Dhanteras 2022 | ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଶୁଭ ଏବଂ କେଉଁ ଜିନିଷ ଆଣିଲେ ଅଶୁଭ,ଜାଣନ୍ତୁ….

ତେବେ ହିନ୍ଦୁ ଧର୍ମ ରେ ଅନେକ ପର୍ବ ପର୍ବାଣି ପାଳନ କରାଯାଇଥାଏ । ସେଥି ମଧ୍ୟରୁ ଏକ ଶୁଭ ଏବଂ ବିଶେଷ ପର୍ବ ହେଉଛି ଧନତେରସ । ଏହି ପର୍ବ ଦୀପାବଳି ପୂର୍ବରୁ ପାଳନ କରାଯାଇଥାଏ । ଏହି ଦିନ ଧନ ର ଦେବୀ ମାତାଲକ୍ଷ୍ମୀ ଙ୍କ ସହିତ ଧନ ର ଦେବତା କୁବେର ଓ ଧନ ମନ୍ତ୍ରୀ ଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ।

ଲୋକଙ୍କ ବିଶ୍ୱାସ ଥାଏ ଯେ, ଏହି ପବିତ୍ର ଧନତେରସ ଦିନ ଘରକୁ କୌଣସି ଶୁଭ ଜିନିଷ ଆଣିବା ଦ୍ୱାରା ବିଶେଷ କରି ସୁନା ବା ଚାନ୍ଦି ନିର୍ମିତ ବସ୍ତୁ ଆଣିଲେ ଘରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ।ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଧନତେରସ ଦିନ ଘରକୁ ଆଣିବା ଦ ଆପଣଙ୍କ ଘରେ ଧନ ର ଆଗମନ ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଅଧିକାଂଶ ବ୍ୟକ୍ତି ଧନତେରସ ପର୍ବ ରେ କେବଳ ସୁନା ଚାନ୍ଦି ଘରକୁ ଆଣନ୍ତି । କିନ୍ତୁ ଏହା ବଦଳରେ ଯଦି ଆପଣ ଏକ ଲୁଣ ପ୍ୟାକେଟ ଘରକୁ ଆଣିବେ ତେବେ ଆପଣଙ୍କ ଘର ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ । କାରଣ ଲୁଣ ସହିତ ମାତାଲକ୍ଷ୍ମୀ ଙ୍କ ସମ୍ବନ୍ଧ ରହିଛି । ଏହା ସହିତ ଯଦି ଆପଣ ଏହି ଦିନ ଖଣ୍ଡ ହଳଦୀ ଆଣିବେ ତେବେ ଆପଣଙ୍କ ଜୀବନ ରେ ଶୁଭ ପରିବର୍ତ୍ତନ ଘଟିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ ।

୨. କଇଁଛ କୁ ବାସ୍ତୁ ଶାସ୍ତ୍ର ରେ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ମାନି ନିଆଯାଇଛି । ତେଣୁ ଧନତେରସ ରେ ଘରକୁ କଇଁଛ ଆଣନ୍ତୁ । କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏ । ଜୀବିତ କିମ୍ବା ଧାତୁରୁ ପ୍ରସ୍ତୁତ କଇଁଛ ଆପଣ ଘରକୁ ଆଣି ପାରିବେ ।

୩. ମାତାଲକ୍ଷ୍ମୀ ଙ୍କ ଚରଣ ପାଦୁକା ଘରକୁ ଆଣିଲେ ଏହା ବହୁତ ଲାଭ ଦାୟକ ହୋଇଥାଏ । ଏହା ଦ୍ୱାରା ଧନ ର ଅଭାବ କେବେବି ହେବ ନାହିଁ । ତେଣୁ ଆପଣ ମାନେ ଧନତେରସ ଦିନ ଅବଶ୍ୟ ଘରକୁ ମାତାଲକ୍ଷ୍ମୀ ଙ୍କ ଚରଣ ପାଦୁକା ଆଣନ୍ତୁ ।


୪. ଧନତେରସ ରେ ଦୌଡୁ ଥିବା ଘୋଡ଼ା ର ଫଟୋ ଘରେ କିମ୍ବା ଅଫିସରେ ଦକ୍ଷିଣ ପୂର୍ବ କାନ୍ଥ ରେ ଏହି ଫୋଟୋ କୁ ଲଗାଇଲେ ଧନର ଅଭାବ କେବେବି ହେବ ନାହିଁ ଏବଂ ଧନ ର ବୃଦ୍ଧି ହେବ ।

୫. ଧନତେରସ ଦିନ ଆପଣ କଉଡ଼ି ଅବଶ୍ୟ ଘରକୁ ଆଣନ୍ତୁ । ଏହାଦ୍ବାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ । ଏହାସହିତ ଆପଣ ମୋତି ଶଙ୍ଖକୁ ଆଣିବା ଦ୍ୱାରା ଆପଣଙ୍କ ସମ୍ପର୍କ ସମସ୍ତଙ୍କ ସହିତ ଭଲ ରହିଥାଏ ।

୬ଶାସ୍ତ୍ର ରେ କୁହାଯାଏ କି ଝାଡୁ ହେଉଛି ମାତାଲକ୍ଷ୍ମୀ ଙ୍କ ପ୍ରତିମା । ତେବେ ଧନତେରସ୍ ରେ ଘରକୁ ଝାଡୁ ଆଣିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ତେଣୁ ଏହି ଦିନ ଆପଣ ଗୋଟିଏ ଝାଡୁ ନିଶ୍ଚିତ ଭାବରେ ନିଜ ଘରକୁ ଆଣନ୍ତୁ ।

୭. ଏହି ପବିତ୍ର ଧନତେରସ ରେ ଆପଣ ଗୋଟିଏ ମୟୁର ପର ଅବଶ୍ୟ ଆଣନ୍ତୁ । ମୟୁର ପର କୁ ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ । ଏହି ମୟୁର ପର କୁ ଆପଣ ନିଜ ଘରର ମୁଖ୍ୟ ଦ୍ୱାର ରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ସଦା ସର୍ବଦା ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।