ଦୁର୍ଗାପୂଜ ଶେଷ ହେବ ପୂର୍ବରୁ ଘରକୁ ନେଇଆସନ୍ତୁ ଏହି ପାଞ୍ଚଟି ଜିନିଷରୁ ଗୋଟିଏ ଜିନିଷ । ବର୍ଷସାରା ହେବନି ଧନର ଅଭାବ । ଏହି ନବରାତ୍ରି ଚାଲୁଥିବା ସମୟରେ ଚାରିଆଡେ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଚାଲିଥାଏ ବିଭିନ୍ନ ଉପାୟ ,
ଏହା ସହିତ ମା ଦୂର୍ଗାଙ୍କୁ ପ୍ରସନ୍ନ କରିବାପାଇଁ କରିବାକୁ ପଡିଥାଏ କିଛି ଖାସ ଉପାୟ । ଯଦି ସେହି ଖାସ ଉପାୟ ଗୁଡିକ ଆପଣ କରିନିଅନ୍ତି ଦୁର୍ଗାପୂଜା ଶେଷ ହେବା ପୂର୍ବରୁ ତେବେ ଆପଣଙ୍କ ଉପରେ ହୋଇଥାଏ ମା ଦୂର୍ଗାଙ୍କର ଅପାର କରୁଣା ଆଊ ଆପଣଙ୍କର ଧନ ଧନ୍ୟରେ ପୂରଣ ହୋଇଥାଏ ଜୀବନ ।
ଏହି ଉପାୟ ଗୁଡିକ କରିବାକୁ ହେଲେ ଏହି ପାଞ୍ଚଟି ଜିନିଷରୁ କୌଣସି ଗୋଟିଏ ଜିନିଷ ଆଣିବାକୁ ପଡିବ ଆପଣଙ୍କ ଘରକୁ ଓ ମା ଦୂର୍ଗାଙ୍କୁ ସ୍ମରଣ କରି ଏହି ସବୁ ଉପାୟ ଗୁଡିକୁ ପବିତ୍ର ମନରେ କରିବାକୁ । ତେବେ ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ସେହି ଉପାୟ ବିଷୟରେ ।
ପ୍ରଥମରେ ରୂପାର ପଇସା :-
ଯଦି ଆପଣ ଦରିଦ୍ରତା ଦୂର କରିବାକୁ ଚାହୁଁଛନ୍ତି ତେବେ ନବରାତ୍ରି ଶେଷ ହେବା ପୂର୍ବରୁ ଘରକୁ ଆଣନ୍ତୁ ରୂପାର ପଇସା । ଏହି ପଇସାକୁ ଆଣି କୌଣସି ବି ଦିନ ଭଲ ଭାବରେ ପୂଜା କରି ନିଜ ଆଲମିରାରେ ରଖିଦିଅନ୍ତୁ , ତେବେ ଏହା ଦ୍ଵାରା କେବେ ବି ହେବ ନାହିଁ ଧନର ଅଭାବ ଓ ଘରକୁ ବିଭିନ୍ନ ଦିଗରୁ ଧନର ଆଗମନ ହୋଇଥାଏ ।
ଦୁଇ ନମ୍ବରରେ କଉଡି :-
ଯଦି ଆପଣଙ୍କୁ ଧନ ସମ୍ବନ୍ଧିତ ଅସୁବିଧା ହେଉଛି ତେବେ ଏହି ଦୁର୍ଗାପୂଜା ଚାଲିଥିବା ସମୟରେ ଗୋଡିଏ ହଳଦିଆ କିମ୍ବା ଧଳା କଉଡି ଆଣନ୍ତୁ ନିଜ ଘରକୁ । ଏହାକୁ ଭଲଭାବେ ଧୋଇ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ଗୋଟିଏ ଲାଲ କପଡାରେ ବାନ୍ଧି ନିଜର ଆଲମୀରା ବ ପଇସା ରଖିବା ସ୍ଥାନରେ ରଖିଦିଅନ୍ତୁ ଦେଖିବେ ବର୍ଷ ସାରା ଧନର ଅସୁବିଧା ରହିବ ନାହିଁ ।
ମା ଲକ୍ଷ୍ମୀ ଫଟୋ:-
ଯଦି ଆପଣ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଇଚ୍ଛା କରୁଥାନ୍ତି ତେବେ ଏହି ଦୁର୍ଗାପୂଜା ସମୟରେ ଘରକୁ ମା ପଦ୍ମ ଫୁଲ ଉପରେ ବସିଥିବା ଫଟୋ ଆଣନ୍ତୁ ଓ ଏହାକୁ ସବୁଦିନ ପୂଜା କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଘରେ ବାସ କରନ୍ତି ।
ଚାରି ନମ୍ବରରେ ଦକ୍ଷିଣାବର୍ତ୍ତୀ ଶଙ୍ଖକ:-
ଏହି ନବରାତ୍ରି ଚାଲିଥିବା ସମୟରେ ଘରକୁ ଆଣନ୍ତୁ ଦକ୍ଷିଣାବର୍ତ୍ତୀ ଶଙ୍ଖ , ଏହା ଦ୍ଵାରା ଘରେ ହୋଇଥାଏ ମା ଲକ୍ଷ୍ମୀ ଓ କୁବେରଙ୍କ କୃପା , ଘରେ ଧନର ବର୍ଷା । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ କେବେ ଖାଲି ରଖିବା ଉଚିତ ନୁହେଁ , ଏହାକୁ ସବୁବେଳେ ହଳଦିଆ ଚାଉଳରେ ପୂର୍ଣ୍ଣ ରଖନ୍ତୁ ତେବେ ଆପଣଙ୍କ ଘରେ କେବେ ବି ହେବ ନାହିଁ ଧନର ଅଭାବ ।
ଶେଷରେ ରହିଛି ଶ୍ରୀ ଯନ୍ତ୍ର , ଏହି ଦୁର୍ଗାପୂଜ ସମୟରେ ଘରକୁ ଆଣନ୍ତୁ ଶ୍ରୀ ଯନ୍ତ୍ର , ଏହାକୁ ଆଣି ଲାଲ କପଡା ଉପରେ ରଖି ପୂଜା କରନ୍ତୁ । ପୂଜା କରି ସାରି ଏହାକୁ ନିଜ ପଇସା ରହିବା ସ୍ଥାନରେ ରଖିଦିଅନ୍ତୁ ।
ଏହା ଦ୍ଵାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ ତଥା କୁବେର ମହାରାଜଙ୍କ କୃପା ରହିବ ।ତେବେ ଆପଣମାନେ ଉପରେ କୁହାଯାଇଥିବା ୫ ଟି ଉପାୟ ମଧ୍ୟରୁ ଗୋଟିଏ ଉପାୟ ଭକ୍ତି ମନରେ କରନ୍ତୁ ଦେଖିବେ ଆପଣଙ୍କ ଘରେ ରହିବନି ଧନର ଅଭାବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!