breaking news -ଆସିଲା ଫେବୃୟାରୀ ର ନୂଆ ଗାଇଡ ଲାଇନ,ଫେବୁଆରୀ ୧ ରୁ ଖୁଲୀବ ଶ୍ରୀମନ୍ଦିର ଆଉ ସ୍କୁଲ,ସେୟାର କରି ସମସ୍ତଙ୍କୁ ଜାଣନ୍ତୁ !

ବଢୁଥିବା କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ଅନୁଯାୟୀ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯିବା ନେଇ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ଫେବୃୟାରୀ ୧ ତାରିଖ ଠାରୁ ଫେବୃୟାରୀ ୨୮ ପର୍ଯ୍ୟନ୍ତ ଜାରି ରହିଥିବା କୋଭିଡ କଟକଣାର ଅବଧିକୁ ବୃଦ୍ଧି କରାଯାଇଛି।ଏହି ନୂଆ ଗାଇଡ ଲାଇନ ଅନୁସାରେ କାର୍ଯ୍ୟ କରିବା ବାଧ୍ୟତାମୂଳକ ଅଟେ।

୧. ଫେବୃୟାରୀ ୧ ତାରିଖ ପାଖରୁ ସର୍ବ ସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି ଶ୍ରୀ ମନ୍ଦିର। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିଲା ଶ୍ରୀମନ୍ଦିର। ତେବେ ଏହି ଫେବୃୟାରୀ ମାସରୁ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀ ମନ୍ଦିରର ସିଂହଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ ମାନେ।

କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀ ସହର ବାସୀ ପ୍ରବେଶ କରି ପାରିବା ସହ ଅନ୍ୟ ସବୁ ଭକ୍ତ ମାନେ ପୂର୍ବ ଦ୍ଵାର ଦେଇ ପ୍ରବେଶ କରିବାକୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି।

୨. ଆସନ୍ତା କାଲି ଠାରୁ କୋଭିଡ କଟକଣାକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ସରକାର। ରାଜ୍ୟରେ ସଂକ୍ରମଣ ସ୍ଥିତି କମ ହେବା ପରେ ସ୍କୁଲ ଓ କଲେଜ ଖୋଲିବାର ନିଷ୍ପତି ନେଇଛନ୍ତି ତାମିଲନାଡୁ ସରକାର।

୩. ହରିୟାଣା ସରକାର ମଧ୍ୟ ଏହି ଫେବୃୟାରୀରେ ଦଶମ ଶ୍ରେଣୀ ଓ ଏହାର ଉପର ଶ୍ରେଣୀ ଗୁଡିକ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି। ଗୋଟିଏ ଡୋଜ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବା କଲେଜରେ ପ୍ରବେଶ କରିବାକୁ ଅନୁମତି ମିଳିବ।

୪.୫୦ ପ୍ରତିଶତ କ୍ଷମତା ସହ ସମସ୍ତ ସିନେମା ହଲ, ଥିଏଟର, ମଲ୍ଟିପ୍ଲେକ୍ସ ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଏଥିସହିତ ସାମାଜିକ ଦୂରତା, ସଫାସୁତୁରା, ମାସ୍କ ପିନ୍ଧିବା ଭଳି କୋଭିଡ ସହ ଜଡ଼ିତ ନିୟମ ଗୁଡ଼ିକୁ ମାନିବାକୁ ବାଧ୍ୟତାମୂଳକ କରାଯାଇଛି।

୫.ଫେବୃୟାରୀ ପହିଲାରୁ ଉଚ୍ଚ ନ୍ୟାୟଳୟର ନିୟମରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି। ସମସ୍ତ ଆଇନଜିବୀ ଦାଖଲ କରୁଥିବା ଓକିଲାତି ନାମରେ ୫୦ ଟଙ୍କାର ଷ୍ଟାମ୍ପ ଲାଗିବ।

୬. ଏସ.ବି.ଆଇ ପକ୍ଷରୁ ମଧ୍ୟ ଫେବୃୟାରୀ ପହିଲାରୁ ନୂଆ ଗାଇଡ ଲାଇନ ଜାରି କରାଯାଇଛି ଆଇ.ଏମ.ପି.ଏସ ଟ୍ରାଞ୍ଜାକ୍ସନ୍ ରେ କିଛିଟା ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ୨ ରୁ ୫ ଲକ୍ଷ ଟଙ୍କା ଆଇ.ଏମ.ପି.ଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜି.ଏସ.ଟି ଦେବାକୁ ପଡ଼ିବ।

୭. ପଞ୍ଜାବ ନେସନାଲ ବ୍ୟାଙ୍କ କାଲିଠୁ କିଛି ନିୟମ ବଦଳାଇବାକୁ ଯାଉଛି। ଫେବୃୟାରୀ ୧ ତାରିଖରୁ କିସ୍ତି ବା ଡେବିଟ ଏକାଉଣ୍ଟରେ ଟଙ୍କା ନ ରହିଲେ ମାସିକ ୨୫୦ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯିବ।

୮. ଏହି ଫେବୃୟାରୀ ପହିଲାରୁ ସାଧାରଣ ବଜେଟ ୨୦୨୨-୨୩ ସଂଶୋଧନ ଉପସ୍ଥାପନ କରା ଯିବ। ଗତ ବର୍ଷ ପରି ଏବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ପେପର ଲିଷ୍ଟ ବଜେଟ ଉପସ୍ଥାପନ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।