ମଣିଷରୁ ସଂପୂର୍ଣ୍ଣ କୁକୁର ପାଲଟିଗଲେ ଜଣେ ବ୍ୟକ୍ତି , କୁକୁର ହେବାପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କଲେ..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଗଣ ମାଧ୍ୟମ ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି।ଆଜିକାଲି ବିଜ୍ଞାନ ଏତେ ଆଗକୁ ବଢ଼ିବାରେ ଲାଗିଛି ଯେ ଅସମ୍ଭବ କାର୍ଯ୍ୟବି ସମ୍ଭବ ହୋଇ ପାରୁଛି। ଆଜିର ମଣିଷ ଯାହା ଚାହୁଁଛି ସେୟା କରି ପାରୁଛି ଏମିତିକି ପୁଅରୁ ଝିଅ ଓ ଝିଅରୁ ପୁଅ ମଧ୍ୟ ହୋଇ ପାରୁଛି।
କିନ୍ତୁ ଏଠି ଜଣେ ମଣିଷରୁ କୁକୁର ହୋଇଛି। ଆଜ୍ଞା ହଁ ମଣିଷ ହୋଇଗଲା କୁକୁର। କଥାଟା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି କଥାଟା ପୁରା ସତ।ଏମିତି ଏକ ଘଟଣା ଘଟିଛି ଜାପାନରେ। ଜଣେ ବ୍ୟକ୍ତି ନିଜର ସଉକ ପୁରା କରିବାକୁଟ ଯାଇ ନିଜକୁ କୁକୁରରେ ପରିଣତ କରିଛନ୍ତି।
ଭିଦିଓରେ ଥିବା ଏହି କୁକୁରଟିକୁ ଭଲକରି ଦେଖନ୍ତୁ। ସେ ଖେଳୁଛି ବୁଲୁଛି ସଲାମ୍ ବି କରୁଛି। ମଝିରେ ମଝିରେ ଗୋଡ଼ ହଲାଇ ଖୁସି ଜାହିର ବି କରୁଛି। ବେଳେବେଳେ ପଛକୁ ଘୁଞ୍ଚି ଯାଉଛି ତ ବେଳେବେଳେ ଆଗକୁ ଆସୁଛି। ଉପରକୁ ଅନାଇ କିଛି ଚିନ୍ତା କରୁଛି ତ ପୁଣି ପାଟି ଖୋଲି କିଛି କହିବାକୁ ଚେଷ୍ଟା କରୁଛି।
ତେବେ ଆପଣ ଦେଖୁଥିବା ଏହି କୁକୁରଟି ପ୍ରକୃତରେ କୁକୁର ନୁହେଁ। ଇଏ ହେଉଛନ୍ତି ଜଣେ ମଣିଷ। ରୂପ ଅବିକଳ କୁକୁରର ଚାଲିଚଳନ ମଧ୍ୟ କୁକୁରର। କିନ୍ତୁ ଏହି କୁକୁର ମଧ୍ୟରେ ରହିଛନ୍ତି ଜଣେ ମଣିଷ।
ଜାପାନର ଜଣେ ବ୍ୟକ୍ତି ଜିଏକି ନିଜର ଇଚ୍ଛାପୂରଣ କରିବାକୁ ଯାଇଟ ମଣିଷରୁ କୁକୁର ହୋଇଛନ୍ତି।ଏହି କୁକୁରଟି ହେଉଛି ଟୋକୋ ନାମକ ଜଣେ ଜାପାନୀ ମଣିଷ। ପିଲା ଦିନରୁ ଟୋକୋଙ୍କର ସ୍ଵପ୍ନ ରହିଥିଲା ସେ ଦିନେ କୁକୁର ପରି ଦେଖାଯିବେ। କାରଣ କୁକୁରର ସ୍ଵଭାବ ତାଙ୍କୁ ବେଶ ଭଲଲାଗେ।
ଜାପାନର ଏକ ଟିଭି ଚ୍ୟାନେଲର ସୂଚନା ଅନୁଯାୟୀ ଟୋକୋ କୁକୁର ପରି ଦେଖାଯିବା ପାଇଁ ଏକ କଷ୍ଟ୍ୟୁମର ବ୍ୟବହାର କରିଛନ୍ତି। ଏହି କଷ୍ଟ୍ୟୁମ ଭିତରେ ଲୁଚି ରହିଛନ୍ତି ଟୋକୋ। ତେବେ ଏହି କଷ୍ଟ୍ୟୁମ୍ ତିଆରି କରିବା ପାଇଁ ତାଙ୍କୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।
ଏଥି ସହିତ ଏହି କଷ୍ଟ୍ୟୁମର ଡିଜାଇନକୁ ବନାଇବା ପାଇଁ ଡିଜାଇନରକୁ ସମୟ ଲାଗିଥିଲା ୪୦ ଦିନ। ଶେଷରେ ଟୋକୋଙ୍କ ସ୍ଵପ୍ନ ସାକାର ହୋଇଛି।୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ସ୍ବପ୍ନକୁ ପୂରଣ କରି ପାରିଛନ୍ତି ଟୋକୋ ଯାହାକୁ ନେଇ ଟୋକୋ ବେଶ୍ ଖୁସି ରହିଛନ୍ତି।ସେ ଏହି ଅବିକଳ କୁକୁର ରୂପ ଧାରଣ କରିଛନ୍ତି ।
ତେବେ ଜାପାନର ଏହି ଟୋକୋବ୍ୟକ୍ତି ଯିଏକି ନିଜର ରୂପରେଖ ବଦଳାଇ କୁକୁର ହେବା ପାଇଁ ଇଚ୍ଛା କରିଥିଲେ। କାରଣ ପିଲା ଦିନରୁ ତାଙ୍କର ପଶୁ ପକ୍ଷୀ ମାନଙ୍କ ପ୍ରତି ଖୁବ୍ ଭଲ ପାଇବା ରହିଥିଲା।ସେ ସବୁ ପଶୁ ଭିତରୁ କୁକୁରକୁ ଅଧିକ ଭଲ ପାଉଥିଲେ। ତେବେ ସେ କୁକୁର ହେବା ପାଇଁ ଏକ ପରିକଳ୍ପନା କରିଥିଲେ ଯାହା ଏବେ ସତ ହୋଇଛି। ତେବେ ଜାପାନର ଏହି ମଣିଷ ରୂପି କୁକୁର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।