ବାତ୍ୟା ” ଅସାନି ” ରେ ସମୁଦ୍ରରୁ ଭାସି ଆସିଲା ସୁନାର ରଥ, ସତ ହେଲା କି ମାଳିକା ବଚନ ? ବିଶ୍ୱ ବାସୀ ଙ୍କୁ ଦେଲା ଏହି ସଂକେତ… ଦେଖନ୍ତୁ Video

ସମୁଦ୍ର ମଧ୍ୟରେ ସୁନେଲି ରଥ। ସମୁଦ୍ର ପାଖରେ ଆପଣ ଠିଆ ହୋଇଥିବେ ଏବଂ ସମୁଦ୍ର ମଧ୍ୟରୁ ଯଦି ଏକ ରଥ ବାହାରେ ତେବେ ଏହା ଆପଣଙ୍କୁ ନିଶ୍ଚତ ଭାବେ ଆଶ୍ଚର୍ଯ୍ୟ କରିବ। ବାତ୍ୟା ଆସାନିର ପ୍ରଭାବରେ ସମୁଦ୍ରରେ ଯେଉଁ ଭଳି ଭାବରେ ଢେଉ ଉଠୁଥିଲା ଏବଂ ସମୁଦ୍ର ଅଶାନ୍ତ ରହିଥିଲା ତାହା ତ ସମସ୍ତଙ୍କୁ ଭୟ ପଂହଞ୍ଚାଇ ଥିଲା। କିନ୍ତୁ ଶ୍ରୀକାକୁଲମର ସମୁଦ୍ର ମଧ୍ୟରେ ଏକ ରଥ ଭାସୁଥିଲା ଏବଂ ରଥର ରଙ୍ଗ ଯେତେବେଳେ ପୁରା ସୁନେଲି ରଙ୍ଗର ଦେଖା ଯାଉଥିଲା ସେତେବେଳେ ଦେଖଣା ହାରି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ।

ତେବେ ଶ୍ରୀକାକୁଲମର ସୁନାପାଲ୍ଲୀ ସମୁଦ୍ର କୂଳକୁ ଭାସି ଭାସି ଆସିଛି ଏହି ସ୍ୱର୍ଣ୍ଣ ରଙ୍ଗର ଗୋଟିଏ ବିଶାଳ ରଥ।ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଏହି ବିଶାଳ ଓ ରହସ୍ୟମୟ ରଥ ଭାସିଭାସି କୂଳକୁ ଆସି ଲାଗିଥିବାର କୁହାଯାଉଛି। ରଥଟି କୂଳକୁ ଆସିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା କୂଳରେ ପହଞ୍ଚିବା ପରେ ଲୋକଙ୍କ ପ୍ରବଳ ଭିଡ଼ ଜମି ଥିଲା। ଅସାନି ପାଇଁ ସମୁଦ୍ର କୂଳକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି। ତଥାପି ଲୋକମାନେ ରହସ୍ୟମୟ ରଥକୁ ଦେଖିବାକୁ ଭିଡ଼ ଜମାଇଛନ୍ତି।

ଶ୍ରୀକାକୁଲମ ଜିଲ୍ଲାର ନାଉପଡା ଏସ୍‌ଆଇ କହିଛନ୍ତି ଏହା ଅନ୍ୟ କୌଣସି ଦେଶରୁ ଭାସି ଭାସି ଏଠାକୁ ଆସିଥାଇ ପାରେ। ଏ ସମ୍ପର୍କରେ ଗୁଇନ୍ଦା ବିଭାଗକୁ ତଥ୍ୟ ଦିଆଯାଇଛି। ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ସ୍ୱର୍ଣ୍ଣ ରଙ୍ଗର ରଥ ସମ୍ପର୍କରେ ଅବଗତ କରାଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ବିଶାଳ ସୁନା ରଙ୍ଗର ରଥ ସମୁଦ୍ର ଢେଉରେ ଭାସି ଭାସି ଆସୁଛି। ଏହାପରେ କିଛି ଲୋକ ଏହାକୁ ସମୁଦ୍ର ଭିତରୁ ଭିଡ଼ିଭିଡ଼ି ସ୍ଥଳ ଭାଗକୁ ଆଣିଥିଲେ। ଏହାପରେ ଲୋକମାନେ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ।

ତେବେ ଏଥିରେ ଥାଇ ବା ମଲେଶିୟା ଭାଷାରେ କିଛି ଲେଖା ହୋଇ ଥିବା ଦେଖିବାକୁ ମିଳିଛି । ତାହା ସହ ଏଥିରେ ବୌଦ୍ଧ କଳାକୃତି ଥିବା କୁହାଯାଉଛି । ତେଣୁ ସମ୍ଭବତଃ ଏହା ଥାଇଲାଣ୍ଡରୁ ସୁମୁଦ୍ରରେ ଭାସି ଆସିଥିବା ଅନୁମାନ କରାଯାଇଛି । ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ୍ୟ ଡଙ୍ଗା ଟିକୁ ଜବତ କରାଯାଇଛି । ଏହା କେଉଁଠୁ ଆସିଲା ଏବଂ ଏହା କେଉଁ ସ୍ଥାନର ବୋଲି ତଦନ୍ତ ଆରମ୍ଭ ହୋଇଛି।

ତେବେ ବାତ୍ୟା ଆସାନି ଓଡ଼ିଶାରେ ବିଶେଷ ପ୍ରଭାବ ପକେଇ ନଥିଲେ ବି ଆନ୍ଧ୍ର ଉପରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ବାତ୍ୟା ଆସାନିର ପ୍ରଭାବ ଅଧିକ ଦେଖିବାକୁ ମିଳିଛି।

ସମୂଦ୍ର ଗର୍ଜନ କରିବା ସହିତ ଉଚ୍ଚ ଲହରି ମଧ୍ୟ ଦେଖିବାକୁ ମିଳିଥିଲା। ତାରି ମଧ୍ୟରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ସୁନେଲି ରଙ୍ଗର ରଥ ସମସ୍ତଙ୍କୁ ଚକିତ କରିଛି। ବାତ୍ୟାର ପ୍ରଭାବକୁ ଖାତିର ନକରି ଶହ ଶହ ଆନ୍ଧ୍ରବାସୀ ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଭିଡ଼ ଜମାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।