ଅମାବାସ୍ୟା ର 15 ଦିନ ପରେ ଅର୍ଥାତ 8 ନଭେମ୍ବର 2022 ସେହି ମଙ୍ଗଳ ବାର ଦିନ ପବିତ୍ର କାର୍ତ୍ତିକମାସ ପୂର୍ଣ୍ଣ କାର୍ତ୍ତିକମାସ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି । ସାଧାରଣ ଭାବରେ ଦେଖାଦିଏ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ର ଅବଧିପ୍ରାୟ ଗୋଟିଏ ମାସ ଦୁଇ ମାସରେ ଏହାର ଅବଧି ଦେଖାଦିଏ !
କିନ୍ତୁ ଏବର୍ଷ ଶେଷରେ ପରାଗ ଅମାବାସ୍ୟା ଅନୁଷ୍ଠିତ ହେଇଥିବା ବେଳେ ଠିକ 15ଦିନ ପୂର୍ଣ୍ଣମୀ ବେଳକୁ ଚନ୍ଦ୍ରଗ୍ରହଣ ଲାଗୁଛି । ତେଣୁ ଏଥି ପାଇଁ କିଛି ବ୍ୟକ୍ତିଙ୍କ ମନରେ ଭୟ ଏହାର ପ୍ରଭାବ କିଛି ଖରାପ ପଡିବ କି? ବା ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ଜୀବନରେ କିଛି କ୍ଷତି ଆଣିବ କି ଆମ ପାଇଁ ଏହା କେତେ ଭଲରହିବ କେତେ ଖରାପ ରହିବ ଦେଖନ୍ତୁ ସେ ବିଷୟରେ ।
ଚନ୍ଦ୍ରଗ୍ରହଣ ଲାଗିବାର ସମୟରେ ଓ ପାକ ନିଷେଧର ସମୟସୀମା କଣ ରହିଛି ତା -8/11/22 ମଙ୍ଗଳବାର 5 ଟା 39 ମିନିଟ ଠାରୁ ଆରମ୍ଭ ମଙ୍ଗଳବାର ସନ୍ଧ୍ୟା 6 ଟା 18 ମିନଟ ପର୍ଯ୍ୟନ୍ତ ରହିବ । ତେବେ ଏହି ସମୟ ରେ ରନ୍ଧନ କାର୍ଯ୍ୟ ଓ ଭଜନ କାର୍ଯ୍ୟକୁ ବାରଣ କରାଯାଇଛି ସେଥିପାଇଁ ଏହିସବୁ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ ।
ତାହାଲେ ଏବେ ଦେଖନ୍ତୁ ଚନ୍ଦ୍ରଗ୍ରହଣ ଲାଗିବା ର ସମୟ ସୀମା ବିଷୟ ଜାଣିବା । ଚନ୍ଦ୍ରଗ୍ରହଣ ଲାଗିବର ସମୟସୀମା ହେଉଛି 8 ନଭେମ୍ବର ମଙ୍ଗଳବାର ଅପରାହ୍ନ 2 ଟା 38ମିନଟ 14ସେକେଣ୍ଡରେ ଆରମ୍ଭ ହେବ ମଧ୍ୟ କାଳ ସମୟ 4 ଟା 28 ମିନଟ 17ସେକେଣ୍ଡ ତେଵେ ଏହାର ସର୍ବମକ୍ଷ ସମୟ 6 ଟା 18 ମିନଟ 47 ସେକେଣ୍ଡରେ ଗ୍ରହଣ ଶେଷ ହେବ ଓ ମକ୍ଷ ପ୍ରାପ୍ତି ହେବ ।
ଗ୍ରହଣ ର ଆରମ୍ଭ ହେବା ଓ ଶେଷ ହେବାକୁ ଆଦ୍ୟନ୍ତ କାଳ କୁହାଯାଏ ଏହା 3ଘଣ୍ଟା 38ମିନଟ 36ସେକେଣ୍ଡ ରହିବ । ଗ୍ରହଣ ରଦୃଶ୍ୟ କାଳ ଅବଧି 5 ଘଣ୍ଟା 10ମିନଟରେ ଆରମ୍ଭ ହେବ ସନ୍ଧ୍ୟା 6ଟା 18ମିନଟ ପର୍ଯ୍ୟନ୍ତ ରହିବ ତେବେ ଓଡିଶା ରେ ଏହି ଚନ୍ଦ୍ର ଗ୍ରହଣ 1ଘଣ୍ଟା 8ମିନଟ 36 ସେକେଣ୍ଡ ପର୍ଯ୍ୟନ୍ତ ରହିବ ।
ପୂର୍ବରୁ ତାହାଲେ କୁହାଯାଉଛିକି ଏହି ସମୟ ରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ହନୁମାନ ଚାଳିଶା ଆଦି ଜପ କରନ୍ତୁ । ଏହା ବ୍ୟତୀତ ଗର୍ଭବତୀ ମହିଳା ମାନେ ଏହି ସମୟରେ ଚନ୍ଦ୍ରଗ୍ରହଣ ଦେଖାନ୍ତୁ ନାହିଁ । ଏହା ଆପଣଙ୍କର ଓ ଆପଣଙ୍କ ସନ୍ତାନ ପ୍ରତି ବହୁତ ଖରାପ ପ୍ରଭାବ ପକାଇବା ।
ଚନ୍ଦ୍ର ଗ୍ରହଣ ସମୟରେ ବାହାରେ ବୁଲା ବୁଲି କରନ୍ତୁ ନାହିଁ କୌଣସି ଜିନିଷ ସିଲେଇ କରନ୍ତୁ ନାହିଁ । ଆଉ ଗର୍ଭବତୀ ମାନେ ପାକ ଗ୍ରହଣ କରିବା କୁ ମନା କରାଯାଇଥାଏ ତେବେ ଏହି ସବୁ କରିବା ଉଚିତ ନୁହଁ ବୋଲି କୁହାଯାଉଛି। ଏବେ ଜାଣନ୍ତୁ ଚନ୍ଦ୍ର ଗ୍ରହଣର ଦୃଶ୍ୟ ମାନ ସ୍ଥାନ ଗୁଡିକର ନାଁ ହେଉଛି ଭାରତ ସମତେ ତାହାର ପୋଡ଼ଶୀ ଦେଶ ପାକିସ୍ତାନ,
ମିଆଁମାର, ଭୁଟାନ, ୟୁରୋପ, ବାଂଲାଦେଶ, ଚାଇନା, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା ଆଦି ସ୍ଥାନରେ ଏହି ଚନ୍ଦ୍ର ଗ୍ରହଣ ଦେଖାଯିବ ।ଏବେ ଆସନ୍ତୁ ଜାଣିବା କେଉଁ ରାଶି ଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଶୁଭ ହେବ । ଶୁଭ ରାଶି ଗୁଡିକ ହେଉଛି ମିଥୁନ, କର୍କଟ, ବିଛା, କମ୍ଭ, ସିଂହ, ତୁଳା,ଧନୁ, ମୀନ ଓ ଅଶୁଭ ରାଶି ଗୁଡିକ ହେଉଛି ମେଷ, ବୃଷ, କନ୍ୟା, ମକର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।