ଆଜି ଆମେ ଆପଣମାନଙ୍କୁ କିଛି ଘରେଇ ଟିପ୍ସ ବିଷୟରେ ଜଣାଇବି ଯାହାକୁ ବ୍ୟବହାର କରି ଆପଣ ଡାଇବେଟିସ ଭଳି ରୋଗ ରୁ ପାଇପାରିବା ସମ୍ପୂର୍ଣ୍ଣ ମୁକ୍ତି, ସାଧାରଣତଃ ଆମେ ଜାଣିଛୁ ଘରେ ଘରେ ଜଣେ ଡାଇବେଟିସ ରୋଗୀ ନିହାତି ଥିବେ, ଆଉ ସେହି ଡାଇବେଟିସ ଯୋଗୁ ଲୋକମାନେ ବିଭିନ୍ନ ରୋଗରେ ମଧ୍ୟ ପଡୁଥିବେ, ଆଉ ଏହି ରୋଗ ହେଲେ ରୋଗୀର ଶରୀରରେ ରୋଗ ପ୍ରତି ରୋଧର କ୍ଷମତା କମିଯାଇଥାଏ, ଯାହା ଯୋଗୁ ଆମ ଶରୀରରେ ସବୁ ପ୍ରକାର ରୋଗ ମାଡ଼ିବସିଥାଏ | ତେବେ ଆସନ୍ତୁ ଆମ ଆଜି ଆପଣ ମାନଙ୍କୁ ଜଣାଇବି କିଛି ଏପରି ଟିପ୍ସ ଯାହାକୁ ବ୍ୟବହାର କରି ଡାଏବେଟିସ ଭଳି ରୋଗରୁ ପାଇପାରିବା ମୁକ୍ତି |
ଆମେ ମାନେ ସାଧାରଣତଃ ଦେଖିଥିବୁ କି ଯାହା ଘରେ ଡାଇବେଟିସରେ ପୀଡିତା ରୋଗୀ ରହିଥିବେ, ତାଙ୍କର ମେଡ଼ିସିନ ସବୁ ଦିନ ପାଇଁ ଲାଗିରହିଥିବ , ଆହୁରି ମଧ୍ୟ ତାଙ୍କୁ ଯଦି କିଛି ବି ରୋଗ ହୋଇଥିବ ତାହେଲେ ତାହା ସହଜରେ ମଧ୍ୟ ଭଲ ହୋଇନଥାଏ | ତେବେ ଆଜି ଆମ ଆପଣମାନଙ୍କୁ ଜଣଉଛି ଦୁଇଟି ଜିନିଷ ଯାହାକି ଆପଣମାନେ ନିଜ ନିଜ ର ଘରେ ମଧ୍ୟ ପାଇଯିବେ, ଆଉ ଯାହାକୁ ବ୍ୟବହାର କରି ଡାଇବେଟିସ ଭଳି ରୋଗରୁ ପାଇପାରିବେ ସମ୍ପୂର୍ଣ୍ଣ ମୁକ୍ତି|
ଆବଶ୍ୟକ ଉପକରଣ :-
ଗୋଟିଏ ଗ୍ଲାସ ପାଣି, ମେଥି ଗୋଟେ ଚାମଚ ଓ ହଳଦୀ ଗୁଣ୍ଡ ଗୋଟିଏ ଚାମଚ |
ଆମେ ସମସ୍ତେ ଘରେ ହଳଦୀକୁ ବ୍ୟବହାର କରିଥାଉ ବିଭିନ୍ନ ରୋଗର ଉପଶମ ପାଇଁ, ଚର୍ମ ରୋଗ ସହିତ କ୍ୟାନ୍ସର ଭଳି ରୋଗର ଉପସମ ପାଇଁ ମଧ୍ୟ ଆମେ ହଳଦୀକୁ ବ୍ୟବହାର କରିଥାଉ, କାରଣ ଆମେ ଜାଣିଛୁ କିଂ ହଳଦୀ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ସ୍ୱାସ୍ଥ୍ୟକୁ ଭଲ ରଖେ, ତାଛଡା ମେଥି କୁ ଆମେ ରୋଷେଇରେ ବ୍ୟବହାର କରିଥାଉ ତାଛଡା ଡାଇବେଟିସ ରୋଗର ଉପସମ ପାଇଁ ମଧ୍ୟ ବ୍ୟବହାର କରିଥାଉ କାରଣ ମେଥିରେ ପ୍ରୋଟିନ, କାରବହାଇ ଡ୍ରେଟ, ମାଗ୍ନେସିୟମ ଭଳି ଅନେକ ଦରକାର ଜିନିଷ ମିଳିବା ସହିତ ଏହା ଆମକୁ 148 ପ୍ରକାରର ରୋଗର ମୁକ୍ତି ପାଇଁ ବ୍ୟବହାର କରିଥାଉ |
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆମେ ଗୋଟେ ଗ୍ଲାସ ପାଣି ନେଇ ସେଥିରେ ମେଥୀକୁ ପକାଇ ଫୁଟାଇବା ଓ ପାଣି ଫୁଟିଲା ପରେ ସେଥିରେ ଗୋଟେ ଚାମ ଚ ହଳଦୀ ଗୁଣ୍ଡ ପକାଇବା, ଗୋଟିଏ ଗ୍ଲାସ ପାଣି ଫୁଟି ଅଧା ଗ୍ଲାସ ହେବା ପର୍ଯ୍ୟନ୍ତ ଫୁଟାଇବା, ତାପରେ ତାକୁ ଛାଣି ଉଷୁମ ହେବା ପର୍ଯ୍ୟନ୍ତ ରଖିବା ଓ ପରେ ତାକୁ ପିଇବା |
ବ୍ୟବହାର :-
ଏହି ଫୁଟା ପାଣିକୁ ଆମେ ଯଦି ଖାଲି ପେଟରେ ନିଦରୁ ଉଠି ଓ ସନ୍ଧ୍ୟାରେ ଖାଲି ପେଟରେ ପିଇବା, ଏହିପରି ତିନି ମାସ ପିଇବା ପରେ ଆପଣଙ୍କର ଡାଇବେଟିସକୁ ଚେକ କରିବା ତାହେଲେ ନିଶ୍ଚୟ ଆପଣଙ୍କ ଡାଇବେଟିସ କମିଥିବାର ଆପଣମାନେ ଦେଖିପାରିବେ |