UPI ପେମେଣ୍ଟ କଲା ବେଳେ ଭୁଲ ନମ୍ବର କୁ ଟଙ୍କା ପଳେଇଲେ କଣ କରିବେ ?

ଆପଣ ମାନେ ସମାସ୍ତେ ଜାଣିଥିବେ ଇଣ୍ଟରନେଟ୍ ଯେତେ ଭଲ ତାହା ସେତେ ଖରାପ ମଧ୍ୟ ହୋଇଥାଏ । ତେବେ ଆପଣ ମାନେ ଯାହା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛି ତାହା ହେଉଛି UPI ଟ୍ରାନଯାକ୍ସନ ବିଷୟରେ । ଆଉ ଯାହା ମାଧ୍ୟମରେ ଆପଣ ମାନେ ବିଭିନ୍ନ ପ୍ରକାରର ଆପ ମାଧ୍ୟମରେ ଟଙ୍କା କୁ ପଠେଇ ପାରିଥାଉ ।

ତେବେ ଏହା ଆପଣ ଙ୍କ ପାଇଁ ଯେତେ ସୁବିଧା କରିଥାଏ, ସେତିକି ପରିମାଣ ରେ ଅସୁବିଧା ମଧ୍ୟ କରେଇଥାଏ ବୋଲି କୁହାଯାଉଛି । ତେବେ ଯଦି ଆପଣ ଙ୍କ ପାଖରୁ ଭୁଲ ରେ ଟଙ୍କା ଗ୍ରାହକ ଙ୍କ ପାଖ କୁ ଟ୍ରାନଜାକ୍ସନ ହୋଇ ଯାଇଥାଏ ତା ହେଲେ ଆପଣ ମାନେ କେଉଁ ଉପାୟ ରେ ଟଙ୍କା ଫେରସ୍ତ ପାଇ ପାରିବା ଜଣନ୍ତୁ ସେ ବିଷୟ ରେ ଆଲୋଚନା କରିବା ।

ଆଜି କାଲି ସମାନ୍ୟ ଗ୍ଲୋଶୋରୀ ଦୋକାନ ପାଖରୁ ଆରମ୍ଭ କରିକି ବଡ଼ ବଡ଼ ମୋଲ ପର୍ଯ୍ୟନ୍ତ ସବୁଠି UPI ପେମେଣ୍ଟ ବ୍ୟବସ୍ଥା କରାଯାଇଛି । ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଆମେ ମାନେ ବେଳେବେଳେ ଭୁଲ ସ୍କାନର ଆଉ ନମ୍ବର ଉପରେ ଟଙ୍କା ପଠାଇ ଦେଇଥାଉ ଆଉ ଯାହା ଯୋଗୁ ବିଭିନ୍ନ ପ୍ରକାରର ଅସୁବିଧାରେ ଆମେ ପଡିଥାଉ ।

ତାହେଲେ ଯଦି ସେହିଭଳି କିଛି ସମସ୍ୟା ଆମ ର ହୋଇଥାଏ ତାହେଲେ ସେଥିରୁ କେମିତି ବର୍ତ୍ତିବା ତାହା ବିଷୟରେ ଭୀମ ଆପ ରେ କିଛି କୁହାଯାଇଛି ।ତେବେ ଦେଖା ଯାଏ କି ଆଜି କାଲି ଆଉ ଲୋକ ମାନେ ଡେବିଟ କାର୍ଡ ବା କ୍ରେଡିଟ କାର୍ଡ ନେଉନାହାନ୍ତି ।ଫୋନ ମାଧ୍ୟମରେ ସବୁ କାମ ଟଙ୍କା ପଠାଇବା ଓ ନେବା ଭଳି କାମ ସବୁ କରୁଛେ ।

ତେବେ ଯଦି ଆପଣ ଙ୍କ ଆକାଉଣ୍ଟ ରୁ ଭୁଲ ନମ୍ବର ପାଖକୁ ଟଙ୍କା ପଳାଇ ଯାଇଥାଏ ତାହେଲେ ଆପଣ ମାନେ ନିଜେ ଚାହିଁଲେ ଟଙ୍କା ଫେରାଇ ଆଣି ପାରିବା ନାହିଁ ବୋଲି କୁହାଯାଇଛି । ଆଉ ଯେଉଁଠି ଯଦି ଗ୍ରାହକ ଜଣକ ଜାଣିବା ପରେ ସେ ନିଜ ଇଛା ରେ ଫେରାଇ ଦେବେ ତାହେଲେ ଆମେ ଟଙ୍କା ଫେରସ୍ଥ ପାଇପାରିବା ।

ତେବେ ଯଦି ତାହା ନ ହୁଏ ତାହେଲେ ଆମେ ମାନେ ବ୍ୟାଙ୍କ ର ସାହାଯ୍ୟ ନେଇ ପାରିବା । ତେବେ ଆପଣ ପ୍ରଥମେ ଯେଉଁ ଆପ ରେ ପଠାଇଥିବା ସେଥିରେ ଫୋଲ୍ସ ଟ୍ରାନଯାକ୍ସନ ବୋଲି ଗୋଟିଏ କମ୍ପ୍ଲେନ ମଧ୍ୟ ଦେଇ ପାରିବା ।

ତାହା ବ୍ୟତୀତ ବ୍ୟାଙ୍କ ରେ ମେନେଜରଙ୍କ ପାଖରେ ଏହି ଅସୁବିଧା ଟିକୁ ଜଣାଇ ପାରିବା ଓ ତାହା ସହିତ କେଉଁ ନମ୍ବର ରୁ ଟ୍ରାନଯାକ୍ସନ ହୋଇଛି ବୋଲି ଜଣାଇବା ପରେ ସେମାନେ କିଛି ପଦକ୍ଷେପ ନେଇ ପାରନ୍ତି । କିନ୍ତୁ ଯଦି ଫୋନ ରେ ଟ୍ରାନଯାକ୍ସନ ବେଳେ ଟଙ୍କା ନ ଯାଇକି ରହିଯାଇଥାଏ ଓ ବେଲେନ୍ସ କଟିଯାଇଥାଏ ତାହେଲେ ସେହି ଟଙ୍କା ଆପେ ଆପେ ଫେରି ଆସିଥାଏ ବୋଲି କୁହାଯାଇଛି ତେବେ ଏହିଭଳି ଭାବରେ ଆପାନ ଙ୍କ ଟଙ୍କା ଫେରସ୍ଥ ପାଇପାରିବା ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।