BREACKING NEWS- ନବୀନ ସରକାରଙ୍କର ବଡ ଘୋଷଣା ମିଶନ ଶକ୍ତି ଗ୍ରୁପର ଥିବା ମହିଳା ମାନଙ୍କ ପାଇଁ,ଓଡ଼ିଶା ସରକାରଙ୍କ ନୂଆ ଯୋଜନା ,ଏଣିକି ଏହି ମହିଳା ମାନଙ୍କୁ ମିଳିବ ସ୍ମାର୍ଟ PHONE ତେବେ ଜଣାନ୍ତୁ କେଉଁ ମନକୁ ମିଳିବ ଏବଂ ଅନ୍ୟ ମାନଙ୍କୁ ଶେୟର କରି ସମସ୍ତଙ୍କୁ ଜଣାନ୍ତୁ !

ରାଜ୍ୟ ସରକାରଙ୍କ ତରଫରୁ ଏକ ବଡ ଖବର ଘୋଷଣା କରାଯାଇଛି। ରାଜ୍ୟ ସରକାର ପୁଣି ଥରେ ମହିଳା ମାନଙ୍କ ପାଇଁ ଏକ ନୂଆ ଯୋଜନା ନେଇ ଆସିଛନ୍ତି। ନୂଆବର୍ଷରେ ସରକାର ଗୋଟିଏ ପରେ ଗୋଟିଏ ଯୋଜନା ଆଣୁଥିବା ବେଳେ ଗତ କାଲି ପୁଣି ଦୁଇଟି ନୂଆ ଯୋଜନା ଆଣିଛନ୍ତି। ଯେଉଁ ଯୋଜନାରେ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଉପକୃତ ହେବେ। ତେବେ ସ୍ୱୟଂ ସହାୟିକା ଗୋଷ୍ଠୀର ମେମ୍ବର ମାନଙ୍କ ମଧ୍ୟରୁ କେଉଁ ମାନେ ଏହାର ଲାଭ ପାଇବେ, କୋଉମାନେ ପାଇବେନି ଏବଂ କଣ ପାଇବେ ତା ବିଷୟରେ ଆମେ ଆପଣଙ୍କୁ ଜଣାଇବା ପାଇଁ ଯାଉଛୁ।

ଯେଁଉ ମହିଳାମାନେ ସ୍ଵୟଂ ସହାୟକ ଗୋଷ୍ଠୀର ମେମ୍ବର ଅଟନ୍ତି ସେମାନେ ସରକାରଙ୍କ ତରଫରୁ ବହୁତ ସାହାଯ୍ୟ ପାଇ ସରିଲେନି। ଏମିତିକି ଆଗରୁ ସରକାର ପ୍ରତ୍ୟେକ ସ୍ଵୟଂ ସହାୟକ ଗୃପକୁ ସ୍ମାର୍ଟ ପୋନ ପାଇଁ କିଛି ଅର୍ଥ ରାଶି ଯୋଗାଇ ଦେଇଥିଲେ ଏବଂ ପ୍ରତ୍ୟେକ ଗ୍ରୁପକୁ ୧୫,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା।

କିନ୍ତୁ ବର୍ତ୍ତମାନର ଖବର ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ଗ୍ରୁପର ମହିଳାମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଯାହା ପଞ୍ଚାୟତ ସ୍ତରରେ ଥିବା ନିର୍ଦ୍ଦିଷ୍ଟ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ରଖାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରା ଯାଇଛି।

ତେବେ ଏହି ଯୋଜନାର ଲାଭ ମିଶନ ଶକ୍ତି ଗ୍ରୁପର ଥିବା ସବୁ ମେମ୍ବରଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ପ୍ରତ୍ୟେକ ମେମ୍ବର ଏ ଯୋଜନାର କିଛି ଲାଭ ପାଇପାରିବେ ନାହିଁ। କେବଳ ମିଶନ ଶକ୍ତି ଗ୍ରୁପର ଯେଁଉ ମହିଳାମାନେ ପଞ୍ଚାୟତ ସ୍ତରରେ କିଛି ପଦବୀରେ ରହିଛନ୍ତି କେବଳ ସେହି ମହିଳା ମାନେ ଏହାର ଲାଭ ଉଠାଇ ପାରିବେ।

ପଞ୍ଚାୟତ ଲେବଲରେ ଥିବା ମହିଳା ମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରାଯିବ ସହ ଏମାନଙ୍କୁ ବାର୍ଷିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏହି ଏକ ହଜାର ଟଙ୍କା ସେମାନଙ୍କ ପୋଷାକ ପାଇଁ ଉଦ୍ଦିଷ୍ଟ ରଖାଯାଇଛି। ଏବଂ ମୋବାଇଲ ପାଇଁ ଏକକାଳୀନ ୫୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଓଡିଶା ସରକାର।

ସେହିପରି ମିଶନ ଶକ୍ତି ଗ୍ରୁପର ପଞ୍ଚାୟତ ସ୍ତରରେ ଥିବା ଯେଁଉ କମ୍ୟୁନିଟି ରିସର୍ଚ୍ଚ ପର୍ସନ ରହିଛନ୍ତି ସେମାନଙ୍କ ପାଇଁ ମାସିକ ଭତ୍ତା ବାବଦକୁ ୩୦୦ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।

ଏବଂ ଯିବା ଆସିବା ବାବଦକୁ ସେମାନଙ୍କ ଖର୍ଚ୍ଚ ପାଇଁ ୩୫୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଟେଲିଫୋନ ବାବଦକୁ ୨୫୦ ଟଙ୍କା ଲେଖାଏଁ ମିଳିବ। ତେବେ ଏହି ସବୁ ସହାୟତା ରାଶି କେବଳ ପଞ୍ଚାୟତ ସ୍ତରରେ ଥିବା କିଛି ନିର୍ଦ୍ଦିଷ୍ଟ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ରଖାଯାଇଛି। ମିଶନ ଶକ୍ତି ଗ୍ରୁପର ଥିବା ସବୁ ମେମ୍ବର ମାନେ ଏହି ଯୋଜନାର ଲାଭ ପାଇବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।