🛑EXCLUSIVE : “ଆଜି ମୁଁ ଭାରି ଖୁସି… ନାତି ଟୋକା ଘରକୁ ଆସୁଛି । ମୁଁ ନିଜେ ଯିବି ନାତିକୁ ଆଣିବି !,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବାବୁସାନଙ୍କ ନାଁରେ ଦେଇଥିବା ମାମଲା ପ୍ରତ୍ୟାହାର କରିବେ ପତ୍ନୀ ତୃପ୍ତି ଶତପଥୀ । ଖାରବେଳ ଥାନାରେ ଦେଇଥିବା ମାମଲାକୁ ତୃପ୍ତି ଶତପଥୀ ପ୍ରତ୍ୟାହାର କରିବା ନେଇ ଜଣାପଡ଼ିଛି । ମାମଲା ପ୍ରତ୍ୟାହାର କରିବା ନେଇ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି । ସମାଧାନର ବାଟ ବାହାରିଥିବା ରବି ମିଶ୍ର କହିଛନ୍ତି ।

ପୂର୍ବରୁ ତୁପ୍ତିଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ରବି ମିଶ୍ର । ଗତ ଶୁକ୍ରବାର ତୃପ୍ତିଙ୍କ ସତ୍ୟନଗର ସ୍ଥିତ ଘରେ ପହଞ୍ଚିଥିଲେ ରବି ମିଶ୍ର । ଏହି ଅବସରରେ ସେ ତୃପ୍ତିଙ୍କ ବାପାଙ୍କ ସହିତ ଆଲୋଚନା କରିଥିଲେ । ତୃପ୍ତିଙ୍କ ବାପାଙ୍କ ସହିତ କଥା ହେବା ସମୟରେ ବୋହୂ (ତୃପ୍ତି) ଓ ପୁଅ (ବାବୁସାନ୍‌ଙ୍କ ପୁଅ )କୁଜନ୍ମଦିନ ପାଳନ ଅବସରରେ ପତ୍ନୀ ତୃପ୍ତିଙ୍କୁ ନେଇ ବଡ ବୟାନ ଦେଇଛନ୍ତି ବାବୁସାନ ମହାନ୍ତି ।

କହିଛନ୍ତି ପତ୍ନୀଙ୍କ ସହ କେକ କାଟିନଥିଲେ ମଧ୍ୟ ତୃପ୍ତି ତାଙ୍କ ମନରେ ଅଛନ୍ତି । ପତ୍ନୀଙ୍କ ସହ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ବାବୁସାନ । ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳନ ଅବସରରେ ନିଜ ନୂଆ ଫିଲ୍ମ ଘୋଷଣା କରିଛନ୍ତି ଓଲିଉଡ ଷ୍ଟାର ବାବୁସାନ ମହାନ୍ତି । ଜଗନ୍ନାଥ ବିହାର ସ୍ଥିତ ଘରକୁ ପଠାଇବାକୁ ସେ ଅନୁରୋଧ କରିଥିଲେ ।

ସେହିପରି କିଛି ସମୟ ଧରି ଆଲେଚନା ପରେ ଘରୁ ବାହାରିଥିଲେ ଅଭିନେତା ରବି ମିଶ୍ର । ଏହି ସମୟରେ ସେ କହିଥିଲେ ଯେ, ତୃପ୍ତିଙ୍କ ବାପା ଓ ମାଉସୀଙ୍କ ସହ କଥା ହୋଇଛି । ପରିବାର ମଧ୍ୟରେ ଥିବା ଫାଟ ଦୂର ହେବ । ଆଉ କିଛି ସମୟର ଅପେକ୍ଷା କରିବାକୁ ପଡିବ । ଖୁବଶୀଘ୍ର ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।


ବାବାୁସାନ ଓ ତୃପ୍ତିଙ୍କ ମଧ୍ୟରେ ଆପୋଷ ମିଳାମିଶା ପାଇଁ ଆଉ ପାଦେ ଆଗକୁ ବଢିଛି କଥାବାର୍ତ୍ତା । ବାବୁଶାନଙ୍କ ଘରକୁ ଆସି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଶ୍ୱଶୁର ଲଳିତ ଶପପଥୀ । ଘରେ ବାର୍ଥ ଡେ କେକ୍ କାଟିବା ବେଳେ ମଧ୍ୟ ସେ ଉପସ୍ଥିତ ରହିଥିଲେ । ବାବୁସାନଙ୍କ ବାପା ତଥା ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ମାଆ ଅପରାଜିତା ମହାନ୍ତି, ଫିଲ୍ୱ ନିର୍ମାତା ସଂଜୟ ନାୟକଙ୍କ ସହ ବେଶ କିଛି ସମୟ ସହ କାଟିଥିଲେ ।

ସୂଚନା ମିଳିଛି, ପରିବାର ଭିତରେ କଳି ତୁଟାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଗଣମାଧ୍ୟମ ସାମ୍ନାରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ତୃପ୍ତିଙ୍କ ବାପା ଲଳିତ ଶତପଥୀ । ତେବେ ଅଭିନେତା ରବି ମିଶ୍ର କହିଛନ୍ତି, ଲଲିତ ତାଙ୍କ ଜ୍ୱାଇଁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ସବୁ ବିଷୟରେ ଆଲୋଚନା କରିଛନ୍ତି ।

ସକାଳୁ ସକାଳୁ ଉଠି ବାବୁଶାନ୍ ବାହାରିଛନ୍ତି ପୁଅ ଓ ସ୍ତ୍ରୀ ଙ୍କୁ ଆଣିବା ପାଇଁ ତାଙ୍କ ସହିତ ବାହାରିଛନ୍ତି ଉତ୍ତମ ମହାନ୍ତି ତାଙ୍କର ଦେହ ଖରାପ୍ ହେଲେ ସେ କହିଛନ୍ତି ମୋ ନାତି କୁ ଦେଖିଲେ ମୋ ଦେହ ଭଲ ହେଇଯିବ । ବାବୁଶାନ୍ ଓ ଉତ୍ତମ ମହାନ୍ତି ବାହାରିଛନ୍ତି ତୃପ୍ତି ସତପଥୀ ଙ୍କ ଘରକୁ ଯିବେ । ନାତି କୁ ଘର କୁ ଆଣିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।