ମହା ଖୁଲାସା – କାନ୍ଦିଲା ଯାତ୍ରା ପେଣ୍ଡାଲ, ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ରାଣୀ..ରାଇମୋହନ ଭାଇଙ୍କୁ ମାରିକି ଟାଙ୍ଗି ଦେଇଛନ୍ତି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ଟିକୁ ….
ଲୋକପ୍ରିୟ ଅଭିନେତା ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ି ଚାଲିଛି ସସ୍ପେନ୍ସ। ଆଜି ତାଙ୍କ ମୃତ୍ୟୁକୁ ନେଇ ତିନି ଦିନ ବିତି ଯାଇଥିଲେ ବି ତାଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ପରଦା ଉଠି ନାହିଁ। ଦିନ ଯେତେ ଯେତେ ଗଡି ଚାଲିଛି ରାଇମୋହନ ଆତ୍ମହତ୍ୟା ଘଟଣା ଜଟିଳ ହେବାକୁ ଲାଗିଛି।
ରାଇମୋହନଙ୍କ ମୃତ୍ ଦେହ ଯେଉଁଭଳି ଭାବରେ ଉଦ୍ଧାର କରା ଯାଇଛି ତାହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଆଉ ଯାହାକୁ ନେଇ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ ଓ ଲାଗି ରହିଛି ସନ୍ଦେହ।ଯେଉଁ ଭଳି ଭାବେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି ତାହା ସମସ୍ତଂକ ମନରେ ସନ୍ଦେହ ସୃଷ୍ଟି କରିବା ସ୍ଵଭାବିକ।
ତେବେ ଏ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଆଲବମ ଅଭିନେତ୍ରୀ ତଥା ମଞ୍ଚ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ସାହୁ। ଆଉ କହିଛନ୍ତି ସେ ଏଭଳି ନିଷ୍ପତି କେବେ ହେଲେ ନେଇ ନାହାଁନ୍ତି ତାଙ୍କୁ କିଏ ମାରି ଟାଙ୍ଗୀ ଦେଇଛି ଏଭଳି ଗୁରୁତର ଅଭିଯୋଗ ରାଣୀ ପ୍ରିୟଦର୍ଶିନୀ ସିଧା ମଞ୍ଚ ଉପରେ ଓ ଦର୍ଶକ ସାମ୍ନାରେ କହିଛନ୍ତି।
ଏହା ସହ ସେ ରାଇମୋହନଙ୍କୁ ମନେ ପକାଇ କାନ୍ଦି ପକାଇ ଛନ୍ତି। ଆଉ ରାଇମୋହନଙ୍କ ଆତ୍ମାର ସଦ୍ଗତି ପାଇଁ ଏକ ମିନିଟ୍ ପର୍ଯ୍ୟନ୍ତ ମଞ୍ଚ ଉପରେ ନୀରବ ପ୍ରାର୍ଥନା କରିଛନ୍ତି। ଏମିତି କି ସେଠି ଉପସ୍ଥିତ ଥିବା ସବୁ ଦର୍ଶକ ମାନେ ଛିଡା ହୋଇ ଏକ ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରିଛନ୍ତି।
ତେବେ ରାଣୀ ପ୍ରିୟଦର୍ଶିନୀଙ୍କ କହିବା ଅନୁଯାୟୀ ରାଇମୋହନ ଭାଇ ଜଣେ ବହୁତ୍ ଭଲ ମଣିଷ, ବହୁତ୍ ଷ୍ଟ୍ରଙ୍ଗ ମଣିଷ ଓ ବହୁତ୍ ହସକୁରା ମଣିଷ, ସେ ପୁଣି ଏତେ ବଡ ନିଷ୍ପତି ନେବେ ସୁଇସାଇଡ୍ କରିବେ ଏଇଟା ପଶିବିଲ୍ ନୁହେଁ।
ପୁରୀ ବଳଗାଁ ନିକଟ କଳିଙ୍ଗ କନ୍ୟା ଯାତ୍ରା ମଞ୍ଚରେ ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ରାଣୀ ପ୍ରିୟଦର୍ଶିନୀ। ଏମିତି କି ଘଟଣାକୁ ଚାପି ନ ଦେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ମଞ୍ଚ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ସାହୁ। ତାହା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ରାଣୀ ପ୍ରିୟଦର୍ଶିନୀ।
ସୂଚନା ଅନୁଯାୟୀ ରାଇମୋହନ ଶୁକ୍ରବାର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ରାଇମୋହନ।୧୯୬୩ ଜୁଲାଇ ୧୦ ତାରିଖରେ କେନ୍ଦୁଝରର ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ। ମାତ୍ର ୫୭ ବର୍ଷ ବୟସରେ ସେ ଆତ୍ମହତ୍ୟା କରି ସବୁ ଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି। ଆଉ ତାଙ୍କ ଏ ଅକାଳ ବିୟୋଗରେ ସ୍ତବ୍ଧ ହୋଇ ଯାଇଛି ସାରା ଓଡିଶା। ଭାଙ୍ଗି ପଡ଼ିଛି ସିନେ ଜଗତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।