Exclusive : ମୁଁ ହେଇଥିଲେ ତା କପଡା ଖୋଲି ପିଟିଥାନ୍ତି ! ସେ ବାପ ମା’ଙ୍କୁ ଲାଜ ନାହିଁ ..ସେ ଝିଅକୁ ବି ଲାଜ ନାହିଁ ..,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଓଲିଉଡ୍‌ ଷ୍ଟାର ବାବୁଶାନ୍‌ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ବିବାଦ ଘଟଣାରେ ସାମ୍ନାକୁ ଆସିଲେ ପ୍ରକୃତି । ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେୟାର କରି ସେ ଗତକାଲିର ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । କାଲିର ଘଟଣାକୁ ନେଇ ସେ ଭାଙ୍ଗି ପଡ଼ିନଥିବା କହିଛନ୍ତି ।

ମୋ ଭାଇରାଲ୍‌ ଭିଡିଓ ଆପଣ ମାନେ ଦେଖିଥିବେ ଏବଂ ଏହାର ମଜା ମଧ୍ୟ କିଛି ଲୋକ ନେଉଥିବା ସେ କହିଛନ୍ତି । ଗୋଟିଏ ନାରୀ ଆଉ ଗୋଟିଏ ନାରୀ ଉପରେ ନିର୍ଯ୍ୟାତନା କରିଥିବା ସେ କହିଥିବା ବେଳେ ଗୁଣ୍ଡା ଆଣି ମତେ ହାରାସ କରିଥିବା କହିଛନ୍ତି ।

ଲୋକେ ମତେ ସାହାଯ୍ୟ ନକରି ସେଲ୍ଫି ନେବା ମତେ ଆଶ୍ଚର୍ଯ୍ୟ କରିଛି । ଆମେ କିଭଳି ସମାଜରେ ଅଛୁ । ଆଗକୁ ବଡ଼ ଫିଲ୍ମ କରିବା ନେଇ ଯୋଜନା ଥିଲା । ଛାଡ଼ ଯାହା ହେଲା ଭଲ ହେଲା । ସମସ୍ତେ ଦେଖିଲେ ଯେ ସେ କେଉଁଭଳି ହେଉଥିଲେ ଆଉ ମୁଁ କେଉଁଭଳି ଟର୍ଚର ହେଉଥିଲି ବୋଲି କହିବା ସହିତ ସେ ବାବୁସାନ୍‌ଙ୍କ ପରିବାରକୁ ଅକ୍ଷେପ କରି କହିଛନ୍ତି ।

କେହି କାହା ଘର ଭାଙ୍ଗି ପାରନ୍ତିନି ବୋଲି ସେ କହିଛନ୍ତି । ତାଙ୍କ ଘର ଆଗରୁ ଭାଙ୍ଗିକି ଅଛି । ଯଦି ବାହରକୁ କାମ କରିବାକୁ ଛାଡ଼ିବାକୁ ଚାହୁଁନ ତେବେ ସ୍ୱାମୀର ବେକରେ ଶିକୁଳି ବାନ୍ଧି ରଖ ବୋଲି ସେ କହିଛନ୍ତି ।

ଅନ୍ୟ ଝିଅକୁ ଟଣା ଓଟରା କରି ନିଜେ ଅପଦସ୍ତ ହେଲ, ସେଇଟା କରି କଣ ମିଳିଲା । ମତେ ବଦ୍‌ନାମ କଲ ଠିକ୍‌ ଅଛି । ମୁଁ ଏବେ ବି କାମ କରୁଛି । ଆଗକୁ ମଧ୍ୟ କାମ କରିବି ବୋଲି ସେ କହିଛନ୍ତି । ମୁଁ ଏକୁଟିଆ ଝିଅ ସେଠି ସମସ୍ତଙ୍କ ସାମ୍ନାରେ ଫାଇଟ୍‌ କରିକି ଆସିଛି । କେହି ଭାବୁ ନାହାନ୍ତି ଯେ ମୋ ଉପରେ କେମିତି ବିତୁ ଥିବ । ମୁଁ ଏବେ ବି ଷ୍ଟ୍ରଙ୍ଗ୍‌ ଅଛି । କେବେ ବି ଭାଙ୍ଗିବିନି । ମୋ ପରିବାରର ଶିକ୍ଷା ଅନୁସାରେ ମୁଁ ସେଠି ସହିଗଲି ବୋଲି ସେ କହିଛନ୍ତି ।

ଗତକାଲିର ଘଟଣାକୁ ନେଇ ଥାନାରେ ଦୁଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ମଧ୍ୟାହ୍ନ ସମୟରେ ଖାରବେଳ ଥାନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିଥିବା ବେଳେ ସନ୍ଧ୍ୟା ସମୟରେ ଥାନାରେ ବୋହୂଙ୍କ ସହ ପହଞ୍ଚିଥିଲେ ଅପରାଜିତା ମହାନ୍ତି । ସେ ମଧ୍ୟ ଥାନାରେ ମାମଲା ଦାଏର କରିଛନ୍ତି । ପ୍ରଥମେ ବୋହୂଙ୍କ ଘରେ ପହଞ୍ଚି ସେଠୁ ତାଙ୍କୁ ଧରି ଥାନାକୁ ଯାଇଥିଲେ ଅପରାଜିତା । ତୃପ୍ତିଙ୍କ ମାଉସୀ ମଧ୍ୟ ସେମାନଙ୍କ ସହିତ ରହିଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି ଗତକାଲି ସକାଳେ ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଥିଲେ ପତ୍ନୀ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ।

ରାସ୍ତା ମଝିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ବାବୁସାନଙ୍କୁ ମାଡ଼ ମାରିଥିଲେ ପତ୍ନୀ। ବିଚ୍ ରାସ୍ତାରେ ଏହି ହାଇଡ୍ରାମାର ଭିଡିଓ ଭାଇରାଲ୍ ହୋଇଥିଲା ଓ ଏହି କଥା କୁ ଲୋକ ମାନେ କହୁଥିଲେ ଯେ ଯଦି ଓଏସ କରିବାର ଅଛି ଟା ଆଉ କେତେ ଟୋକା ଅଛନ୍ତି ତ ଅନ୍ୟ ର ଘର ଭାଙ୍ଗିଯିବା କଣ ଲାଭ ପାଉଛ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।