Breaking News -ଏବେ ଏବେ ସିନେମା ଜଗତରୁ ଆସିଲା ବହୁତ ବଡ଼ ଦୁଖଦଃ ଖବର ! ଏହି ବରିଷ୍ଠ ଅଭିନେତାଙ୍କ ହୃଦଘାତ ରେ ପରଲୋକ…ଦେଖନ୍ତୁ video …

ଜିମ୍‌ ନଉଛି କଳାକାରଙ୍କ ଜୀବନ। ବ୍ୟାୟାମ ବେଳେ ଚାଲିଯାଇଛି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରାଣ ବାୟୁ। ଫିଟ୍‌ନେସ୍ ପ୍ରତି ଥିଲା ରୁଚି। ମାତ୍ର ୪୬ ବର୍ଷରେ ଆରପାରିରୁ ଆସିଲା ଡାକରା।ଟେଲିଭିଜନ ଜଗତରେ ପୁଣି ଜଣେ ଜଣାଣୁଣା ଚେହେରାଙ୍କୁ ଆଉ ଦେଖିବାକୁ ମିଳିବନି। ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ପରଲୋକ ହୋଇଛି। ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ବେହୋସ୍ ପଡ଼ିଯାଇ ପ୍ରାଣ ହରାଇଛନ୍ତି ସିଦ୍ଧାନ୍ତ ସୂର୍ଯ୍ୟବଂଶୀ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ତାଙ୍କର ୨ ଟି ପିଲା ଓ ପତ୍ନୀ ଅଛନ୍ତି। ତାଙ୍କ ମୃତ୍ୟୁ ସମ୍ପର୍କରେ ଅଭିନେତା ଜୟ ଭାନୁଶାଲି ସୋସିଆଲ୍ ମିଡିଆରେ ଶ୍ରଦ୍ଧାଞ୍ଜଳିପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସିଦ୍ଧାନ୍ତ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିବା ସେ ସୂଚନା ଦେଇଛନ୍ତି।

 

ଜିମରେ ବ୍ୟାୟାମ କରୁଥିବା ବଳେ ହଠାତ୍ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିଦ୍ଧାନ୍ତଙ୍କର ଅକାଳ ବିୟୋଗର ହିନ୍ଦୀ ଟେଲିଭିଜନ ଦୁନିଆକୁ ଶକ୍ତ ଝଟ୍‌କା ଦେଇଛି।

ପୂର୍ବରୁ ଆନନ୍ଦ ନାମରେ ପରିଚିତ ଥିଲେ ସିଦ୍ଧାନ୍ତ। ପରେ ସେ ନାମ ପରିବର୍ତ୍ତନ କରିଥିଲେ। ଲୋକପ୍ରିୟ ଟିଭି ଶୋ, କଣ୍ଟ୍ରୋଲ୍ ରୁମ୍, ଜିଦ୍ଦି ଦିଲ୍ ମାନେ ନା ଏବଂ କ୍ୟୁଁ ରିସ୍ତୋ ମେଁ ଖଟ୍ଟି ବଟ୍ଟି ଭଳି ଶୋରେ ସେ କାମ କରିଥିଲେ। ସିଦ୍ଧାନ୍ତ ମଡେଲ ଆଲେସିଆ ରାଉତଙ୍କୁ ବିବାହ କରିଛନ୍ତି। ତାଙ୍କ ପୂର୍ବରୁ ସିଦ୍ଧାନ୍ତ ମିଡିଆ କର୍ମଚାରୀ ଇରା ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପିତ୍ନୀଙ୍କର ଏକ ଝିଅ ଡିଜା ଥିବାବେଳେ, ପତ୍ନୀ ଆଲେସିଆଙ୍କର ପାଖରୁ ପୁଅଟିଏ ଅଛି। ଟେଲିଭିଜନ୍ ଜଗତରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜଣେ ଲୋକପ୍ରିୟ ଚେହେରା ଥିଲେ।

 


ସେ ଅନେକ ହିଟ୍ ଟିଭି ଶୋ’ରେ କାମ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ କ୍କୁସୁମ, କସୌଟି ଜିନ୍ଦେଗୀ କେ, ମମତା, କ୍ରିଷ୍ଣା ଅର୍ଜୁନ, ଭାଗ୍ୟବିଧାତା, ବିରୁଦ୍ଧ, ସୂର୍ଯ୍ୟପୁତ୍ର, କର୍ଣ୍ଣ, ୱାରିସ ଆଦି ଅନ୍ୟତମ। କୁସୁମ୍ ଏବଂ ‘କସୌଟି ଜିନ୍ଦେ କି’ ଭଳି ଅନେକ ଲୋକପ୍ରିୟ ଟିଭି ଶୋ’ରେ ଅଭିନୟ କରିଛନ୍ତି।ଏହିସବୁ ଶୋ’ରେ ସେ ଏମିତି କିଛି ଚରିତ୍ରରେ ଅଭିନୟ କରିଛନ୍ତି ଯାହା ଲୋକଙ୍କ ମନରୁ କେବେ ବି ଲିଭିବନି। ତାଙ୍କୁ ଶେଷ ଥର ପାଇଁ ଜି ଟିଭିର ଛୋଟ ପରଦା ‘କ୍ୟୁଁ ରିସ୍ତେ ମେ କଟ୍ଟି ବଟ୍ଟୀ’ରେ ଦେଖିବାକୁ ମିଳିଥିଲା। ‘କୁସୁମ୍’, ‘ୱାରିସ୍’ ଏବଂ ‘ସୂର୍ଯ୍ୟପୁତ୍ର କରଣ’ରେ ତାଙ୍କର ଭୂମିକା ପାଇଁ ସେ ଘରେ ଘରେ ପରିଚିତ।


ଲାଇଫ୍ ସହିତ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚିତ ଥିଲେ। ସିଦ୍ଧାନ୍ତ ଦୁଇଟି ବିବାହ କରିଥିଲେ। ସେ ୨୦୦୧ ରେ ପ୍ରଥମେ ଇରା ସୂର୍ଯ୍ୟବଂଶୀଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୫ ମସିହାରେ, ସେମାନଙ୍କର ଛାଡପତ୍ର ହୋଇଥିଲା। ଏହା ପରେ ସିଦ୍ଧାନ୍ତ ସୁପର୍‌ମଡେଲ୍‌ ଅଲିସା ରାଓତଙ୍କୁ ୨୩ ନଭେମ୍ବର ୨୦୧୭ରେ ମୁମ୍ବାଇର ଏକ ମନ୍ଦିରରେ ନିରାଡ଼ମ୍ବର ଭବେ ବିବାହ କରିଥିଲେ।ପିଲାଦିନରୁ ସିଦ୍ଧାନ୍ତୁଙ୍କ ଅଭିନୟରେ ରୁଚି ଥିଲା। ୨୦୦୧ ମସିହାରେ ସେ ଜଣାଶୁଣା ସିରିଏଲ୍ ‘କୁସୁମ୍’ ମାଧ୍ୟମରେ ଟିଭିରେ ତାଙ୍କର ଅଭିନୟ ଦକ୍ଷତା ଦେଖେଇବାର ସୁଯୋଗ ପାଇଲେ। ଏହି ଶୋ’ ପରେ ତାଙ୍କ ଅଭିନୟ ଯାତ୍ରା ଆଗକୁ ବଢିଚାଲିଲା। ପରେ ତାଙ୍କ କ୍ୟାରିଅରରେ ସେ ଅନେକ ଟିଭି ଶୋ’ରେ କାମ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।