Methi water benefits – ସବୁଦିନ ସକାଳେ ପିଅନ୍ତୁ ମେଥି ପାଣି,ମୂଳରୁ ଶେଷ ହୋଇଯିବ ଏହି ୧୦ ଟି ଭୟଙ୍କର ରୋଗ,ଜଣାନ୍ତୁ କେଉଁ ସବୁ ରୋଗ….

ସାଧାରଣତଃ ଆମ୍ଭେ ମାନେ ରୋଷେଇରେ ବ୍ୟବହାର କରୁଥିବା ମସଲା ଆଦିକୁ ଆୟୁର୍ବେଦିକ ଔଷଧ ସହ ଯୋଡା ଯାଇଛି । କାରଣ ଏହି ସମସ୍ତ ମସଲା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।ଆପଣ ମାନଙ୍କୁ ମେଥିର ଉପକାରିତା ବିଷୟରେ ଜାଣନ୍ତୁ ।

ମେଥି କୁ ଆପଣ ସାଧାରଣତଃ ଖାଦ୍ୟ ରେ ବ୍ୟବହାର କରିଥାଉ । ହେଲେ ଆଜି ଆମେ ଆପଣ ମାନଙ୍କୁ ମେଥିର ଏପରି କିଛି ଉପକାରିତା ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜ ଶରୀରକୁ ସୁସ୍ଥ ରଖିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମେଥିର ଉପକାରିତା ବିଷୟରେ ।

୧. ଓଜନ ହ୍ରାସ- ଯଦି ଆପଣ ନିଜ ଓଜନକୁ ହ୍ରାସ କରିବା ପାଇଁ କିମ୍ବା ଚର୍ବି ଗତ ସମସ୍ଯାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ରାତ୍ରିରେ ଏକ ମୁଠା ମେଥିକୁ ଏକ ପାତ୍ରରେ ରଖନ୍ତୁ ଓ ଏଥିରେ ଅଳ୍ପ ପାଣି ମିଶାଇ ଭିଜାଇ ଦିଅନ୍ତୁ ।

ସକାଳ ସମୟରେ ଆପଣ ଖାଲି ପେଟରେ ଏହି ମେଥି ପାଣିକୁ ପିଇ ଦିଅନ୍ତୁ ଓ ମେଥିକୁ ଚୋବାଇ ଖାଇ ଦିଅନ୍ତୁ । ମେଥିର ଏହି ପ୍ରକାରର ସେବନ ଦ୍ଵାରା ଆପଣ ଏକ ମାସ ମଧ୍ୟରେ ନିଜର ଓଜନ ଓ ଚର୍ବିକୁ ହ୍ରାସ କରି ପାରିବେ । ଏହା ଓଜନ କମାଇବାର ଏକ ବହୁତ ଭଲ ଉପାୟ ଅଟେ ।

୨. ଆଣ୍ଠୁ ଗଣ୍ଠି ବିନ୍ଧା ହେବ ଦୂର- ମେଥିରେ ଆଣ୍ଟି ଅକ୍ସିଡେନ୍ଟ ଓ ଆଣ୍ଟି ଇନ୍ଫାମେଣ୍ଟେରି ଗୁଣ ରହିଥାଏ । ଯାହା ଆଣ୍ଠୁ ଗଣ୍ଠି ବ୍ୟଥା ଓ ଅଣ୍ଟା ବିନ୍ଧା ଆଦି ସମସ୍ଯାକୁ ଦୂର କରିଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଖାଲି ପେଟରେ ସକାଳ ସମୟରେ ମେଥି ପାଣିର ସେବନ କରିବେ ତା ହେଲେ ଏକ ମାସ ମଧ୍ୟରେ ଆପଣଙ୍କ ଗଣ୍ଠିଆ ରୋଗ ଦୂର ହୋଇଯିବ ଓ ଆପଣ ସୁସ୍ଥ ଅନୁଭବ କରିବେ ।


୩. କୋଲେଷ୍ଟ୍ରୋଲ ହ୍ରାସ- ପ୍ରତ୍ୟକ ଦିନ ଖାଲି ପେଟରେ ସଖାଳ ସମୟରେ ମେଥି ପାଣିର ସେବନ କରିଲେ ଖରାପ କଲୋଷ୍ଟ୍ରୋଲ ଦୂର ହୋଇଥାଏ ଓ ଭଲ କଲୋଷ୍ଟ୍ରୋଲ ଶରୀରରେ ବୃଦ୍ଧି ହୋଇଥାଏ । ଏହି ପାଣିର ସେବନ କରିଲେ କଲୋଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ । ଯାହାଫଳରେ ହାର୍ଟ ଆଟାକ ଆଦି ସମସ୍ଯା ଦୂର ହୋଇଥାଏ ।

୪. ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ- ମେଥିରେ ପୋଟାସିୟମ ଆଦି ତତ୍ଵ ରହିଥାଏ ଯାହା ଉଛ ରକ୍ତଚାପକୁ କମ କରିବାରେ ସହାୟକ ହୋଇଥାଏ । ତେଣୁ ଆପଣ ପ୍ରତ୍ୟକ ଦିନ ମେଥି ପାଣିକୁ ପିଅନ୍ତୁ ଓ ମେଥିକୁ ଚୋବାଇ ଖାଇ ଦିଅନ୍ତୁ । ଏହାର ସେବନ କରି ଆପଣ ବହୁତ ଶୀଘ୍ର ନିଜର ଉଛ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ।

୫. କ୍ୟାନ୍ସର ରୁ ରକ୍ଷା କରେ- ମେଥିରେ ପ୍ରଚୁର ପରିମାଣରେ ଫାଇବାର ରହିଥାଏ ଯାହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଏବଂ କ୍ୟାନ୍ସର ପରିକା ମାରାତ୍ମକ ରୋଗ ରୁ ରକ୍ଷା କରିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ମେଥିର ଏହିପରିକା ବ୍ୟବହାର କରି ଏହି ସମସ୍ତ ମାରାତ୍ମକ ରୋଗକୁ ଦୂର କରନ୍ତୁ ଓ ଆଜୀବନ ସୁସ୍ଥ ରୁହନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।