ଦେଖନ୍ତୁ ସିସିଟିଭି ଫୁଟେଜ : ଅସଦାଚରଣ କୁ ବିରୋଧ କରିବାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ 8 ଥର ଛୁରୀ ଭୁସିଲେ ଯୁବକ …ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ..ଦୟାକରି ଅଧିକ ମାତ୍ରାରେ ସେୟାର କରନ୍ତୁ…

ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଘଟଣା ବିଷୟ ରେ ଅବଗତ ହୋଇ ପାରି ଥାଉ, ଏଣୁ ଏହା ଆଜିର ଦିନ ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ଆପଣ ମାନେ ତ ଜାଣନ୍ତି ଆଜି ର ଦୁନିଆଁ କେତେ ଯେ କଳୁଷିତ ହେବାକୁ ଲାଗିଲାଣି ଯାହା କଳ୍ପନା ମଧ୍ୟ କରି ହେବ ନାହିଁ | କେତେ ବେଳେ ଚୋରି ଡକାୟତ ତ ପୁଣି ଆଉ କେତେ ବେଳେ କାହାକୁ ହତ୍ୟା ତ ପୁଣି କେତେ ବେଳେ ଦୁଷ୍କର୍ମ ଦେଖିବାକୁ ମିଳି ଥାଏ |

ଯୁଗ ଏତେ ଟେକନୋଲୋଜି ଆଡ଼କୁ ଗତି କଲାଣି କିନ୍ତୁ ଏହି ଦୁନିଆ ରେ କିଛି ଏଭଳି ଅସଭ୍ୟ ଅଛନ୍ତି ଯେଉଁ ମାନେ ନାରୀ ଙ୍କୁ କିପରି ସମ୍ମାନ ଦେବା ତାହା ଆଜି ପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ | ନିଜର ମାନସିକ ସଂଯମତା ହରାଇ ନାରୀ ଙ୍କ ପ୍ରତି ଏଭଳି ବ୍ୟବହାର କରି ଥାଆନ୍ତି ଯାହାକି ଶୁଣିଲେ ଆପଣ ମଧ୍ୟ ନିନ୍ଦା କରିବେ | ତେବେ ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହୋଇ ଯିବେ |

ଘଟଣା ହେଉଛି ଏକ ନାବାଳିକା ଅସଦାଚରଣ ବିରୋଧ କରିବାରୁ ଜଣେ ଯୁବକ ତାକୁ ବାରମ୍ବାର ଛୁରା ମାରିଛି | ତେବେ ଏଭଳି ଏକ ଭୟଙ୍କର ଘଟଣା ବିହାର ର ଗୋପାଳଗଞ୍ଜ ଜିଲ୍ଲା ରେ ଦେଖିବା ପାଇଁ ମିଳିଛି | ସୂଚନା ଅନୁଯାଇ, ଡିସେମ୍ବର 19 ତାରିଖ ଦିନ ଏକ ନାବାଳିକା ସ୍କୁଲ ରୁ ଘରୁ ଫେରୁ ଥିଲେ |

ସେହି ସମୟରେ ଏକ ଯୁବକ ତା ସାଙ୍ଗ ମାନଙ୍କ ମେଳ ରେ ଲୁଚି ରହି ଥିଲା ଆଉ ହଠାତ ଆସି ଛାତ୍ରୀ ଟିକୁ ରାସ୍ତା ରେ ଅଟକାଇ ଦେଇ ଥିଲା, କାରଣ ପଚାରିବାରୁ ଯୁବକ ଜଣଙ୍କ ତା ସହିତ ଅସଦାଚରଣ କରି ଥିଲା |

ତେବେ ଛାତ୍ରୀ ଜଣଙ୍କ ତାହା ବିରୋଧ କରିବାରୁ ଯୁବକ ଜଣଙ୍କ ରାଗି ଯାଇ 13 ସେକେଣ୍ଡ ରେ ଛାତ୍ରୀ ଟିକୁ 8 ଥର ଛୁରା ଭୁସି ଦେଇ ଥିଲା, ଫଳରେ ସେଇଠି ପୀଡିତା ଜଣଙ୍କ ଟଳି ପଡି ଥିଲା | ଘଟଣା ପରେ ପୀଡିତା ଙ୍କୁ ଗୋପାଳଗଞ୍ଜ ସଦର ଡାକ୍ତର ଖାନା ନିଆ ଯାଇ ଥିଲା, କିନ୍ତୁ ପୀଡିତା ଙ୍କର ସ୍ୱାସ୍ଥ୍ୟ ଏତେ ଗୁରୁତର ହୋଇ ପଡି ଥିଲା

ଯେ ପରେ ପରେ ଚିକିତ୍ସା ପାଇଁ ତାଙ୍କୁ ପାଟନା ମେଡିକାଲ କଲେଜ କୁ ନିଆ ଯାଇ ଥିଲା | ତେବେ ପରିବାର ଲୋକ ଥାନା ରେ ଅଭିଯୋଗ କରିବା ପରେ ପୋଲିସ ସିସି ଟିଭି ଯାଞ୍ଚ କରି ଅଭିଯୁକ୍ତ କୁ ଗିରଫ କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।