🛑EXCLUSIVE : “ଅପରାଜିତା ମ୍ୟାଡାମ୍‌, ତମ ବାବୁଶାନ୍ କ’ଣ ସୁନା ମୁଣ୍ଡା ?”ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ରାସ୍ତାରେ ଷ୍ଟାର କଳି ଘଟଣା । ପୋଲିସ ଜେରା ପରେ ପ୍ରକୃତି ମିଶ୍ରଙ୍କ ପିତା ମନ୍ମଥ ମିଶ୍ରଙ୍କ ବଡ଼ ଖୁଲାସା । ବାବୁଶାନ ପ୍ରକୃତିକୁ ଅସ୍ତ୍ର କରି ତାର ଆକାଂକ୍ଷା ପୂରଣ କରିବାକୁ ଚାହୁଁଥିଲା । ବଲିଉଡକୁ ଯିବାକୁ ପ୍ରକୃତିକୁ ମାଧ୍ୟମ କରିଥିଲା । କାରଣ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ପ୍ରକୃତି ମିଶ୍ର ବୋଲି ସେ କହିଛନ୍ତି ।

ବାବୁସାନଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଅର୍ଥାତ୍ ଅଭିନେତାଙ୍କୁ ବାରମ୍ବାର ବ୍ଲାକମେଲିଂ କରାଯାଉଛି । ପ୍ରକୃତି ତାଙ୍କ ଘର ଭାଙ୍ଗୁଛନ୍ତି । ଏପରି ଅନେକ ଅଭିଯୋଗ ପ୍ରକୃତିଙ୍କ ନାଁରେ କରୁଛନ୍ତି ବାବୁସାନଙ୍କ ପରିବାର ଲୋକ । ଯାହା ପରେ ଶେଷରେ ମୁହଁ ଖୋଲିଛନ୍ତି ପ୍ରକୃତି ମିଶ୍ର । ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସେ ଗୋଟି ଗୋଟି କରି ସମସ୍ତ କଥାର ଉତ୍ତର ରହଖିଛନ୍ତି ।

କେହି କାହାର ଘର ଭାଙ୍ଗି ପାରନ୍ତି ନାହିଁ ,ଏହା ପୂର୍ବରୁ ଭାଙ୍ଗିଯାଇଛି , ମୁଁ କାହାକୁ କଷ୍ଟ ଦେଇ ନାହଁନ୍ତି , ମୋ ପ୍ରତି ଯାହା ହେଲା ତାହା ଠିକ ନୁହଁ । ଆମେ କେଉଁଭଳି ସମାଜରେ ରହୁଛୁ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ସାହାର୍ଯ୍ୟ ମାଗୁଥିଲି ହେଲେ ସେଠି ଲୋକେ ସେଲଫି ଉଠାଉଥିଲେ ।

ହେଲେ ମୁଁ ଭାଙ୍ଗିପଡି ନାହିଁ । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇ ଘରେ ରଖିଦିଅ । ଏହଛଡା ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ଝିଅକୁ ରାସ୍ତାରେ ଟଣା ଓଟରା କରି ଅପମାନିତ କରି କଣ ଲାଭ ମିଳିଲା । ମୁଁ ଏକୁଟିଆ ଝିଅ ସମସ୍ତଙ୍କ ସହ ଲଢିକି ଆସିଛି। ମୁଁ ଆଇନର ଦ୍ୱାରସ୍ଥ ହୋଇଛି ।

ମୋତେ ସର୍ବସାଧାରଣରେ ଆକ୍ରମଣ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୋତେ ରିଲ୍ ଲାଇଫ ହିରୋଇନରୁ ରିଅଲ ଲାଇଫ ହିରୋଇନ ବନାଇ ଦିଆଗଲା । ଯେତେ ଭାଙ୍ଗିକି ପକେଇଲେ ବି ମୁଁ ଯୋଡି ହୋଇ ଆଗକୁ ବଢିବି । କେହି ମୋତେ ରୋକିପାରିବେ ନାହିଁ ବୋଲି ନିଜ ଭିଡିଓରେ କହିଛନ୍ତି ପ୍ରକୃତି ।

ତେବେ ଗଣମାଧ୍ୟମର ସାମ୍ନାକୁ ଆସିପାରି ନ ଥିବାରୁ ବାବୁସାନ୍‌ଙ୍କ ମା’ ତଥା ଓଲିଉଡର ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଏକ ଭିଡିଓ ବାର୍ତ୍ତା ଜାରି କହିଛନ୍ତି। ସେ କହିଛନ୍ତି, ବାବୁସାନ୍‌ କ୍ଲାନ୍ତ ହୋଇପଡ଼ିଛି। ତାକୁ ବିଶ୍ରାମ ଦରକାର। ଦୁଇ ଦିନ ବିଶ୍ରାମ ନେଲା ପରେ ଆପଣମାନଙ୍କ ସାମ୍ନାକୁ ଆସିବ। ସବୁ କଥା କହିବ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଅନୁରୋଧ କରି ଅପରାଜିତା କହିଛନ୍ତି ଯେ, ମୁଁ ଦୁଇଦିନ ପରେ କହିବି। ବାବୁ ମଧ୍ୟ କହିବ। ଏଠି ଆପଣମାନେ ଠିଆ ହୁଅନ୍ତୁ ନାହିଁ। ଆପଣମାନେ ଖରାରେ ଦୀର୍ଘ ସମୟ ଅପେକ୍ଷା କରିଥିବାରୁ ମୋତେ ଦୁଃଖ ଲାଗୁଛି ।

କିଛି ଲୋକ ଅପରାଜିତା ମହାନ୍ତି କହୁଥିଲେ କି ତୁମେ ପୁଅ କଣ ସୁନା ମୁଣ୍ଡା ତାଙ୍କର କଣ କିଛି ଦୋଷ ନାହିଁ । ଉଭଙ୍କର ଦୋଷ ଥିଲା ବେଳେ କାହିଁକି ସବୁ ସମୟରେ ପ୍ରକୃତି ମିଶ୍ରଙ୍କୁ ଦୋଷ ଦେଉଛନ୍ତି । ସବୁ ସମୟରେ ପ୍ରକୃତି ମିଶ୍ରଙ୍କୁ ଦୋଷ ଦେବା ଠିକ୍ ନୁହେଁ ଉଭୟଙ୍କର ଭୁଲ୍ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।