New Twist – ଅଟୋରେ ଆରମ୍ଭ ରାକ୍ଷୀରେ ଶେଷ ! ପ୍ରେମିକାରୁ ସାଜିଲେ ବର୍ଷା ଭଉଣୀ,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…..

ଏବେ ସବୁଠି କେବଳ ଟୁଙ୍ଗୁରୁ ଓ ବର୍ଷାଙ୍କ ଚର୍ଚ୍ଚା। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଠି ଛାଇ ଯାଇଛି ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ। ନିଜ ବୟସରୁ ଯଥେଷ୍ଟ ଅଧିକ ବୟସର ବିବାହିତା ମହିଳା ବର୍ଷାଙ୍କୁ ପ୍ରେମ କରି ଚର୍ଚ୍ଚାକୁ ଆସିଥିଲେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ। ଆଉ ତା ପରେ ଏମାନଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି। କହିବାକୁ ଗଲେ ବର୍ଷା ଓ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତେବେ ସୂଚନା ମୁତାବକ ଗତ ୨୦ ତାରିଖରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ।

 ଆଉ କହିଥିଲେ ମୁଁ ତା ବିନା ରହି ପାରିବିନି।ଟୁଙ୍ଗୁରୁ ଭୋଳ ମୋର ଆଲୋକ ଭୋଳ ମୋର। ମୁଁ ତାକୁ ଭଲ ପାଏ ଆଉ ସେ ମତେ। ଆଉ କହିଥିଲେ ଟୁଙ୍ଗୁରୁ ମତେ ଯେଉଁଠି ଦେଖେ ସେଇଠି ଗୋଲାପ ଫୁଲ ଆଣି ଦିଏ ଆଉ ଦିନକୁ ହଜାରେ ଥରେ ଆଇ ଲଭ୍ ୟୁ ବର୍ଷା ବୋଲି କୁହେ ଆଉ ଟୁଙ୍ଗୁରୁ ବର୍ଷା ବିନା ବଞ୍ଚି ପାରିବନି ବୋଲି କୁହେ। ତେଣୁ ତା ପ୍ରେମରେ ମୁଁ ପାଗଳ ହୋଇ ଯାଇଛି ତାକୁ ମୁଁ ଭୁଲି ପାରିବିନି। ଏଭଳି କିଛି କହି ଟୁଙ୍ଗୁରୁଙ୍କୁ ବିବାହ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ବର୍ଷା। ଯାହା ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା।


ଏବେ ସେହି ଲଭ ଷ୍ଟୋରୀରେ ଆସିଛି ନୂଆ ମୋଡ଼। ଥାନାରେ ବସିଥିବା ପ୍ରେମିକା ବର୍ଷା ଏବେ ହୋଇଛନ୍ତି ଭଉଣୀ। ହଁ ଆଜ୍ଞା ଆମେ ସେହି ବହୁ ଚର୍ଚ୍ଚିତ ପ୍ରେମିକ ପ୍ରେମିକା ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ବିଷୟରେ। ଯେଉଁ ମାନଙ୍କ ପ୍ରେମ କାହାଣୀ କେତେବେଳେ କେଉଁ ମୋଡ଼ ନେଉଛି ତାହା କାହାକୁ ବା ଜଣା ନାହିଁ।

ଏମାନଙ୍କ ଲଭ ଷ୍ଟୋରୀକୁ ନେଇ ଗୀତ ମଧ୍ୟ ବାହାରି ସାରିଛି। କିନ୍ତୁ ଏବେ ତାଙ୍କ ଲଭ ଷ୍ଟୋରୀ ନୂଆ ମୋଡ଼ରେ। ହତାରେ ଶଙ୍ଖା ସିନ୍ଦୂର ଫୁଲମାଳ ଧରି ବସିଥିବା ମହିଳା ବର୍ଷାଙ୍କୁ ଟୁଙ୍ଗୁରୁ ଏବେ କୁଆଡେ଼ ଭଉଣୀ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି।

ଅଟୋରେ ଆରମ୍ଭ ହୋଇଥିବା ପ୍ରେମ୍ କାହାଣୀ ଏବେ ରାକ୍ଷୀରେ ଶେଷ ହେବା ପାଇଁ ଯାଉଛି। ଏଥିରେ ବର୍ଷା ଓ ଟୁଙ୍ଗୁରୁଙ୍କ ପରିବାର ଲୋକଙ୍କ ସହମତି ଥିବା ମଧ୍ୟ ଜଣା ପଡିଛି। ତେବେ ଦେଖିବାକୁ ବାକି ରହିଲା ବର୍ଷା ଓ ଟୁଙ୍ଗୁରୁଙ୍କ ପ୍ରେମ କାହାଣୀରେ ଆଗକୁ ଆଉ କଣ ସବୁ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।