new twist – ମୋର ସବୁ ଯାକ ଖରାପ ଭିଡିଓ ଟୁଙ୍ଗୁରୁ ତାର ମୋବାଇଲେରେ ରଖିଛି…ଅନ୍ୟ ମାନଙ୍କୁ ଦେଖାଇଥାନ୍ତା..ମୁ ଭାଙ୍ଗି ଦେଲି,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ
ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବର୍ଷା ନାମକ ଜଣେ ୨୭ ବର୍ଷୀୟ ବିବାହିତ ମହିଳା ୨୪ ବର୍ଷୀୟ ଅଟୋ ଡ୍ରାଇଭର ଆଲୋକ ଭୋଳ ଓରଫ ଟୁଙ୍ଗୁରୁଙ୍କ ପ୍ରେମରେ ପଡ଼ିଥିଲେ।
ତାଙ୍କର ସ୍ବାମୀ ଓ ୨ଟି ସନ୍ତାନ ରହିଥିଲେ ମଧ୍ୟ ସେମାନଙ୍କୁ ଛାଡି ଦେଇ ପ୍ରେମିକ ସହ ସଂସାର ଗଢ଼ି ତୋଳିବାକୁ ଦେଖିଥିଲେ ସ୍ଵପ୍ନ। ହେଲେ ପ୍ରେମିକ ଟୁଙ୍ଗୁରୁ ବିବାହ ପାଇଁ ମନା କରି ଅନ୍ୟ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ ଯାହା ବାବଦରେ ମହିଳା ଖବର ପାଇବା ପରେ ଭରତପୁର ଥାନା ଆଗରେ ହତାରେ ଫୁଲମାଳ ଶଙ୍ଖା ସିନ୍ଦୂର ଧରି ଓ ଗୋଲାପ ଫୁଲ ଧରି ଧାରଣାରେ ବସିଥିଲେ ବର୍ଷା।
ତେବେ ଏ ଘଟଣାର ୩ ଦିନ ପରେ ଗଣ ମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଟୁଙ୍ଗୁରୁ। ଆଉ କହିଥିଲେ ବର୍ଷାଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ ନାହିଁ ବରଂ ତାଙ୍କୁ ବଦ୍ନାମ କରିବା ପାଇଁ ବର୍ଷା ଏଭଳି ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ।ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲେ ମଧ୍ୟ ଶାରିରୀକ ସମ୍ପର୍କକୁ ଅସ୍ୱୀକାର କରିଥିଲେ ଟୁଙ୍ଗୁରୁ।
କିନ୍ତୁ ବର୍ତ୍ତମାନ କାହାଣୀ ଏକ ଭିନ୍ନ ମୋଡ଼ ନେଇଛି ଯେଉଁଥିରେ ସତ କଣ ମିଛ କଣ ତାହା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ଏହାରି ଏହା ଭିତରେ ଆସୁଚି ଗୋଟିଏ ପରେ ଗୋଟିଏ ରୋଚକ ଖବର। ତେବେ ବର୍ତ୍ତମାନ ସମୟରେ ପ୍ରେମିକା ବର୍ଷା ଗଣ ମାଧ୍ୟମକୁ ଦେଇଛନ୍ତି ଆଉ ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ। ତେବେ ଟୁଙ୍ଗୁରୁ ଗଣ ମାଧ୍ୟମ ସାମ୍ନାକୁ ଆସିବା ପରେ କହିଥିଲେ ଯେ ବର୍ଷା ତାଙ୍କର ୪ଟି ଦାମୀ ମୋବାଇଲ୍ ଭାଙ୍ଗି ଦେଇଥିଲେ ଆଉ ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବର୍ଷା।
ବର୍ଷା କହିଛନ୍ତି ସେ ତାଙ୍କ ମୋବାଇଲର ଭାଙ୍ଗିବାର ବଡ କାରଣ ରହିଥିଲା। କାରଣ ଏହାକି ବର୍ଷାଙ୍କ କିଛି ଖରାପ ଫୋଟ ଓ ଭିଡ଼ିଓ ଟୁଙ୍ଗୁରୁ ତାଙ୍କ ମୋବାଇଲରେ ଏକ ଫାଇଲ କରି ଲକ୍ ପକାଇ ରଖୁଥିଲେ। ତେବେ ଏସବୁ ବିଷୟରେ ଯେତେବେଳେ ବର୍ଷା ଜାଣିବାକୁ ପାଇଥିଲେ ସେତେବେଳେ ସିଏ ଟୁଙ୍ଗୁରୁଙ୍କ ମୋବାଇଲ୍ ଭାଙ୍ଗି ଦେଇଥିଲେ।
ଟୁଙ୍ଗୁରୁ ଅନ୍ୟ ଦେଖେଇବା ପାଇଁ ସେ ଭିଡ଼ିଓ ସବୁ ତାଙ୍କ ମୋବାଇଲରେ ରଖିଥିଲେ ବୋଲି କହିଛନ୍ତି ବର୍ଷା। ଯାହାର ସବୁ ପ୍ରମାଣ ମଧ୍ୟ ବର୍ଷା ରଖିଛନ୍ତି।ତେବେ ଟୁଙ୍ଗୁରୁ ଷ୍ଟାର ହେବା ପଛରେ ବର୍ଷାଙ୍କ ହିଁ ହାତ ରହିଛି। ବର୍ଷା ଗଣ ମାଧ୍ୟମ ସାମ୍ନାକୁ ଆସିବା ପରେ ଟୁଙ୍ଗୁରୁ ଷ୍ଟାର ହୋଇ ପାରିଛନ୍ତି। କିନ୍ତୁ ତାଙ୍କ ଚରିତ୍ର ପ୍ରତି ଆଙ୍ଗୁଠି ଉଠା ଯାଇଛି ବୋଲି ବର୍ଷା କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କାହାଣୀ ଆଗକୁ କେଉଁ ମୋଡ଼ ନେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।