Exclusive – ମୁଁ ଖଣ୍ଡଗିରିରେ ବ୍ଲାଉଜ ଖୋଲିଲି ବୋଲି ଫେମସ ହେଲି :ଏମିତି କହିଲେ ରାଣୀ ପଣ୍ଡା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ମଞ୍ଚ ଉପରେ ସେ ବ୍ଲାଉଜ ଖୋଲି ଦିଅନ୍ତି । ପୁଙ୍ଗୁଳା ପିଠି ଦେଖାଇ ଦର୍ଶକ ମନରେ ନିଆଁ ଲଗାଇଦିଅନ୍ତି । ଛୋଟ ଏବଂ ଉତ୍ତେଜକ ଡ୍ରେସ ପିନ୍ଧି ଦର୍ଶକଙ୍କ ହୃଦୟର ରାଣୀ ହେବାକୁ ପ୍ରୟାସ କରନ୍ତି । କେବଳ ସେତିକି ନୁହେଁ, ଯାତ୍ରା ପେଣ୍ଡାଲର ଝିଲ ମିଲ ଆଲୁଅ ଭିତରେ କେତେ କଣ ଇଷରା ଦେଇ ଘାଇଲା
କରନ୍ତି ବିଳମ୍ବିତ ରାତିର ବିଦଗ୍ଧ ଦର୍ଶକଙ୍କୁ । ନିଜକୁ ଆଇଟମ ଗର୍ଲ, ନ୍ୟୁଡ୍ ମଡେଲ, ବାର୍ ଡ୍ୟାନ୍ସର, ଭୋଜପୁରୀ ଅଭିନେତ୍ରୀ, ଓଡିଆ ଆଲବମ୍, ସିରିଏଲ୍, ସିନେମାର ଆଇଟମ ବେବୀ ବୋଲି ଦାବି କରୁଥିବା ରାନୀ ଓରଫ ପୁଷ୍ପଲତା ପଣ୍ଡା ଖଣ୍ଡଗିରି ଯାତ୍ରାରେ ବ୍ଲାଉଜ ଖୋଲିବା ପାଇଁ ଅଛନ୍ତି ବେଶ୍ ଚର୍ଚ୍ଚାରେ । ତାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଆଉ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।
ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାନୀ ଖାଲି ଯେ, ନିଜ ଅନ୍ତଃବସ୍ତ୍ର କାଲି ଖୋଲି ଦିଅନ୍ତି ତା ନୁହେଁ, ସେ ମଧ୍ୟ ଭଲ ଦ୍ବିଅର୍ଥ ବୋଧକ କଥା କହି ସମସ୍ତଙ୍କ ଡାର୍ଲିଂ ପାଲଟି ଯାଆନ୍ତି । ଦର୍ଶକ କହନ୍ତି ଯାତ୍ରାରର ବହି କଣ ପଡିଛି,
କେମିତି ହେଉଛି ସେସବୁ ଜାଣିବା ଆମର ଦର୍କାର ନାହିଁ । ଆମେ ଆସୁଛି ରାନୀକୁ ଦେଖିବା ପାଇଁ … ସତରେ ଖଣ୍ଡଗିରି ଯାତ୍ରାରେ ଲାଗିଥିବା ସଚ୍ଚିଦାନନ୍ଦ ଯାତ୍ରା ପେଣ୍ଡାଲରେ ରାନୀ କରୁଛନ୍ତି କମାଲ ଆଉ ବୋବାଲ ।
