New Twist – ମୁଁ ବଡ଼ ଜାଣିି ବି ମୋ ସହ ସମ୍ପର୍କ ରଖିଥିଲା, ମୋତେ ନିଜର ବୋଲି ଗ୍ରହଣ କରିଥିଲା..ଆଉ ଏବେ ଛୁଆ ହେବା ପରେ ସବୁ ଭୁଲିଗଲା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଘଟିଥିବା ଦମ୍ପତିଙ୍କ ବିବାଦ ଉପରୁ ସମାଧାନର ବାଟ ବାହାରି ପାରିନାହିଁ । ଆଜକୁ ୧୦ ଦିନ ଧରି ନିଜର ଅଧିକାର ପାଇବା ଦାବିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଅନ୍ୟପକ୍ଷରେ ତାଙ୍କର ପ୍ରେମିକ ଦିନେଶଙ୍କର ଦେଖା ଦର୍ଶନ ନାହିଁ । ତେବେ ଦିନେଶ ବିବାହ କରିବେ ବୋଲି ଦୀପିକାଙ୍କୁ କଥା ଦେଇଥିଲେ । ତେଣୁ ଦୀପିକା ତାଙ୍କ ସହ ସ୍ୱାମୀ-ସ୍ତ୍ରୀ ପରି ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ ।

ଦୀପିକାଙ୍କ ଏକବର୍ଷର ଛୁଆର ବାପା କିଏ ହେବ କାହା ପରିଚୟ ନେଇ ସେ ସମାଜରେ ବଞ୍ଚିବେ ଏପରି ଅନେକ ସମସ୍ୟା ରହିଛି । ଅନ୍ୟ ଦମ୍ପତିମାନେ ରାସ୍ତାରେ ଯାଉଥିବା ବେଳେ ସେ ନିଜକୁ ବହୁତ ଏକୁଟିଆ ଅନୁଭବ କରୁଛନ୍ତି । ଏଭଳି ଅନେକ ଦୁଃଖ ବଖାଣିଛନ୍ତି ଦୀପିକା । ଏହା ମଧ୍ୟରେ ସ୍ଥାନୀୟ ବିଧାୟକ ଦୀପିକାଙ୍କୁ ଭେଟି ତାଙ୍କ ସମସ୍ୟାର ସମାଧାନ କରିବେ ବୋଲି କଥା ଦେଇଥିବା ଦୀପିକା କହିଛନ୍ତି ।

ଦୀପିକା-ଦିନେଶଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ମାତ୍ର ତାହା ପରବର୍ତ୍ତୀ ସମୟ ରେ ଧୋକ୍କାବାଜୀରେ ପରିଣତ ହୋଇଥିଲା । ଦୁହିଁଙ୍କର ସମସ୍ୟା ନେଇ ହାଇକୋର୍ଟ ରେ ମାମଲା ବିଚାରାଧୀନ ଚାଲିଥିବା ବେଳେ ଦିନେଶ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରୁଥିବା ଦୀପିକା ଖବର ପାଇଥିଲେ । ତେଣୁ ସେ ସ୍ତ୍ରୀର ହକ୍ ପାଇବା ଓ ନିଜ ଛୁଆର ପରିଚୟ ଦାବିରେ ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି ।

ଦୀପିକା ଏହାକୁ ନେଇ ହାର ମାନି ନଥିଲେ ନିଜ ଛୁଆ ର ହକ ପାଇଁ ବର୍ତ୍ତମାନ ସେ ଦିନେଶ ଙ୍କ ଘର ଆଗରେ ଆସି ଧାରଣା ରେ ବସିଛନ୍ତି। ଧୀରେ ଧୀରେ ସମୟ ର ଗତି ସହ ତାଙ୍କର ମାମଲା ମଧ୍ୟ ଜଟିଳ ହେବାକୁ ଯାଉଛି। ତେବେ କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରେମ କାହାଣୀ କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ।ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଦୀପିକା ତାଙ୍କର ଓ ଦିନେଶ ଙ୍କ ର ପ୍ରେମ କାହାଣୀ ବିଷୟ ରେ ମିଡ଼ିଆ ଆଗରେ କହିଛନ୍ତି। ତେବେ ଆସନ୍ତୁ ଜାଣିବା ଦୀପିକା ଓ ଦିନେଶ ଙ୍କ ର ପ୍ରେମ କାହାଣୀ ବିଷୟରେ।

ଦୀପିକା କହିଛନ୍ତି ଯେ , ଦିନେଶ ଓ ସେ ୩ ବର୍ଷ ହେବ ପରସ୍ପର କୁ ପ୍ରେମ କରୁଥିଲେ। ତେବେ ତାଙ୍କର ପ୍ରଥମ ଦେଖା ହୋଇଥିଲା ଭେସପା ସୋ ରୁମ ରୁ ,ଯେଉଁ ଥିରେ ଦୀପିକା ଜଣେ ସେଲସ ମ୍ୟାନ ଭାବରେ କାମ କରୁଥିଲେ। ତେବେ ଦିନେଶ ତାଙ୍କୁ ସେଠାରେ ଦେଖିବା ପରେ ସେହି ସୋ ରୁମ ର ହେଡ ଙ୍କ ପାଖରୁ ଫୋନ ନମ୍ବର ଆଣି ତାଙ୍କୁ କଣ୍ଟାକ କରିଥିଲେ।

ଏହା ପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଲା ଆଉ ଉଭୟ ଶାରୀରିକ ସମ୍ପର୍କରେ ମଧ୍ୟ ରହିଲେ ।ଏହା ମଧ୍ୟରେ ଦୀପିକା ହୋଇଯାଇ ଥିଲେ ଗର୍ଭବତୀ ଏହା ଜାଣିବା ପରେ ଦିନେଶ ତାଙ୍କୁ ପ୍ରତାରଣା ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।