Breacking News – ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ ଖୁସି ଖବର ଏଣିକି ସପ୍ତାହକୁ ୨ ଦିନ ଛୁଟି ଜଣାନ୍ତୁ କେଉଁ ବାର ଛୁଟି ରହିବ ଏବଂ ଅନ୍ୟମାନଙ୍କୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ପୁଣି ଥରେ ସାମ୍ନାକୁ ଆସୁଛି ଏକ ବଡ ଖବର। ସରକାରୀ ଚାକିରିଆଙ୍କ ପାଇଁ ଆସିବାକୁ ଯାଉଛି ବହୁତ ବଡ ଖୁସି ଖବର। ଏହି ଏପ୍ରିଲ ପହିଲାରୁ ସପ୍ତାହ ଯାକ ଆଉ କାମ କରିବା ପାଇଁ ପଡିବ ନାହିଁ। ସପ୍ତାହକୁ ମାତ୍ର ୫ ଦିନ କାମ ରହିଛି। ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ଛୁଟି ରହିବ।

ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ ଖବର। ଏପ୍ରିଲ ମାସରୁ ଅର୍ଥାତ୍ ଏପ୍ରିଲ ୧ ତାରିଖ ପାଖରୁ ଏମାନଙ୍କୁ ସପ୍ତାହକୁ ମାତ୍ର ୫ ଦିନ କାମ କରିବା ପାଇଁ ପଡିବ। ଏବଂ ଆଉ ଦୁଇ ଦିନ ଛୁଟି କଟାଇବେ। ସୋମବାର ରୁ ଶୁକ୍ରବାର ଅଫିସରେ କାମ କରିବେ କର୍ମଚାରୀ ଏବଂ ଶନିବାର ଓ ରବିବାର ଦିନ ସେମାନେ ଛୁଟି କଟାଇବେ କର୍ମଚାରୀ ମାନେ।

ବିଶେଷ ସୂଚନାରୁ ଜଣା ପଡ଼ିଛି ଯେ ଏହି ସପ୍ତାହର ଦୁଇ ଦିନ ଛୁଟି ଦେଶର ସବୁ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ଏହାର ଲାଭ କେବଳ ମଣିପୁର ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ କରା ଯାଇଛି। ମାର୍ଚ୍ଚ ୨୨ ରେ ମଣିପୁର ର ମୁଖ୍ୟମନ୍ତ୍ରୀ ଏନ. ବିରେନ୍ ସିଂ ଙ୍କ ଅଧ୍ୟକ୍ଷତାରେ ନିଆ ଯାଇଛି ଏମିତି ଏକ ବଡ ନିଷ୍ପତି। ଏନ୍ ବିରେନ୍ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତି ନିଆ ଯାଇଛି।

ତେବେ ଏହି ବିଲ୍ ପାସ ହେବା ପରେ ମଣିପୁର ରାଜ୍ୟପାଳ ମଧ୍ୟ ଏଥିରେ ସ୍ୱାକ୍ଷର କରି ସାରିଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ଜାରି କରା ଯାଇଥିବା ବିଜ୍ଞପ୍ତି ଅନୁସାରେ ଏହି ଏପ୍ରିଲ ମାସରୁ ହିଁ ଏହି ନିୟମକୁ ଲାଗୁ କରାଯିବ।

ଅର୍ଥାତ ଏହି ଏପ୍ରିଲ ୧ ତାରିଖରୁ ଆସୁଥିବା ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଧରି ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ।ତେବେ ମଣିପୁରର ରାଜ୍ୟ ସରକାରଙ୍କ ଅଧିନରେ ରହିଥିବା ସବୁ କାର୍ଯ୍ୟାଳୟ ଏଜେନ୍ସି ଏବଂ ପିଏଚସି ପାଇଁ ୫ ଦିନିଆ କାର୍ଯ୍ୟ ଦିବସ ରହିବ ବୋଲି କୁହା ଯାଉଛି।

ସୂଚନା ଅନୁଯାୟୀ ସରକାରୀ ସମସ୍ତ କାର୍ଯ୍ୟାଳୟ ଏଜେନ୍ସି ଏବଂ ପିଏଚସି କର୍ମଚାରୀ ମାନେ ସୋମବାର ରୁ ଶୁକ୍ରବାର ଅଫିସରେ କାର୍ଯ୍ୟରତ ରହିବେ। ଯଦି ଏହି ଦିନ ମଧ୍ୟରେ ସରକାରୀ ଛୁଟି ପଡ଼େ ତେବେ ମଧ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜଣା ପଡ଼ିଛି। ତେବେ ଗ୍ରୀଷ୍ମ ପ୍ରବାହ ପାଇଁ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସକାଳ ୯ ରୁ ୫.୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ।

ଏହା ସହ ଶୀତଦିନ ପାଇଁ ସକାଳ ୯ ରୁ ୫ ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। କେବଳ ଏତିକି ନୁହେଁ ବରଂ ଏଣିକି ସରକାରୀ ଏବଂ ଘରୋଇ ବିଦ୍ୟାଳୟରେ ସକାଳ ୮ରୁ ପାଠ ପଢା ଆରମ୍ଭ ହେବ। ସେ ଯାହାବି ହେଉ ମଣିପୁରଟ ସରକାରଙ୍କ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।