health teeps- ଚାନ୍ଦ ପଣରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଛୁଟିଆ ଘରୋଇ ଉପଚାର ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟି ଯାଇଛି। କେଶ ଝଡ଼ିବା ମେ ବହୁତ ଗୁଡ଼ିଏ କାରଣ ମଧ୍ୟ ରହିଛି। ଏହାର ବଂଶଗତ କାରଣରୁ ହୋଇପାରେ, ବଦଳୁ ଥିବା ଜଳବାୟୁ ପରିବର୍ତ୍ତନ କାରଣରୁ ହୋଇ ପାରେ, ଭୁଲ ଖାଦ୍ୟପେୟ ପାଇଁ, ଦେହ ଅସୁସ୍ଥ ଥିଲେ ଇତ୍ୟାଦି କାରଣ ହୋଇପାରେ।
ମହିଳା ମାନଙ୍କ ଠାରେ ଏହି କେଶ ଝଡ଼ିବା ସମସ୍ୟା ଖୁବ୍ ଅଧିକ ଦେଖିବାକୁ ମିଳିଥାଏ। ଯେପରିକି ଅନିୟମିତ ଋତୁସ୍ରାବ, ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା, ଭିଟାମିନର ଅଭାବ, ଖାଇବା ପିଇବାର ଅନିୟମିତା କିମ୍ବା ଥାଇରଏଡ଼ ସମସ୍ୟା ରହିଥିଲେ ମଧ୍ୟ କେଶ ଝଡିଥାଏ।
ଏଥି ନିମନ୍ତେ ଆମେ ମାର୍କେଟ କମ୍ପ୍ଲେକ୍ସରେ ବିକ୍ରି ହେଉଥିବା ବିଭିନ୍ନ ସୁଗନ୍ଧିତ ତେଲ ସାମ୍ପୁ ଆଦି ବ୍ୟବହାର କରିଥାଉ। ଏଥିରେ ରହିଥିବା ରାସାୟନିକ ଦ୍ରବ୍ୟର ମିଶ୍ରଣ ପାଇଁ କେତେକ ସମୟରେ ବହୁତ ଗୁଡ଼ିଏ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।
ଆଜି ଆମେ ଆପଣ ମାନଙ୍କୁଏକ ଘରୋଇ ଉପଚାର ବାବଦରେ କହିବାକୁ ଯାଉଛୁ ଯାହା ପ୍ରାକୃତିକ ଉପାୟରେ ଆମେ ଆମ ଘରେ ପ୍ରସ୍ତୁତ କରିପାରିବା। ତେବେ ସେହି ହୁମ୍ ରେମିଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ ଜାଣିବା।ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।ଏଥିପାଇଁ ଆବଶ୍ୟକ ସାମଗ୍ରୀ ରହିଛି ଉଷୁନା ଚାଉଳ ଏବଂ ଗ୍ରୀନ ଟି।
ପ୍ରଥମେ ୩-୪ ଚାମଚକୁ ନିଅନ୍ତୁ ଇବେ ଏହାକୁ ଦୁଇ ରୁ ତିନି ଥର ଭଲ ଭାବରେ ଧୋଇ ସଫା କରନ୍ତୁ ଯେମିତି ଚାଉଳରୁ ବାହାରୁଥିବା ଧଳା ପାଣି ସଫା ଦେଖାଯିବ। ଏବେ ଏହି ଚାଉଳକୁ ଏକ ବଡ ପାତ୍ରରେ ନେଇ ଦୁଇ ଗ୍ଲାସ୍ ପାଣି ଦିଅନ୍ତୁ। ଦୁଇ ତିନି ଚାମଚ ଚାଉଳ ପାଇଁ ଦୁଇ ଗ୍ଲାସର ପାଣିର ଆବଶ୍ୟକ ରହିଛି। ଏବେ ଏଥିରେ ଗ୍ରୀନ ଟିକୁ ଏକ କପଡ଼ାରେ ବାନ୍ଧି ପକାଇ ଦିଅନ୍ତୁ। ଆପଣ ଚାହିଁଲେ ସିଧା ସଳଖ ଭାବରେ ଗ୍ରୀନ ଟି କୁ ଚାଉଳରେ ପକାଇ ପାରିବେ।
କିନ୍ତୁ କପଡ଼ାରେ ବାନ୍ଧି ପକାଇବ ଦ୍ୱାରା ଆପଣ ସେଇ ଚାଉଳକୁ ପୁଣି ଥରେ ବ୍ୟବହାର କରି ପାରିବେ। ଏବେ ଏହି ଚାଉଳକୁ ନେଇ ଯେମିତି ଭାତ ରନ୍ଧାଯାଏ ସେମିତି ଆଞ୍ଚରେ ବସାନ୍ତୁ। ଏହା ଯେତେବେଳେ ବାଦାମୀ ରଙ୍ଗର ଦେଖାଯିବ ସେତେ ବେଳେ ଏହି ଗ୍ରୀନ ଟି କୁ ଚାଉଳରୁ ବାହାର କରି ନିଅନ୍ତୁ।
ଏବେ ଏହି ପ୍ରସ୍ତୁତ ଦ୍ରବଣକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହା ପରେ ଚାଉଳରୁ ପାଣିକୁ ଅଲଗା କରି ନିଅନ୍ତୁ। ଏବେ ଏକ ସ୍ପ୍ରେ ବୋତଲ ନେଇ ସେଥିରେ ଏହି ଦ୍ରବଣକୁ ଷ୍ଟୋର କରି ରଖିପାରିବେ।
ଏହା ପରେ ସକାଳେ ପ୍ରଥମେ କେଶକୁ ଭଲ ଭାବରେ କୁଣ୍ଡାଇ ଏହି ଦ୍ରବଣକୁ ପୁରା କେଶରେ ମସାଜ୍ କରନ୍ତୁ। ଏବଂ ସନ୍ଧ୍ୟା ସମୟରେ ପୁଣି ଥରେ ନଡ଼ିଆ ତେଲ କିମ୍ବା ସୋରିଷ ତେଲକୁ କେଶର ଭଲ ଭାବରେ ମସାଜ୍ କରନ୍ତୁ। ତା ପର ଦିନ ସକାଳୁ କେଶକୁ ଭଲ ଭାବରେ ସାମ୍ପୁ କରିନିଅନ୍ତୁ। ଏମିତି ସପ୍ତାହକୁ ଦୁଇ ଥର କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।