love ସେକ୍ସ ଧୋକା ! ନୂଆ ବାହାଘର ପରେ ସ୍ତ୍ରୀକୁ ବୁଲେଇବା ପାଇଁ ନେଇ ରାସ୍ତାକଡ଼ରେ ଛାଡି ଚାଲିଗଲା ସ୍ୱାମୀ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…କଲେଜ

ପ୍ରେମ ଓ ପ୍ରତାରଣା ଦିନକୁ ଦିନ ବଢ଼ି ଚାଲିଛି। ଆଜିର ଯୁଗରେ ସଚ୍ଚା ପ୍ରେମ ଖୁବ୍ କମ ଦେଖିବା ପାଇଁ ମିଳୁଛି। ପ୍ରଥମେ ଲଭ୍ ତା ପରେ ସେକ୍ସ ସବୁକିଛି ସାରିଯିବା ପରେ ଧୋକା। ସେହିଭଳି ଆଉ ଏକ ଚିତ୍ର ସମ୍ନାକୁ ଆସିଛି। ଲଭ କଲେ ପ୍ରେମର ମିଠା ସରିଯିବା ପରେ ଧୋକା ଦେଲେ, ପରେ ଚାପରେ ଆସି ବିବାହ କଲେ। ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ଏହା ପରେ ମନ ଭରିଗଲା ପରେ ଚୁଇଙ୍ଗମ ଭଳି ଫୋପାଡି ଦେଇଛନ୍ତି ଧୋକାବାଜ ସ୍ବାମୀ। ରାସ୍ତା କଡ଼ରେ ବସି ଏବେ ଆଖିରୁ ଖାଲି ଲୁହ ଗଡାଉଛନ୍ତି ସ୍ତ୍ରୀ।

ଏଭଳି ଏକ ଘଟଣା ଆସିଛି ଯାଜପୁର ଜିଲ୍ଲାର ଦାନପଦି ଅଞ୍ଚଳରୁ। ଭଦ୍ରକ ଜିଲ୍ଲାର ବନ୍ତରରୁ ଆଶା ରାଣୀ ପଲ୍ଲେଇ ଯାଜପୁର ଜିଲ୍ଲାର ରାମଚନ୍ଦ୍ରପୁର ଥାନାର ବଣିଆ ପଶି ଗ୍ରାମର ନବୀନ ବେହେରାଙ୍କ ପୁଅ ଦିଲ୍ଲୀପ ବେହେରାଙ୍କୁ ପ୍ରେମ କରୁଥଲେ।ଦିଲ୍ଲୀପ କିନ୍ତୁ ଆଶା ରାଣୀଙ୍କ ସହିତ ପ୍ରେମର ଛଳନା କରୁ ଥିଲେ ଜାଣିବା ପରେ ଯୁବତୀ ନ୍ୟାୟ ପାଇଁ ଯାଜପୁର ରାମଚନ୍ଦ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।

 ତେବେ ପୋଲିସଙ୍କ ସହମତିରେ ଉଭୟ ଗତ ୩୦ ତାରିଖରେ ଯାଜପୁର କୋର୍ଟରେ ବିବାହ କରିଥିଲେ। ଏହା ପରେ ଦିଲ୍ଲୀପ ଆଶା ରାଣୀଙ୍କୁ ଘରକୁ ନ ନେଇ ଯାଜପୁର ଦାନପଦି ଠାରେ ଏକ ଭଡ଼ା ଘରେ କିଛି ଦିନ ରଖିଥିଲେ। ତେବେ ଦୁଇ ଦିନ ପୂର୍ବେ ଦିଲ୍ଲୀପ ଆଶା ରାଣୀଙ୍କୁ ଏକ ନୂଆ ଘର ଖୋଜିବା ପାଇଁ ଯିବେ ବୋଲି କହି ଆଶାଙ୍କୁ ତାଙ୍କ ବାପ ଘରକୁ ପଠାଇ ଦେଇଥିଲେ। ଏହା ପରେ ଦିଲ୍ଲୀପ ନୂଆ ଘର ଖୋଜିବାର ବାହାନା ଦେଖାଇ ନିଜ ଘର ତାଲାମାରିକୁ କୁଆଡେ ଫେରାର ହୋଇ ଯାଇଥିବାର ଆଶାରାଣୀ କହିଛନ୍ତି।

ତେବେ ଯେତେ ଚେଷ୍ଟା କରି ମଧ୍ୟ ଆଶା ରାଣୀ ଦିଲ୍ଲୀପଙ୍କ ସହିତ କୈାଣସି ଯୋଗାଯୋଗ କରି ପାରି ନାହାଁନ୍ତି। ତେଣୁ ଆଶା କିଛି ଉପାୟ ନ ପାଇ ତାଙ୍କ ଶାଶୁ ଘରକୁ ଫୋନ କରିଥିଲେ। ଏବଂ ସେ ଶାଶୁ ଘରକୁ ଯିବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ।

କିନ୍ତୁ ଦିଲ୍ଲିପଙ୍କ ପାରିବାର ଲୋକେ ଆଶା ରାଣୀଙ୍କୁ ସେଠାକୁ ଯିବାକୁ ଡାଇରେକ୍ଟ ମନା କରି ଦେଇଥିଲେ। ଆଶା ରାଣୀଙ୍କ ଶଶୁର ଓ ଦିଅର ତାଙ୍କୁ ହାଣି ଦେବାର ଧମକ ମଧ୍ୟ ଦେଇଛନ୍ତି। ତେବେ ଏ ନେଇ ଆଶା ରାଣୀ ଥାନରେ ଅଭିଯୋଗ କରିଛନ୍ତି। କିନ୍ତୁ ପୋଲିସ କିଛି ପଦକ୍ଷେପ ଗ୍ରହଣ କରିବେ ନାହିଁ ବୋଲି ମନା କରି ଦେଇଛନ୍ତି।

ଏହା ପରେ ଆଶା ରାଣୀ ସ୍ବାମୀ ଦିଲ୍ଲୀପଙ୍କୁ ଖୋଜିବାରେ ଲାଗିଛନ୍ତି। କିନ୍ତୁ ସେ ତାଙ୍କୁ ପାଇପାରୁ ନାହାଁନ୍ତି।ରାସ୍ତା କଡ଼ରେ ବସି ଭୋ ଭୋ ହୋଇ କାନ୍ଦି ଚାଲିଛନ୍ତି ଆଶା। କିନ୍ତୁ ଆଶାଙ୍କ କାନ୍ଦ ବୋବାଳି ସ୍ୱାମୀଙ୍କ ପାଖରେ ପହଁଚି ପାରୁନାହିଁ। ତେବେ ମହିଳା ଜଣକ ସ୍ବାମୀଙ୍କୁ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।