Health Benefits – ସଜନା ଶାଗ ( Moringa ) – ଖାଉଛନ୍ତିକି ଭୟଙ୍କର କଥା ଜାଣନ୍ତୁ |ମୂଳରୁ ଶେଷ ହେବ ଏହି ସବୁ ରୋଗ…..
ପ୍ରତ୍ୟେକ ଶାଗ ରେ କିଛି ନା କିଛି ଔଷଧୀୟ ଗୁଣ ରହିଛି। ସେହି ପରି ସଜନା ଶାଗ ଆମ ଶରୀର ପକ୍ଷେ ହିତକର ହୋଇଥାଏ। ଏହାର ଶାଗ, ଫଳ ଓ ଫୁଲ ଖାଇବା କୁ ଲୋକ ମାନେ ପସନ୍ଦ କରନ୍ତି। ସଜନା ଶାଗ କୁ ଇଂରାଜୀ ରେ ଡ୍ରମଷ୍ଟିକ ଲିଫ ବୋଲି କୁହାଯାଏ।
କେହି କେହି ଏହାକୁ ବାରମାସୀ ଛୁଇଁ ବୋଲି କହି ଥାଆନ୍ତି। ଏଥି ରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ଆମିନୋ ଏସିଡ୍, ଭିଟାମିନ୍ ଏ ଏବଂ ସି ଭରପୂର ଅଟେ। ସଜନା ଶାଗ ରେ ଖଣିଜ ପଦାର୍ଥ ମଧ୍ୟ ଭର ପୂର ଅଟେ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଏଥିରେ ଆଣ୍ଟିଫଙ୍ଗାଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଡେପ୍ରେସାଣ୍ଟ ଗୁଣ ରହିଛି। ଏହାର ପତ୍ର ଠାରୁ ମଞ୍ଜି ପର୍ଯ୍ୟନ୍ତ ସବୁ କିଛି ବହୁତ ଲାଭ ଦାୟକ । ସଜନା ଶାଗ ରେ ଅନେକ ସ୍ୱାସ୍ଥ୍ୟ ଉପକାର ଅଛି ଯାହା କୁ ଆପଣ ମଧ୍ୟ ଉପଯୋ କରି ପାରିବେ।
ସଜନା ପତ୍ର ଖାଇବା ଦ୍ୱାରା ରକ୍ତ ରେ ଶର୍କରା ସ୍ତର ନିୟନ୍ତ୍ରଣ ରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ମଧୁମେହ ହେବା ର ଆଶଙ୍କା କମି ଯାଏ। ସଜନା ରେ କ୍ଲୋରୋଜେନିକ୍ ଏସିଡ୍ ଥାଏ, ଯାହା ଖାଦ୍ୟ ଖାଇବା ପରେ ରକ୍ତ ରେ ଶର୍କରା ସ୍ତର କୁ ନିୟନ୍ତ୍ରଣ ରେ ରଖେ।
ସଜନା ପତ୍ର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଥାଏ। ଏହାର ପତ୍ର ରେ ଫାଇଟୋନ୍ୟୁଟ୍ରିଏଣ୍ଟରେ ଭର ପୂର ଅଟେ ଯାହା ପ୍ରତିରକ୍ଷା ପ୍ରଣାଳୀ କୁ ଦୃଢ କରି ଥାଏ । ଯେ କୌଣସି ପ୍ରକାର ର ସଂକ୍ରମଣ ସହିତ ଲଢ଼ିବା ରେ ମଧ୍ୟ ସେମାନେ ସାହାଯ୍ୟ କରନ୍ତି । ସଜନା ପତ୍ର ରେ ଭିଟାମିନ୍ ସି, ଭିଟାମିନ୍ ଏ ଏବଂ ଆଇରନ୍ ଭର ପୂର ଥାଏ।
ସଜନା ଖାଇବା ଦ୍ୱାରା ଶରୀର କୁ ଶକ୍ତି ମିଳି ଥାଏ, ଯାହା ଥକାପଣ ର ସମସ୍ୟା କୁ ଦୂର କରି ଥାଏ। ସଜନା ପତ୍ର ରେ ଆଇରନ ଭର ପୂର ଥିବା ରୁ ନିଦ୍ରା ଏବଂ ଦୁର୍ବଳତା କୁ ଦୂର କରିବା ରେ ସାହାଯ୍ୟ କରେ।ସଜନା ପତ୍ର ରେ କ୍ୟାଲସିୟମ୍ ଏବଂ ଫସଫରସ୍ ମଧ୍ୟ ଭର ପୂର ଅଟେ, ଯେଉଁ କାରଣ ରୁ ହାଡ ମଜବୁତ ଏବଂ ସୁସ୍ଥ ହୋଇ ଯାଏ । ଏଥି ରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆପଣ ଙ୍କୁ ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓପୋରୋସିସ୍ ସହିତ ଲଢ଼ିବା ରେ ସାହାଯ୍ୟ କରେ।
ସଜନା ଶାଗ ଆଖି ର ଦୃଷ୍ଟି ଶକ୍ତି ବଢ଼ାଇଥାଏ। ଏଥିରେ କ୍ୟାରେଟିନ ରହିଛି ଯାହା ଶରୀର କୁ କୋଷ କ୍ଷୟ ରୁ ରକ୍ଷା କରେ।ସଜନା ଶାଗ ରେ ଭିଟାମିନ ଥିବା ରୁ ସ୍ନାୟୁ ର କାର୍ଯ୍ୟ ଦକ୍ଷତା ତ୍ୱରିତ ହୋଇଥାଏ । ଏହାର ପତ୍ର ର ରସକୁ ପିଇଲେ ଆମାଶୟ, ଡାଇରିଆ, ହଇଜା ଏବଂ ଜଣ୍ଡିସ ଭଳି ରୋଗ ଭଲ ହୋଇଯାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।