Priyanka’s Tips – କେଶକୁ ଲମ୍ବା କଳା ଓ ମଜବୁତ୍ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ,୧୦୦% ଗ୍ୟାରେଣ୍ଟି …

ଅଧିକାଂଶ ମହିଳା ନିଜ କେଶକୁ ନେଇ ପ୍ରାୟ ସମୟରେ ଚିନ୍ତିତ ରହିଥାନ୍ତି। କେଶରେ ବିଭିନ୍ନ ସମସ୍ଯା ତଥା କେଶ ଝଡିବା, କେଶ ପାଚିବା ଓ କେଶ ରୁଖା ହୋଇଯିବା ଆଦି ବିଭିନ୍ନ ସମସ୍ଯାର ସମ୍ମୁଖୀନ ହୋଇଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।

ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜ କେଶକୁ ଲମ୍ବା ଘନ କଳା ଓ ସାଇନ୍ କରିପାରିବେ। ଏଥି ସହ କେଶ ଝାଡ଼ିବା ଆଉ ଚନ୍ଦାପଣ ଜନିତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବେ। ତେବେ ଏହି ହୋମ ରେମେଡି ପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-

୧. ଭୁଡସଙ୍ଗା ପତ୍ର,୨. ଚା ପତି,୩. ମେଥି ଦାନା,୪. ନଡ଼ିଆ ତେଲ

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଗ୍ୟାସ ଅନ୍ କରି ତା ଉପରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଲାସ୍ ପାଣି ଦିଅନ୍ତୁ। ଏବେ ଏହି ପାଣିରେ ଗୋଟିଏ ମୁଠା ଭୁଡସୁଙ୍ଗା ପତ୍ର ପକାନ୍ତୁ। ଏବେ ଏଥିରେ ଏକ ଚାମଚ୍ ଚା ପତିର ଗୁଣ୍ଡକୁ ଏଡ୍ କରନ୍ତୁ। ଏହାପରେ ଏଥିରେ ଏକ ଚାମଚ୍ ମେଥି ଦାନକୁ ପକାନ୍ତୁ। ଏବେ ଏହି ପାଣିକୁ ୫-୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟିବା ପାଇଁ ଛାଡି ଦିଅନ୍ତୁ। ତେବେ ୫-୭ ମିନିଟ ପର୍ଯ୍ୟନ୍ତ ଫୁଟିବା ପରେ ପାଣିର କଲର୍ ଚେଞ୍ଜ ହୋଇ ଯାଇଥିବ।

 ଏବେ ଆମେ ଗ୍ୟାସକୁ ଅଫ୍ କରି ଏହି ପାଣିକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡିଦେବା। ଥଣ୍ଡା ହେଲାପରେ ଏହି ପାଣିକୁ ଏକ ପାତ୍ରକୁ ଛାଣି ନିଅନ୍ତୁ। ଏହାପରେ ଏଥିରେ ନଡିଆ ତେଲ ମିଶ୍ରଣ କରନ୍ତୁ। ଯଦି ଆପଣଙ୍କ ପାଖରେ ନଡିଆ ତେଲ ନାହିଁ ତେବେ ଆପଣ ଆପଣଙ୍କ ଚୁଟିରେ ଯେଉଁବି ତେଲ ଲଗାନ୍ତି ସେହି ତେଲ ଲଗାନ୍ତୁ। ଏଥିରେ ଗୋଟିଏ ଚାମଚ୍ ତେଲ ଦେଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

ଏବେ ଏହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଏହାକୁ ନିଜ ଚୁଟିରେ ସ୍ପ୍ରେ କରି ନିଅନ୍ତୁ। ଯଦି ଆପଣଙ୍କ ପାଖରେ ସ୍ପ୍ରେ ବୋତଲ ନାହିଁ ତେବେ ହାତ ସାହାଯ୍ୟରେ ମଧ୍ୟ ଆପଣ ଏହାକୁ ଲଗାଇ ପାରିବେ। ତେବେ ଏହି ତେଲକୁ ସମ୍ପୂର୍ଣ୍ଣ ଚୁଟିରେ ଭଲ ଭାବରେ ମସାଜ୍ କରି ୧-୨ ଘଣ୍ଟା ପରେ ଭଲ ଭାବରେ ଚୁଟିକୁ ସାମ୍ପୁ କରି ନିଅନ୍ତୁ।

ଆପଣ ଚାହିଁଲେ ଏହାକୁ ରାତିରେ ଲଗାଇ ସକାଳେ ମଧ୍ୟ ଧୋଇ ପାରିବେ। ଆପଣ ଏହି ରେମେଡିକୁ ସପ୍ତାହରେ ୨ ଥର ଚୁଟିରେ ଲଗାନ୍ତୁ। ଏଥିରେ ବ୍ୟବହୃତ ହୋଇଥିବା ସବୁ ସାମଗ୍ରୀ ଆମ କେଶ ପାଇଁ ବହୁତ୍ ଉପକାରୀ ହେଇଥାଏ। ଏହା ଚୁଟିକୁ ସାଇନ୍ କରିଥାଏ ଘନ କଳା ଓ ଲମ୍ବା ମଧ୍ୟ କରିଥାଏ। ଏଥି ସହିତ କେଶରେ ଦେଖା ଯାଉଥିବା ବହୁ ସମସ୍ୟାରୁ ମୁକ୍ତି ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।