍କୁଲ ର ଗୁମର କୁ ଫିଟେଇ ଦେଇଛନ୍ତି ଯାହା ଦ୍ଵାରା କି ସରକାରୀ ସ୍କୁଲ ର କିଛି ଉନ୍ନତି ଆଗକୁ ବଢ଼ିବ ପରେ କୁନି ରିପୋର୍ଟର ଆହୁରି ମଧ୍ୟ କହିଛନ୍ତି କି ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଠିକ୍ ସମୟରେ ଆସି ନ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।