ଦେଖନ୍ତୁ viral ଭିଡ଼ିଓ-କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷ ଗୀତ ଶୁଣିଲେ ଆଖିରୁ ଲୁହ ଝରିଆସିବ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ତପୁ ମିଶ୍ର ଯିଏକି ଓଡ଼ିଶାର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଭାବେ ପରିଚିତ। ଓଡ଼ିଆ କଥାଚିତ୍ର ଓ ଓଡ଼ିଆ ଆଲବମ ଜଗତରେ ଅନେକ ଗୁଡ଼ିଏ ଗୀତରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର। ତପୁ ମିଶ୍ର ୧୧ ଜାନୁୟାରୀ ୧୯୮୫ ମସିହାରେ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।ତପୁ ମିଶ୍ର ୨୦୧୮ ମସିହାରେ ଅଭିନେତା ତଥା ଜଣେ ସଫଳ ବିଜନେସ୍ ମ୍ୟାନ ଦୀପକ ପୂଜାରୀଙ୍କୁ ନିଜର ଜୀବନ ସାଥି ରୂପେ ଗ୍ରହଣ କରିଥିଲେ। ହିନ୍ଦୁ ରୀତି ନୀତି ଅନୁସାରେ ଏହି ଦୁଇଜଣଙ୍କ ବିବାହ ସମ୍ପନ୍ନ ହୋଇଥିଲା।

୧୯୯୫ ମସିହାରେ ହିମାଂଶୁ ପରିଜାଙ୍କ ଓଡ଼ିଆ ଚଳଚ୍ଚିତ୍ର “କୁଳ ନନ୍ଦନ” ଜରିଆରେ ତପୁ ମିଶ୍ର ପ୍ରଥମ ଥର ପାଇଁ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହା ପରେ ସେ ବହୁ ସୁପରହିଟ ଓଡ଼ିଆ କଥାଚିତ୍ର ଓ ଆଲବମ ଗୀତ ଗାଇଥିଲେ।

ସେ ଆଇ ଲଭ୍ ୟୁ, ଚକୋଲେଟ, ମନ ମୋର ପ୍ରଜାପତି, ତୁ ଥାଆ ମୁଁ ଯାଉଛି ରୁଷି, ମୋଷ୍ଟ ୱାଣ୍ଟେଡ, ଓମ୍ ନମ୍ଃ ଶିବାୟ, ଏ ମିଳନ ଯୁଗ ଯୁଗର, ସଞ୍ଜୁ ସଞ୍ଜନା,ଏ ଦିଲ ତତେ ଦେଇଛି, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଇସ୍କ୍ ତୁ ହି ତୁ ପରି ବହୁତ ସୁପରହିଟ ଓଡ଼ିଆ କଥାଚିତ୍ରରେ କଣ୍ଠ ଦାନ କରିଛନ୍ତି। କେବଳ ଓଡ଼ିଆ ଭାଷାରେ ନୁହେଁ ବରଂ ସେ ଓଡ଼ିଆ ସମେତ ସେ ବଙ୍ଗଳା, ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଗୀତ ଗାଇଥିଲେ।

ତେବେ ୧୯ ଜୁନ ୨୦୨୧ରେ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଅକାଳ ବିୟୋଗ ଘଟିଥିଲା।ସେ ମହାମାରୀ କରୋନାରେ ପୀଡିତ ଥିଲେ।ଭୁବନେଶ୍ୱର ଠାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଏତେ ଗୁରୁତର ହୋଇପଡ଼ିଥିଲା ଯେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ୨୦୨୧ ମସିହା ଜୁନ ୧୯ ତାରିଖ ରାତି ୧୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ମାତ୍ର ୩୬ ବର୍ଷ ବୟସରେ ସେ ଆରପାରିକୁ ଚାଲିଗଲେ। ଯାହାକୁ ନେଇ ଓଡ଼ିଆର କୋଣ ଅନୁକୋଣରେ ଶୋକର ଛାୟା ଖେଳି ଯାଇଥିଲା।

ତପୁ ମିଶ୍ର ଜଣେ ଏମିତି କଣ୍ଠଶିଳ୍ପୀ ତାଙ୍କ କଣ୍ଠର ସବୁ ଗୀତ ସୁପର ହିଟ ହୋଇଯାଏ। ଭଜନ, ଆଇଟମ ସଙ୍ଗ, ରୋମାଣ୍ଟିକ ସଙ୍ଗ ସବୁ ଗୀତ ତାଙ୍କର ସୁପରହିଟ। ତେବେ କୋକିଳ କଣ୍ଠୀ ଗାଇକା ତପୁ ମିଶ୍ରଙ୍କ ଗୀତ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିଥିବ। ତପୁ ମିଶ୍ର ତାଙ୍କ ମୃତ୍ୟୁ ପୂର୍ବରୁ ଏକ ସୁନ୍ଦର ଆଲବମ ସଙ୍ଗରେ କଣ୍ଠଦାନ କରିଥିଲେ।

ତପୁ ମିଶ୍ରଙ୍କ ଶେଷ ଗୀତ ଥିଲା “କେବେ ଲାଜର ଗହଣା”। ତପୁ ମିଶ୍ରଙ୍କ ଏହି ଗୀତ ମଧ୍ୟ ଦର୍ଶକ ମାନଙ୍କ ଭଲପାଇବା ସାଉଁଟି ପାରିଥିଲା। ଦର୍ଶକ ମାନେ ବହୁ ମାତ୍ରାରେ ଏହି ଗୀତକୁ ଲାଇକ କରିଥିଲେ। ଯାହାକୁ ବର୍ତ୍ତମାନ ସୁଦ୍ଧା ୨ ମିଲିୟନରୁ ଅଧିକ ଦର୍ଶକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।