Exclusive Video – ସମାଜ ଉପରେ କୁପ୍ରଭାବ ପକାଉଛି ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଏବେ ହେବ ଶେଷ,ଥାନାକୁ ଯିବେ ଟୁଁଗୁରୁ ବର୍ଷା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ସୋସିଆଲ ମିଡିଆରେ ଏବେ କେବଳ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷାଙ୍କୁ ନେଇ ଚର୍ଚ୍ଚା। ଏମାନଙ୍କର ପ୍ରତି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏମାନଙ୍କ ପ୍ରେମ କାହାଣୀ ମିଡିଆ ସାମ୍ନାକୁ ଆସିବା ପରେ ଏମାନେ ଷ୍ଟାର ମଧ୍ୟ ପାଲଟି ଯାଇଛନ୍ତି।
ତେବେ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷାଙ୍କ ପ୍ରେମ କାହାଣୀ ସାମଜ ଉପରେ କୁ ପ୍ରଭାବ ପକାଉଛି। ଏ ନେଇ ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟି ଯାଇଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ ଏକ ସାମାଜିକ ସଂଗଠନ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।
‘ବିଶ୍ବାସ’ ନାମକ ଏକ ସାମାଜିକ ସଂଗଠନର ସଦସ୍ୟମାନେ ମଙ୍ଗଳବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଏ ନେଇ ଏକ ଲିଖିତ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଖବରକୁ ଯେଭଳି ଭାବେ ଦର୍ଶାଯାଉଛି ତାହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଏହି ଏତଲାରେ ଦର୍ଶାଯାଇଛି।
ଏହାଛଡ଼ା ଏହି ଘଟଣା ପରଠାରୁ ବିଶେଷ କରି ଗ୍ରାମାଞ୍ଚଳରେ ଝିଅ, ବୋହୂମାନେ କେହି ଅଟୋରେ ଯିବା ଆସିବା କରିବା ପାଇଁ ସୁରକ୍ଷିତ ମନେ କରୁ ନାହାନ୍ତି। ଏହି ଘଟଣାକୁ ନେଇ ବାଟରେ ଘାଟରେ ଝିଅ, ବୋହୂମାନଙ୍କୁ କମେଣ୍ଟ କରା ଯାଉଥିବାର ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ।
ସୂଚନା ମୁତାବକ ଗତ ୨୦ ତାରିଖରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ।
ଆଉ କହିଥିଲେ ମୁଁ ତା ବିନା ରହି ପାରିବିନି।ଟୁଙ୍ଗୁରୁ ଭୋଳ ମୋର ଆଲୋକ ଭୋଳ ମୋର। ମୁଁ ତାକୁ ଭଲ ପାଏ ଆଉ ସେ ମତେ। ଆଉ କହିଥିଲେ ଟୁଙ୍ଗୁରୁ ମତେ ଯେଉଁଠି ଦେଖେ ସେଇଠି ଗୋଲାପ ଫୁଲ ଆଣି ଦିଏ ଆଉ ଦିନକୁ ହଜାରେ ଥରେ ଆଇ ଲଭ୍ ୟୁ ବର୍ଷା ବୋଲି କୁହେ ଆଉ ଟୁଙ୍ଗୁରୁ ବର୍ଷା ବିନା ବଞ୍ଚି ପାରିବନି ବୋଲି କୁହେ।
ତେଣୁ ତା ପ୍ରେମରେ ମୁଁ ପାଗଳ ହୋଇ ଯାଇଛି ତାକୁ ମୁଁ ଭୁଲି ପାରିବିନି। ଏଭଳି କିଛି କହି ଟୁଙ୍ଗୁରୁଙ୍କୁ ବିବାହ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ବର୍ଷା। ଯାହା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ତେବେ ଆଗକୁ ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।