ଦେଖନ୍ତୁ Viral ଭିଡିଓ – ଦମନ ଫିଲ୍ମ ର ପ୍ରମୋସନ ପାଇଁ କପିଲ୍ ଶର୍ମା ସୋ କୁ ଗଲେ ବାବୁସାନ…

ଜୋରଦାର ରେ ଚାଲିଛି ଦମନ ଫିଲ୍ମ ର ହିନ୍ଦୀ ଡବିଂ ଯାହାକୁ ନେଇ ଦମନ ଟିମ ପୁରା ଜୋରଦାର ରେ ଲାଗି ପଡିଛନ୍ତି | ଖୁବ ଶୀଘ୍ର ହିନ୍ଦୀ ପ୍ରଖ୍ୟାଳୟ ରେ ରିଲିଜ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ର ଦମନ ହିନ୍ଦୀ ଡବିଂ ଏବଂ ଏହାକୁ ନେଇ ଏବେ ଓଡ଼ିଆ ଦର୍ଶକ ମାନେ ବେସ ଚର୍ଚ୍ଚା ରେ ଅଛନ୍ତି | କାହିଁକି ନା ଦମନ ଫିଲ୍ମ ବାବୁସାନ ଙ୍କ ନିର୍ମିତ ଏହି ଫିଲ୍ମ ଟି ଖୁବ ସୁନ୍ଦର ହୋଇଛି ଲୋକ ମାନେ ବେସ ପସନ୍ଦ ମଧ୍ୟ କରିଛନ୍ତି | ତେବେ ଶୁଣିବାକୁ ମିଳୁଛି କି ଦମନ ଫିଲ୍ମ ର ପ୍ରମସନ ପାଇଁ ଖୁବ ଶୀଘ୍ର କପିଲ ଶର୍ମା ଙ୍କ କମେଡି ସୋ କୁ ବାବୁସାନ ଆସି ପାରନ୍ତି | କାଳେ ଏଥିପାଇଁ ଏଗ୍ରିମେଣ୍ଟ ସରି ଯାଇଛି ବଡ଼ ବଡ଼ ତାରକା ଙ୍କ ଭଳି ପୁଣି ଥରେ ବାବୁସାନ ମହାନ୍ତି ଏହି ଓଡ଼ିଆ ଚଳଚ୍ଚିତ୍ର ର ପ୍ରମସନ ପାଇଁ ଯାଇ ପାରନ୍ତି | ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ବେସ ଚର୍ଚ୍ଚା ଧରିଛି |

ଏମିତି କି ଏହି କିଛି ଦିନ ପୂର୍ବରୁ ଆପଣ ଦେଖି ଥିବେ ନିହାତି କପିଲ ଶର୍ମା ଙ୍କ ସୋ ରେ ବଡ଼ ବଡ଼ ଅଭିନେତା ସାରୁଖାନ, ସଲମାନ ଖାନ ଙ୍କ ଠାରୁ ଆରମ୍ଭ କରି ହିତିକିକେସନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଆସିଛନ୍ତି | ଆଉ ନିଜର ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମ କୁ ପ୍ରମସନ କରି ଥାଆନ୍ତି | ତେବେ ଓଡ଼ିଆ ଫିଲ୍ମ ଦିନେ କପିଲ ଶର୍ମା ଙ୍କ ସୋ କୁ ଯିବ ବା ଦମନ ଟିମ ଏମିତି ସେହି ସୋ ରେ ସ୍ଥାନ ନେବ ଏମିତି କେହି ଭାବି ନଥିବେ |

ତେବେ ଏଠାରେ କହି ରଖିବାକୁ ଚାହିଁବୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଦମନ ଫିଲ୍ମ ଯେଉଁ ଇତିହାସ ସୃଷ୍ଟି କରିଛି ତାହା ଅତି ପ୍ରଶଂସନୀୟ | ଯେଉଁଠି ଓଡ଼ିଆ ଦର୍ଶକ ମନଉଣା କରୁ ଥିଲେ ହଲ ଯିବାକୁ ଓଡ଼ିଆ ଫିଲ୍ମ ଦେଖିବାକୁ, କିନ୍ତୁ ଏବେ ଦମନ ଫିଲ୍ମ ଦେଖିବା ପାଇଁ ସମସ୍ତେ ଯେମିତି ଦୌଡ଼ି ଯାଉଛନ୍ତି | ତେବେ ସବୁଠାରୁ ବଡ଼ କଥା ଏହି ଫିଲ୍ମ ନା କୌଣସି ଫିଲ୍ମ କୁ କପି କରିଛି ନା କୌଣସି ବାହାର ସ୍ଥାନର କାହାଣୀ ଅଟେ |

ଏ ହେଉଛି ଓଡ଼ିଆ ଫିଲ୍ମ ତାହା ପୁଣି ନିଜ ରାଜ୍ୟ ଭିତରୁ ଏକ କାହାଣୀ, ମାନେ ମାଲକାନଗିରି ରେ ଘଟି ଥିବା ଏକ କାହାଣୀ | ଆଉ କେମିତି ଜଣେ ଡାକ୍ତର ନିଜର ଆଗ୍ରହ ଓ ଲୋକ ଙ୍କର ଜୀବନର ମୂଲ୍ୟ କୁ ବୁଝି ନିଜ ଜୀବନକୁ ବିପଦ ରେ ପକାଇ ସେମାନଙ୍କ ଚିକିତ୍ସା ପାଇଁ ଜଙ୍ଗଲ ଭିତରେ ରହି ଥିଲେ ଆଉ ଲୋକ ଙ୍କ ସେବା କରିଥିଲେ ତାହାକୁ ନେଇ ଏହି କାହାଣୀ ଟି ତିଆରି ହୋଇଛି | ତେବେ ଏହି ଫିଲ୍ମ ରେ ନା ଆଇଟମ ସଙ୍ଗ ଅଛି ନା ହିରୋଇନ ଅଛି ତଥାପି ଏହି ଫିଲ୍ମ ଟି ହିଟ ହୋଇଛି ଆଉ ସମସ୍ତଙ୍କ ମନକୁ ଛୁଇଁ ପାରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।