Breacking News – ରାଜ୍ୟ ସରକାରଙ୍କ ବଡ ନିଷ୍ପତି,ଆଉ ୬ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ,ଜାଣନ୍ତୁ କେଉଁ ମାନେ ପାଇବେ ଏବଂ ଅନ୍ୟମାନଙ୍କୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଏବେଏବେ ରାଜ୍ୟ ସରକାରଙ୍କ ତରଫରୁ ମିଳିଛି ଏକ ବଡ ଖବର। ପୁଣି ଥରେ ୬ ମାସ ପାଇଁ ରାସନ୍ କାର୍ଡ ହିତାଧିକାରୀ ମାନଙ୍କୁ ମିଳିବ ମାଗଣା ରାସନ ଚାଉଳ।୬ ମାସ ଅବଧି ବଢ଼ାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ପାଇବେ ମାଗଣା ଚାଉଳ।୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ସ୍ଥିର କରା ଯାଇଛି।

ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ ୯୧.୭୦ କୋଟି ଟଙ୍କା। ଏପ୍ରିଲରୁ ମିଳିବ ୬ ମାସ ପର୍ଯ୍ୟନ୍ତ ମାଗଣା ଚାଉଳ ଅର୍ଥାତ୍ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମିଳିବ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ।୨୪ ହଜାର ଦୁଇ ଶହ ୭୦ ଟନ୍ ଚାଉଳ ଦିଆଯିବ।

ତେବେ କରୋନା ମହାମାରୀ ସମୟରେ ଲକଡାଉନ୍ କାରଣରୁ ରାଜ୍ୟବାସୀ ଅନେକ ଦୁର୍ଦ୍ଦଶା ସହ୍ୟ କରିଥିଲେ। ଅନେକ ଲୋକ ରାସନ ଅଭାବରୁ କଷ୍ଟରେ ଜୀବନ କାଟୁଥି ଲେ । ଅନେକ ଲୋକେ ନିଜର ଜୀବିକା ହରାଇ ବସି ଥିଲେ। ଭୋକ ବିକଳରେ ଛଟ ପଟ ହେଉଥିଲେ।

କରୋନା ମହାମାରୀ ପାଇଁ ରାଜ୍ୟର ପରିସ୍ଥିତି ଅତି ଖରାପ ସ୍ଥିତି ହୋଇ ଯାଇଥିଲା।ଏହି ସମୟରେ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ବ୍ୟକ୍ତି ପିଛା ୫ କିଲୋ ମାଗଣା ଖାଦ୍ୟାନ୍ନ ଦେବାକୁ ଘୋଷଣା କରିଥିଲେ। ଯାହା ଫଳରେ ଗରିବ ଲୋକମାନେ ବହୁତ ଉପକୃତ ହୋଇ ପାରିଥିଲେ।


ତେବେ କରୋନା ପରିସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିଥିବା ବେଳେ ସମ୍ପର୍ଣ୍ଣ ରୂପେ ରାଜ୍ୟର ପରିସ୍ଥିତି ସେତେଟା ସ୍ୱଚ୍ଛଳ ନାହିଁ। ସେହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏମିତି ଏକ ବଡ ନିଷ୍ପତି ନେଇଛନ୍ତି ବୋଲି କୁହା ଯାଉଛି।ତେବେ ପୁଣି ଥରେ ସରକାର ମାଗଣା ଚାଉଳ ସୀମାର ଅବଧିକୁ ୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ରାଜ୍ୟର ଅତିରିକ୍ତ ରାସନ ହିତାଧିକାରୀ ମାନଙ୍କୁ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ଯୋଗେଇ ଦିଆଯିବ। ଏଥିରେ ରାଜ୍ୟର ୮ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଏଥିରେ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ଆବଶ୍ୟକ ଅର୍ଥ ରାଶି ରହିଛି ୯୨ କୋଟି ଟଙ୍କା।

ପୂର୍ବରୁ ୨୦୨୧ ଡିସେମ୍ବର ରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣା ରାସନ ଚାଉଳର ଅବଧି ବୃଦ୍ଧି କରାଯାଇଥିଲା ତେବେ ପୁଣି ଥରେ ରାଜ୍ୟ ସରକାରଙ୍କ ତରଫରୁ ଆଉ ୬ ମାସ ମାଗଣା ଚାଉଳର ଅବଧି ବୃଦ୍ଧି କରାଯାଇଛି। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି।

ତେବେ କରୋନା କାଳରେ ଜୀବନ ଜୀବିକା ସାଧାରଣ ଲୋକଙ୍କ ଉପରେ ବହୁତ ପ୍ରଭାବ ପକାଇଛି। ତାକୁ ଦୃଷ୍ଟିରେ ରଖି ସରକାର ଏମିତି ଏକ ନିଷ୍ପତି ନେଇଛନ୍ତି ଫଳରେ କରୋନା ମହାମାରୀରେ ପ୍ରଭାବିତ ହୋଇ ଥିବା ସାଧାରଣ ଲୋକମାନେ ଆସ୍ଵସ୍ଥି ପାଇ ପାରିବେ ଆଶା ରଖାଯାଇଛି।