viral video – ଏବେ ତୁମ ଘର ତୁମେ ସମ୍ଭାଳ ..ଅନୁଭବଙ୍କ ଘରର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା ର ଶୁଣାଣି କଟକର ପରିବାର ଅଦାଲତରେ ହୋଇଛି। ଏହି ଅବସରରେ ଉଭୟ ବର୍ଷା ଓ ଅନୁଭବ ଆଜି କଟକ ପରିବାର ଅଦାଲତ ରେ ହାଜର ହୋଇଥିଲେ। ତେବେ କୋର୍ଟ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁଯାୟୀ କୋର୍ଟରେ ବର୍ଷା ଙ୍କର ସାକ୍ଷ୍ୟ ଗ୍ରହଣ ଆରମ୍ଭ କରାଯାଇଥିଲା।

ଅନୁଭବ ଙ୍କ ଓକିଲ ଗୀତା ଲୁଥ୍ରା ବର୍ଷା ଙ୍କୁ ଜେରା କରିଥିଲେ। ବର୍ଷାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ଅନୁଭବ ଙ୍କ ଓକିଲ ଗୀତା ଲୁଥ୍ରା। ଏପରିକି କେବେ ବିବାହ ହୋଇଥିଲା କଣ ପାଇଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେଲା ବିବାହ ର କେତେ ଦିନ ପରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା ଏହାକୁ ଦୂର କରିବା ପାଇଁ କି କି ପ୍ରକାର ପଦକ୍ଷେପ ନିଆଯାଇଥିଲା ଇତ୍ୟାଦି। ତେବେ ଆଜି ବର୍ଷାଙ୍କ ପକ୍ଷ ରୁ କୋର୍ଟରେ କିଛି ଫଟୋ ଓ କାଗଜପତ୍ର ଦାଖଲ କରାଯାଇଛି।

ବର୍ଷା ଙ୍କୁ ଜେରା କରିବା ପାଇଁ ଅନୁଭବଙ୍କ ଓକିଲ ଙ୍କୁ କୋର୍ଟ ତିନି ଦିନ ସମୟ ସୀମା ପ୍ରଦାନ କରିଥିଲେ। ମାତ୍ର ଅନୁଭବ ଙ୍କ ଓକିଲ ଆସନ୍ତାକାଲି ଅନୁପସ୍ଥିତ ରହୁଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ। ଏହା ପରେ କଟକ ପରିବାର ଅଦାଲତ ଆସନ୍ତା ନଭେମ୍ବର ୨ ତାରିଖ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ତେବେ ଆଜି ଅନୁଭବଙ୍କ ଓକିଲ ଙ୍କ ସମସ୍ତ ପ୍ରଶ୍ନ ବର୍ଷା ସଠିକ ଭାବରେ ଦେଇଥିବା ପ୍ରତିପକ୍ଷ ଓକିଲ କହିଛନ୍ତି।

ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷାପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଆଜି ପୁଣିଥରେ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ। ପରିବାର ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଆଜିଠାରୁ ବର୍ଷାଙ୍କୁ ଜେରା ଆରମ୍ଭ କରିଛନ୍ତି ଅନୁଭବଙ୍କ ଓକିଲ। ଏହି ଜେରା ପ୍ରକ୍ରିୟା ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଚାଲିବ। ଶାଶୁଘର ଚାବିକୁ ଆସନ୍ତା ୨ ତାରିଖରେ ବର୍ଷା ହସ୍ତାନ୍ତର କରିବେ ବୋଲି ଆଜି ତାଙ୍କ ଓକିଲ ସୂଚନା ଦେଇଛନ୍ତି।


ଦାୟର ଛାଡ଼ପତ୍ର ମାମଲା ଉପରେ ନିଜର ପକ୍ଷ ରଖିବା ଲାଗି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି କଟକ ପରିବାର ଅଦାଲତ ରେ ହାଜର ହୋଇଥିଲେ। ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ। ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅଦାଲତି ପ୍ରକ୍ରିୟା ଚାଲିବା ପରେ ଉଭୟ ଷ୍ଟାର ଦାମ୍ପତ୍ତି କୋର୍ଟରୁ ବାହାରିଥିଲେ।

ଆଜିର ଜେରା ସମୟରେ ବର୍ଷା ସମସ୍ତ ପ୍ରକାରର ସହଯୋଗ କରିଛନ୍ତି କିନ୍ତୁ ଅଦାଲତି କାମପାଇଁ ଆବଶ୍ୟକ ପଡୁଥିବା ଅନେକ ଗୁରୁତ୍ୱ ପୂର୍ଣ କାଗଜପତ୍ର ଦାଖଲ କରି ନାହାନ୍ତି ବୋଲି କହିଛନ୍ତି ଅନୁଭବ ମହାନ୍ତି ଙ୍କ ଓକିଲ।

ବର୍ଷା ନିଜର ପକ୍ଷ ରଖିବା ସହ ଅଦାଲତି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି କହିଛନ୍ତି ତାଙ୍କ ଓକିଲ। ଚାବି ହସ୍ତାନ୍ତର ପ୍ରସଙ୍ଗରେ ଏସଡ଼ିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨ ତାରିଖ ରେ କୋର୍ଟଙ୍କ ଉପସ୍ଥିତି ରେ ଏହାକୁ ହସ୍ତାନ୍ତର କରାଯିବ ନଚେତ ସେହିଦିନ କୋର୍ଟରେ ଚାବି ଦାଖଲ କରାଯିବ ବୋଲି କହିଛନ୍ତି ବର୍ଷାପ୍ରିୟଦର୍ଶିନୀଙ୍କ ଓକିଲ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।