କେହି କେହି ସଚେତନ ଲୋକ ଯାତ୍ରାରେ ଏଭଳି କାର୍ଯ୍ୟକଳାପକୁ ଅଶ୍ଳୀଳ ବୋଲି କହିଲେଣି । ଏହା ନୈତିକ ଅବକ୍ଷୟ ବୋଲି ଚିତ୍କାର କଲେଣି । ପଇସା ପାଇଁ ଯାତ୍ରା ମାଲିକମାନେ ଅସାଧୁ ପନ୍ଥା ଧରିଲେଣି ବୋଲି ସମାଲୋଚନା କଲେଣି ।
ହେଲେ ରାନୀ କିନ୍ତୁ ନଛୋଡ ବନ୍ଦା । ରାନୀ କୁହନ୍ତି “ ଯିଏ ଯାହା କହୁଛି କହୁ । ମୁଁ କଳାକାର, ମନୋରଞ୍ଜନ କରିବା ପାଇଁ ଯେ କୌଣସି ସ୍ତରକୁ ଯାଇପାରେ । ଏକ୍ସପୋଜ କରିବା ବା ଅଂଗ ପ୍ରଦର୍ଶନ କରିବାକୁ ବାହାରେ ସମସ୍ତେ ଗ୍ରହଣ କରିନେଲେଣି । ଓଡିଶା ବି ଧୀରେ ଧୀରେ ଗ୍ରହଣ କରିନେବ ।”
୨୦୧୭ ମସିହାରୁ ରାନୀ ଯାତ୍ରା ଜଗତରେ ପାଦ ଦେଇଛନ୍ତି । ସେହି ବର୍ଷ ସେ ରଙ୍ଗ ମହଲରେ ଅଭିନୟ କରି ବେଶ ନାଁ କରିଥିଲେ । ତା ପରବର୍ଷ ଅର୍ଥାତ ୨୦୧୮ରେ ଈଷ୍ଟର୍ଣ୍ଣ ଗ୍ରେଟରେ ଅଭିନୟ କଲେ । ଆଉ ଚଳିତ ବର୍ଷ ସଚ୍ଚିଦାନନ୍ଦରେ କରୁଛନ୍ତି ଧମାକା । ତାଙ୍କୁ ଯାତ୍ରା ଜଗତକୁ ଆଣିଥିବାରୁ ରଂଗମହଲର ମାଲିକ ସତ୍ୟ ଜେନାଙ୍କୁ ରାନୀ ଧନ୍ୟବାଦ ଓ କୃତଜ୍ଞତା ଜଣାନ୍ତି ।
ଏଭଳି ବୋଲ୍ଡ ସିନ୍ ଦେବା ଫାଇଁ ରାନୀଙ୍କୁ ଅନେକଥର ଦର୍ଶକଙ୍କ ଭର୍ତ୍ସନା ଶିକାର ହେବାକୁ ପଡିଛି ବୋଲି ମଧ୍ୟ ରାନୀ ସ୍ବୀକାର କରନ୍ତି । ଥରେ ଦର୍ଶକ ଗ୍ୟାଲେରୀରେ ବସିଥିବା ଜଣେ ମହିଳା ତାଙ୍କ ପାଖକୁ ଆସି ମଞ୍ଚ ଉପରେ କହିଥିଲେ ଯେ “ ତୁ ନାରୀ ଜାତିର କଳଂକ “ ।
ସେଇ କଳଙ୍କକୁ ମଧ୍ୟ ରାନୀ ଚନ୍ଦନଭଳି ନିଜ ଦେହରେ ବୋଲି ହୋଇଛନ୍ତି ।ହେଲେ ରାନୀ ଏତେ ବୋଲ୍ଡ ହେଲେ କେମିତି । କଣ ତାଙ୍କର କ୍ୟାରିଅର ଗ୍ରାଫ । କୋଉଠୁ ଆସିଲେ ସିଏ । ଏମିତି ଅନେକ ପ୍ରଶ୍ନ ଦର୍ଶକଙ୍କ ମନରେ ଉଙ୍କି ମାରେ । କଣ ଖାଲି ପଇସା ପାଇଁ ରାନୀ ଏମିତି ବୋଲ୍ଡ ନା ଆଉ କିଛି କାରଣ ରହିଛି । ଆମେ ରାନୀଙ୍କୁ ସେଇ କଥା ପଚାରିଥିଲୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!