viral ଭିଡ଼ିଓ – ଛିଃ…ଛିଃ…”ମହିଳା ମାନେ ଖାଲି ଦେହରେ ଭଲ ଲାଗନ୍ତି !”ଏମିତି କହିଲେ ଯୋଗ ଗୁରୁ ରାମଦେବ ବାବା I ଦେଖନ୍ତୁ viral ଭିଡ଼ିଓ ଟିକୁ….

ରାମଦେବ ବାବାଙ୍କ ବିବାଦୀୟ ବୟାନ ମହିଳାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ଯୋଗଗୁରୁ । ମହିଳାଙ୍କ ବେଶଭୁସା ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି । ନାରୀ ବିନା କପଡ଼ାରେ ସୁନ୍ଦର ଦେଖାଯାନ୍ତି ବୋଲି ରାମଦେବ ବାବା କହିଛନ୍ତି ।

ମହାରାଷ୍ଟ୍ର ପୁନେ ରେ ଏକ ଯୋଗ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଏଭଳି ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ଅଡୁଆରେ ରାମଦେବ ।

 ଏମିତି ବୟାନ ନେଇ ତାଙ୍କୁ ଏବେ ବିରୋଧ କରାଯାଉଛି। ଟିଏମସି ବ୍ୟତୀତ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିଓ୍ଵାଲି ମଧ୍ୟ ତାଙ୍କ ବୟାନକୁ ଆପତ୍ତିଜନକ କହି ସର୍ବସମ୍ମୁଖରେ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି । ତାଙ୍କୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଆଲୋଚନା ସୃଷ୍ଟି ହୋଇଛି।

ପ୍ରକୃତରେ, ଶନିବାର ମହାରାଷ୍ଟ୍ର ପୁନେ ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷାକ ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର ସୁଟରେ ବି ଭଲ ଦେଖାଯାନ୍ତି। ଏପରିକି ମହିଳାମାନେ କିଛି ନପିନ୍ଧିଲେ ବି ସୁନ୍ଦର ଦେଖାଯାନ୍ତି।

ଆଗରୁ କିଏ ପିଲାକୁ ପୋଷାକ ପିନ୍ଧାଉଥିଲା, ଏବେ କିନ୍ତୁ ପିଲା ଙ୍କୁ ୫-୫ଟି ସ୍ତରର ଡ୍ରେସ ପିନ୍ଧାଉଛନ୍ତି । ଦେଖି ରାମଦେବ କହିଛନ୍ତି ଯେ ଅନେକ ମହିଳା ନିଜର ପୋଷାକ ବଦଳାଇ ପାରି ନାହାନ୍ତି, କିଛି ଅସୁବିଧା ନାହିଁ। ଯଦି ତାଙ୍କ ପାଖରେ ପୋଷାକ ବଦଳାଇବା କୁ ସମୟ ନଥାଏ ତେବେ କୌଣସି ଅସୁବିଧା ନାହିଁ ଓ ସେ ଘରକୁ ଯିବା ପରେ ଏହାକୁ ପିନ୍ଧି ପାରିବେ।

ଯାହା ବି ହେଉ ମହିଳା ମାନେ ସାଲୱାର୍ ସୁଟ୍, ଶାଢୀରେ ଭଲ ଦେଖାଯାନ୍ତି। ତୁମେ ଯଦି ମୋ ପରି କିଛି ପିନ୍ଧୁ ନାହଁ, ତଥାପି ତୁମେ ଭଲ ଦେଖାଯିବ। ଆମେ ପିଲା ବେଳେ କେଉଁ ପୋଷାକ ପିନ୍ଧିଥିଲ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଆମେ ଉଲଗ୍ନ ବୁଲୁ ଥିଲେ।

ଏହି କାର୍ଯ୍ୟ କ୍ରମରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଙ୍କ ପତ୍ନୀ ଅମୃତା ଫଡନାବିସ୍ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ। ତେବେ ବାବା ରାମଦେବ ଙ୍କ ଏହି ବୟାନ ରେ ସମସ୍ତ ମହିଳା ଙ୍କ ଭାବନା କୁ ଆଘାତ ଲାଗିଛି। ରାମଦେବଙ୍କ ଟିପ୍ପଣୀ ନିନ୍ଦନୀୟ ବୋଲି କୁହାଯାଉଛି ।

ରାମଦେବ ମହିଳା ଙ୍କୁ ନେଇ ଦେଇଥିବା ଏହି ବିବାଦୀୟ ମନ୍ତବ୍ୟର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି। ଏହାପରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମହିଳା କଂଗ୍ରେସ କାର୍ଯ୍ୟକର୍ତ୍ତା ବାବା ରାମଦେବଙ୍କ ବୟାନକୁ ବିରୋଧ କରି କ୍ଷମା ମାଗିବା ପାଇଁ ଦାବି କରୁଛନ୍ତି। ଆଉ ଯଦି ବାବା ରାମଦେବ କ୍ଷମା ନ ମାଗନ୍ତି, ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ଧମକ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।