ସ୍ତ୍ରୀମାନଙ୍କ ଜୀବନରେ ଏଭଳି ଏକ ସମୟ ଯେତେବେଳେ କି ତାଙ୍କର ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ । ରଜୋନିବୃତ୍ତି ପରେ ନାରୀଟି ଗର୍ଭଧାରଣ ଶକ୍ତି ହରାଇ ବସେ । ଅର୍ଥାତ୍ ସେ ଆଉ ଗାଏଭବତୀ ହୋଇପାରେ ନାହିଁ । ସାଧାରଣତଃ ଜୀବନର ୪୦ ବର୍ଷରୁ ୫୦ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ ଆସିଥାଏ । ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବାର କେତେମାସ ପୂର୍ବରୁ ମାସିକ ଋତୁସ୍ରାବରେ ଅନିୟମିତତା ଦେଖା ଦେଇଥାଏ ।
ରଜୋନିବୃତ୍ତିର ପ୍ରାଥମିକ ପର୍ଯ୍ୟାୟରେ ଜଣେ ମହିଳା ବ୍ୟଗ୍ରତା, କାତରତା ଓ ଅସହ୍ୟ ଗରମ ଅନୁଭୂତ କରିଥାଏ । ଯେତେବେଳେ ରଜୋନିବୃତ୍ତି ଆରମ୍ଭ ହୁଏ ଜଣେ ମହିଳା ନିଜକୁ ଗର୍ଭବତୀ ବୋଲି ଭାବେ । କିନ୍ତୁ ତାହାର ଯେତେବେଳେ ୩/୪ ମାସ ପରେ ଋତୁସ୍ରାବ ହୁଏ ସେ ଗର୍ଭପାତ ହୋଇଗଲା ପରି ଭାବିଥାଏ ।
ଯଦି ଜଣେ ୪୦ ରୁ ୫୦ ବର୍ଷ ବୟସ୍କ ମହିଳାର ଋତୁସ୍ରାବ ହୁଏ ଏହା ରଜୋନିବୃତ୍ତି ଯୋଗୁଁ ହୋଇଥାଏ ।ସ୍ତ୍ରୀର ଡିମ୍ବାଣୁ ଓ ପୁରୁଷ ଶୂକ୍ରାଣୁର ମିଳନରେ ଗର୍ଭଧାରଣ ହୋଇଥାଏ । ମହିଳାର ବିଜକୋଷରୁ ପ୍ରତିମାସରେ ଋତୁ ସ୍ରାବର ୨ ସପ୍ତାହ ପରେ ଗୋଟିଏ ଡିମ୍ବାଣୁ ବାହାରି ଫାଲୋପିଆନ ଟ୍ୟୁବ ଦେଇ ଶୂକ୍ରାଣୁ ସହିତ ମିଳନ ଘଟିଥାଏ । ଏହାପରେ ଡିମ୍ବବାହୀ ନାଲି ଦେଇ ଏହା ଜରାୟୁକୁ ଯାଇ ଭ୍ରୁଣରେ ରୂପାନ୍ତରିତ ହୋଇଥାଏ । ମା’ର ଗର୍ଭାଶୟ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ଶିଶୁରେ ପରିଣତ ହେବା ପାଇଁ ୩୮ – ୪୦ ସପ୍ତାହ ଲାଗେ ।
ଯଦି ରଜୋନିବୃତ୍ତି ସମୟରେ ଅତ୍ୟଧିକ ରକ୍ତସ୍ରାବ ହୁଏ ବା ପେଟରେ ଭୀଷଣ ବ୍ୟଥା ହୁଏ, ଅଥବା ଋତୁସ୍ରାବ ବନ୍ଦ ହେବାର କେତେମାସ ବା କେତେ ବର୍ଷ ପରେ ପୁନର୍ବାର ରକ୍ତସ୍ରାବ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।ଏଭଳି ପରିସ୍ଥିତିରେ ଏହା କ୍ୟାନସର ଅଥବା ଅନ୍ୟ କୌଣସି ରୋଗ ତାହା ଜାଣିବା ପାଇଁ ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ଅଛି ।
ରଜୋନିବୃତ୍ତି ପରେ ମହିଳାମାନଙ୍କର ହାଡ ଦୁର୍ବଳ ହୋଇଯାଏ । ଏଥିରୁ ରକ୍ଷା ପାଇବା ପାଇଁ ମହିଳାମାନେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଏହି ବୟସରେ ସେମାନେ ଅଧିକ ସମୟ ପାଇଥାନ୍ତି । ତେଣି ନାତି ନାତୁଣୀଙ୍କ ସହ ମିଶି ବିତାଇବା ଉଚିତ୍ କିମ୍ବା କିଛି ହାଲକା କାମ କରିବା ଉଚିତ୍ ।
ଜଣେ ଶିଶୁ ପୁଅ ହେବ କି ଝିଅ ହେବ ମିଳନ ସମୟରେ ହିଁ ସ୍ଥିର ହୋଇଥାଏ । ମହିଳାମାନଙ୍କ ବିଜକୋଷରେ ଏକ୍ସ କ୍ରୋମୋଜୋନ ଥାଏ ଓ ପୁରୁଷ ଶୂକ୍ରାଣୁରେ ଏକ୍ସ ଓ ୱାଇ କ୍ରୋମୋଜୋନ ଥାଏ । ଯୌନକ୍ରିୟା ସମୟରେ ଯଦି ଶୂକ୍ରାଣୁ ଏକ୍ସ କ୍ରୋମୋଜୋନ ଡିମ୍ବାଣୁ ସହିତ ମିଶେ ତେବେ ଝିଅ ହୋଇଥାଏ ।
ସେହିପରି ଶୂକ୍ରାଣୁ ୱାଇ କ୍ରୋମୋଜୋନଥାଇ ମିଳନ ଘଟିଲେ ପୁଅ ହୁଏ । ମହିଳାମାନଙ୍କର ବିଜକୋଷ ପୁଅ ହେବା ବା ଝିଅ ହେବା ସ୍ଥିର କରି ନ ଥାଏ ।ଆମ ଦେଶରେ ଅଧିକାଂଶ ମହିଳା ଝିଅ ଜନ୍ମ କରିବାଦ୍ଵାରା ସ୍ଵାମୀ, ଶାଶୁ, ଶ୍ଵଶୁର ସମସ୍ତଙ୍କଠାରୁ ଗଞ୍ଜଣା ଶୁଣିଥାନ୍ତି । କିନ୍ତୁ ପୁଅ ବା ଝିଅ ଜନ୍ମ କେବଳ ପୁରୁଷ ଉପରେ ନିର୍ଭର କରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।