ଦେଖନ୍ତୁ Shocking ଭିଡ଼ିଓ : ମରିନି ମଣିଷ ପଣିଆ ! ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ….

ଆମ ସମାଜରେ ଆମ ଚାରି ପାଖରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ କିଛି ନା କିଛି ଘଟଣା ଦୁର୍ଘଟଣା ଘଟି ଚାଲିଛି।କିଛି ଘଟଣା ଆମକୁ ବହୁତ ଆନନ୍ଦ ଦେଇଥାଏ,ଆଉ କିଛି ଘଟଣା ବହୁତ ହୃଦୟ ବିଦାରକ ହୋଇଥାଏ।ଏ ସଂସାରରେ ଦିନକୁ ଦିନ ମାନବିକତା ଲୋପ ପାଇବାକୁ ଲାଗିଲାନି।ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ କାହା ପାଖରେ ସମୟ କି ମନରେ ଦୟା ନାହିଁ।ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ହିଁ ଏହାର କଷ୍ଟକୁ ଅନୁଭବ କରି ପାରିଥାଏ।ସେମିତି ଏକ ହୃଦୟ ବିଦାରକ ଘଟଣା ସମ୍ପର୍କରେ ଜାଣିବା।

ରାସ୍ତା କଡ଼ରେ ଜଣେ କିନ୍ନର ବ୍ୟସ୍ତ ବିବ୍ରତ ହୋଇପଡ଼ି ଲୋକ ମାନଙ୍କୁ ସାହାଯ୍ୟ ମାଗୁଛି।କିନ୍ତୁ କେହିବି ସାହାଯ୍ୟ କରିବା ପାଇଁ ଆସୁନାହାନ୍ତି।ସେ ବହୁତ ଗାଡ଼ି ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଗୋଟେ ବି ବ୍ୟକ୍ତି ଗାଡ଼ି ଅଟକୁ ନାହାନ୍ତି।ସେମାନେ ଭାବୁଛନ୍ତି ଯେ କିନ୍ନର ଜଣଙ୍କ ତାଙ୍କୁ ପଇସା ମାଗୁଛନ୍ତି। ସେଥିପାଇଁ କେହି ସେଠାକୁ ସାହାଯ୍ୟ କରିବା ପାଇଁ ଆସୁନାହାନ୍ତି।କିଛି ସମୟ ଧରି ସାହାଯ୍ୟ ମାଗିବା ପରେ ଜଣେ ବ୍ୟକ୍ତି ବାଇକ୍ ନେଇ ଆସୁଥିଲେ, କିନ୍ନର ଜଣଙ୍କୁ ଏମିତି ବ୍ୟସ୍ତ ବିବ୍ରତ ହୋଇପଡ଼ି ଥିବାର ଦେଖି ଘଟଣା ବିଷୟରେ ପଚାରିବାରୁ କିନ୍ନର ଜଣଙ୍କ ତାଙ୍କୁ ସାହାଯ୍ୟ ମାଗିଲେ।

କିନ୍ନର ଜଣଙ୍କ ବ୍ୟକ୍ତି ଜଣଙ୍କୁ ରାସ୍ତା କଡକୁ ଡାକିନେଲେ, ତା ପରେବ୍ୟକ୍ତି ଜଣକ ଯାହା ଦେଖିଲେ ସେ ଘଟଣା ବହୁତ ହୃଦୟ ବିଦାରକ ଥିଲା।ଜଣେ ଗର୍ଭବତୀ ମହିଳା ରାସ୍ତା କଡ଼ରେ ପଡ଼ି ବହୁତ ସମୟ ଧରି କଷ୍ଟ ପାଉଛନ୍ତି। କିନ୍ତୁ ଏ ସମାଜର କିଛି ଅବିବେକି ନିଷ୍ଟୁର ବ୍ୟକ୍ତିମାନେ କେହି ବି ଏହି ଗର୍ଭବତୀ ମହିଳା ଜଣଙ୍କୁ ସାହାଯ୍ୟ କରିବାକୁ ଆସୁ ନାହାନ୍ତି। ସମସ୍ତେ ସବୁ ଦେଖୁଛନ୍ତି ସବୁ ବୁଝୁଛନ୍ତି ହେଲେ କାହା ମନରେ ଟିକେ ବି ଦୟା ଆସୁନି।ଶେଷରେ ବ୍ୟକ୍ତି ଓ କିନ୍ନର ଜଣଙ୍କ ଗର୍ଭବତୀ ମହିଳାଙ୍କୁ ବାଇକ୍ ରେ ନେଇ ହସ୍ପିଟାଲ୍ କୁ ଯାଉଛନ୍ତି।

ଏମିତି ଦେଖିବାକୁ ଗଲେ ସଂସାରରେ ଆଜିବି କୋଉଠି ନା କୋଉଠି ମାନବିକତା ବଞ୍ଚିକି ରହିଛି।ଯଦି କିନ୍ନର ଜଣଙ୍କ ପାଖରେ ସେତିକି ମାନବିକତା ନଥାନ୍ତା ତେବେ ଗର୍ଭବତୀ ମହିଳାଙ୍କ ସହ କେତେ ବଡ଼ ଅଘଟଣ ଘଟି ଯାଇଥାଆନ୍ତା।କିଛି ଅବିବେକି ଲୋକଙ୍କର ଅବହେଳା ପାଇଁ ହୁଏତ ମହିଳା ଜଣଙ୍କ ସନ୍ତାନ ଦୁନିଆର ଆଲୋକ ଦେଖିବା ଆଗରୁ ମା ପେଟରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥାନ୍ତା।

କିନ୍ତୁ କିନ୍ନର ଜଣଙ୍କ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରି ତାଙ୍କ ମହାନତାର ପ୍ରମାଣ କରିଦେଲେ । ହୁଏତ କିନ୍ନର ଜଣଙ୍କ ଗର୍ଭବତୀ ମହିଳା କଷ୍ଟ ଓ ତାଙ୍କ ଯନ୍ତ୍ରଣାକୁ ଅନୁଭବ କରି ପାରିଥିଲେ।

ଏହି କିନ୍ନର ଜଣଙ୍କୁ ଏବଂ କିନ୍ନରଙ୍କ ସହ ସାହାଯ୍ୟର ହାତ ବଢ଼ାଇ ଥିବା ସେହି ସହୃଦୟର ବ୍ୟକ୍ତି ଜଣଙ୍କୁ ମହାପ୍ରଭୁ ଜଗନ୍ନାଥ କୋଟି ପରମାୟୁ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।