viral video-marcket ବୁଲିବାକୁ ଯାଇ ପ୍ରେମିକ ସହ ଫେରାର ହୋଇଗଲା ମୋ ସ୍ତ୍ରୀ,ଆଉ ତା ପରେ ଯାହା ହେଲା ..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବାହାଘରକୁ ପାଖା ପାଖି ୪ ବର୍ଷ ପୂରି ଗଲାଣି। । ସ୍ବାମୀ ଦିଲ୍ଲୀରେ ରୁହନ୍ତି। ଦିଲ୍ଲୀରେ ଥିବା ସମୟରେ ସେମାନଙ୍କର ଏକ ଝିଅ ହୋଇଥିଲା କିନ୍ତୁ ଝିଅ ୩ ମାସ ପରେ ମରି ଯାଇଥିଲା। ଏହାପରେ ସେ ତାଙ୍କ ବାପ ଘରେ ଥିବା ସମୟରେ ଏକ ଝିଅ ହୋଇଥିଲା ସେ ମଧ୍ୟ ମରି ଯାଇଥିଲା।

ସ୍ବାମୀ ସ୍ତ୍ରୀ ପାଖକୁ ଖର୍ଚ୍ଚ ପାଇଁ ପ୍ରତି ମାସରେ ପଇସା ପଠାଇ ଦେଉଥିଲେ।ସ୍ବାମୀ ସ୍ତ୍ରୀ ଦୁହେଁ ଖୁବ୍ ଖୁସି ଥିଲେ କଥାବାର୍ତ୍ତା ବି ଠିକ ଠାକ୍ ଚାଲିଥିଲା କିନ୍ତୁ କଣ ହେଲା କେଜାଣି ସାବିତ୍ରୀ ବ୍ରତରେ ବାପ ଘରକୁ ବ୍ରତ କରିବାକୁ ଯାଇ ଆଉ ଫେରିଲେନି ସ୍ତ୍ରୀ। ଆଉ ସ୍ବାମୀ ଏପଟେ କାନ୍ଦି କାନ୍ଦି ସ୍ତ୍ରୀଙ୍କୁ ଝୁରି ହେଉଛନ୍ତି।

ହଁ ଆଜ୍ଞା ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ତେବେ କେନ୍ଦ୍ରାପଡ଼ାର ଆଳୀ ବ୍ଲକ ମହରାକୁଳ ଗ୍ରାମରେ ଦେବେନ୍ଦ୍ର ସୁୁତାର ୪ ବର୍ଷ ତଳେ ଯାଜପୁର ଜିଲ୍ଲାର ବ୍ରଜ କିଶୋର ଓଝାଙ୍କ ଝିଅ ବନ୍ଦନା ସୁତାରଙ୍କୁ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିଥିଲେ।

ହେଲେ ବନ୍ଦନା ସାବିତ୍ରୀ ବ୍ରତ କରିବା ପାଇଁ ବନପୁର ନିଜ ବାପ ଘରକୁ ଯାଇଥିଲେ। ମେ ୨୮ ତାରିଖରେ ନିଜ ଭାଇ ସହିତ ସେ ବାପ ଘରକୁ ଯାଇଥିଲେ। ବାପ ଘରେ ସାବିତ୍ରୀ ବ୍ରତ ମଧ୍ୟ କରିଥିଲେ। ନୂଆଁ ଶାଢ଼ୀ ଶଙ୍ଖା ସିନ୍ଦୂର ପିନ୍ଧି ସଜବାଜ ହୋଇ ସ୍ବାମୀ ଦେବେନ୍ଦ୍ରଙ୍କ ପାଖକୁ ଫୋଟ ମଧ୍ୟ ପଠାଇ ଥିଲେ ସ୍ବାମୀଙ୍କ ପାଖକୁ ଫୋନ କରି କଥା ବି ହେଇଥିଲେ।


ତେବେ ରାତି ପାହିଲେ ଯାଇଥାନ୍ତେ ଶଶୁର ଘରକୁ ଯାଇଥାନ୍ତେ ବନ୍ଦନା। କିନ୍ତୁ ବନ୍ଦନାଙ୍କ ମା ଦେବେନ୍ଦ୍ରଙ୍କ ପାଖକୁ ଫୋନ କରି କହିଲେ ଝିଅ ଘରେ ନାହିଁ କୁଆଡେ ଚାଲି ଯାଇଛି। ଯାହା ସ୍ବାମୀଙ୍କୁ ବହୁତ୍ ବଡ ଝଟକା ଦେଇଥିଲା ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ବନ୍ଧୁ ବାନ୍ଧବ ସମସ୍ତଙ୍କୁ ପଚାରିଲେ ହେଲେ କେହି ବି କହି ପାରିଲେନି ବନ୍ଦନା କୁଆଡେ ଚାଲି ଯାଇଥିଲେ। ତାପରେ ବନ୍ଦନାଙ୍କୁ ପରିବାର ଲୋକେ ବହୁତ୍ ଖୋଜା ଖୋଜି ମଧ୍ୟ କରିଥିଲେ କିନ୍ତୁ ବନ୍ଦନାଙ୍କ କିଛି ପତ୍ତା ମିଳି ପାରି ନଥିଲା।

ଏ ନେଇ ଖୋଜା ଖୋଜି ପରେ ବନ୍ଦନା ନ ମିଳିବାରୁ ମଙ୍ଗଳପୁର ଥାନାରେ ବନ୍ଦନା ନିଖୋଜ ଥିବାର ଅଭିଯୋଗ କରିଥିଲେ ପରିବାର ଲୋକେ। କିନ୍ତୁ ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ବନ୍ଦନା କୁଆଡେ ଚାଲି ଯାଇଛନ୍ତି ତାର କିଛି ଖୋଜ ଖବର ମିଳି ପାରି ନାହିଁ। ମଙ୍ଗଳପୁର ଥାନା ଅଧିକାରୀ ବନ୍ଦନାଙ୍କ ନିଖୋଜ ପଛର କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି। ଏପଟେ ସ୍ତ୍ରୀର ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ବାମୀ ଓ ପାରିବାର ଲୋକେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।