Chandra Grahan 2022 – ଚନ୍ଦ୍ର ଗ୍ରହଣରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ | Dr. Bhabani Shankar Mohapatra
ବନ୍ଧୁଗଣ ଆପଣ ଜାଣିଛନ୍ତି କି ଆଗକୁ ଆସୁଥିବା ପବିତ୍ର କାର୍ତ୍ତିକ ପୂର୍ଣମୀ ଦିନ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି ବୋଲି |08.11.2022 ମଙ୍ଗଳବାର ଦିନ ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି |ଏହି ଚନ୍ଦ୍ରଗ୍ରହଣ ଏକ ଭୟଙ୍କର ଗ୍ରହଣ ଅଟେ,ଏହା ଏକ ଲମ୍ବା ଗ୍ରହଣ ହେବ |
ଏହି ଗ୍ରହଣ ସାରା ବିଶ୍ୱ ଉପରେ ପ୍ରଭାବ ପକାଇବା, ମୁଁ ଆଜି ଆପଣକୁ ଗ୍ରହଣର ସମୟ ସୀମା, ଗ୍ରାସ ସମୟ ଓ ଗର୍ଭବତୀ ମହିଳା ମାନେ କଣ କରିବେ ଓ ଏହି ଗ୍ରହଣ କଉଁ ରାଶିମାନଙ୍କ ପାଇଁ ଶୁଭ ସେ ବିଷୟର ସମ୍ପୂର୍ଣ ବିବରଣୀ ଜଣାଇବି |ତେବେ ଆସନ୍ତୁ ଜାଣିବା ଏହି ଗ୍ରହଣ ବିଷୟରେସାଧାରତଃ ଗ୍ରହଣ ଲାଗିବାର 9ଘଣ୍ଟା କିମ୍ବା 3ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12ଘଣ୍ଟା ବା 4ପ୍ରହର ପୂର୍ବରୁ ପାକନିଷେଧ କରାଯାଇଥାଏ |
ଗ୍ରହଣ ଲାଗିବା ସମୟରେ କିଛି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହଁ, କାରଣ ଏହି ସମୟସୀମା ଭିତରେ ପେଟରେ କିଛି ଖାଦ୍ୟ ନରହିବା ଭଲ |ପାକନେଷେଧର ସମୟ :-8 ନଭେମ୍ବର 2022 ମଙ୍ଗଳବାର ସକାଳ 8:29am ରୁ ଆରମ୍ଭ ହୋଇ ସାନ୍ଧ୍ୟ 6:18pm ରେ ଶେଷହେବ |
ଚନ୍ଦ୍ରଗ୍ରହଣ ଲାଗିବାର ସମୟସୀମା 8ନଭେମ୍ବର 2022 ମଙ୍ଗଳବାର ଅପରାହ୍ନ 2ଟା :38ମିନିଟ 14ସେକେଣ୍ଡ ଆରମ୍ଭ ହୋଇ ସନ୍ଧ୍ୟା 6ଟା :18ମିନିଟ 47ସେକେଣ୍ଡରେ ଗ୍ରହଣ ଶେଷହୋଇ ମୋକ୍ଷ ପ୍ରାପ୍ତିହେବ |ଗର୍ଭବତୀ ମହିଳାମାନଙ୍କୁ ଏହିସମୟରେ ସାବଧାନ ରହିବା ସହିତ କୌଣସି ଜିନିଷ କାଟିବା ପାଇଁ ବାରଣ କରାଯାଇଛି, ଏହିସମୟରେ ଆପଣ ସିଲେଇ ମଧ୍ୟ୍ୟ କରନ୍ତୁ ନାହିଁ |
ଗ୍ରହଣ ସମୟରେ ଆପଣ ବାହାରକୁ ବାହାରନ୍ତୁ ନାହିଁ କି କଳାବସ୍ତ୍ର ପରିଧାନ କରନ୍ତୁ ନାହିଁ, ଗ୍ରହଣ ସମୟରେ ଆପଣ ଶୁଅନ୍ତୁ ନାହିଁ ବରଂ ଆପଣ ଏକ ପାଣିଥିବା ନଡ଼ିଆକୁ ଧରି ବସନ୍ତୁ ଯାହାଫଳରେ ଗ୍ରହଣର ସମସ୍ତ କୁପ୍ରଭାବ ଏହି ନଡ଼ିଆ ଉପରେ ପଡିଥାଏ |ଏହି ସମୟରେ ଆପଣ ଭଗବାନଙ୍କ ନାମ କିମ୍ବା ଯେକୌଣସି ମନ୍ତ୍ର ଜପକରନ୍ତୁ ଏବଂ ଗ୍ରହଣ ଶେଷ ହେବାପରେ ଏହି ନଡ଼ିଆକୁ ଗାଡିଆରେ ଭାସିଦିଅନ୍ତୁ |
ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ସମୟରେ କିଛି କାର୍ଯ୍ୟ କରିବାପାଇଁ ମନାକରାଯାଇଛି, ଏହି ସମୟରେ ଆପଣ କୌଣସି ଖାଦ୍ୟପ୍ରସ୍ତୁତ କରନ୍ତୁ ନାହିଁ କି ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ, ଏହା କାର୍ଯ୍ୟ କରିବା ଅଶୁଭ ଅଟେ |ଗ୍ରହଣ ସମୟରେ ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ କି ଏହାର ଆଲୋଚନା ମଧ୍ୟ୍ୟ କରନ୍ତୁ ନାହିଁ କାରଣ ଏହାଦ୍ଵାରା ଆପଣଙ୍କ ପରିବାରରେ ଅନିଷ୍ଟତା ହୋଇଥଏ |
ଏହିସମୟରେ ଆପଣ ଭୁଲରେ ବି ଠାକୁର ପୂଜା କରନ୍ତୁ ନାହିଁ, ଏହିସମୟରେ ଠାକୁର ଘର ସମ୍ପୂର୍ଣ ବନ୍ଦକରି ରଖାନ୍ତୁ |ଗ୍ରହଣ ଶେଷ ହେବାପରେ ଆପଣ ପିନ୍ଧିଥିବା ବସ୍ତ୍ର ବାହାରକରି ଗାଧୋଇ ବସ୍ତ୍ରକୁ ଧୋଇନିଅନ୍ତୁ |ଏହି ସମୟରେ ଆପଣ କାହା ସହ କଥା ନହୋଇ ଭଗବାନ ନାମ ଜପକରନ୍ତୁ ତାହା ଆପଣଙ୍କ ପାଇଁ ମଙ୍ଗଳ ହୋଇଥାଏ |
ଏହି ସମୟରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ପରିବର୍ତନ କାରଣରୁ ଏମାନେ କିଛି ରାଶିମାନଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ, ଗ୍ରହମାନକ ଚଳନ କାରଣରୁ ଏମାନଙ୍କରେ ଖୁସିରେ ସମୟ ଆସିଗଲା, ଏମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ, ଏହି ରାଶିଗୁଡିକ ହେଉଛି ମିଥୁନରାଶି,କର୍କଟରାଶି, ବିଛାରାଶି ଏବଂ କୁମ୍ଭରାଶି |
ଏହି ଚାରୋଟି ରାଶିଉପରେ ଚନ୍ଦ୍ରଗ୍ରହଣର ଶୁଭପ୍ରଭାବ ପଡ଼ିଥିବା ସମୟରେ ସିଂହରାଶି,ତୁଲାରାଶି, ଧନୁରଶି ଓ ମୀନାରାଶିମାନଙ୍କର ଏହି ଗ୍ରହଣର ପ୍ରଭାବସାମାନ୍ୟ ଶୁଭହୋଇଥାଏ|ମେଶରାଶି,ବୃଷରାଶି,କନ୍ୟାରଶି ଏବଂ ମକରରାଶି ଏହି ଚାରୋଟି ରାଶିମାନଙ୍କ ପାଇଁ ଏହି ଗ୍ରହଣସମୟ ଅଶୁଭ ଅଟେ ତେଣୁ ଆପଣ ଏହି ସମୟରେ ସାବଧାନ ରହିବା ସହିତ ଆପଣଙ୍କ ଇଷ୍ଟଦେବାକୁ ପ୍ରାଥନା କରନ୍ତୁ, ଆପଣଙ୍କ ସବୁରିଷ୍ଟ ଖଣ୍ଡନ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।