ଭାରତୀୟ ଚଳଚ୍ଚିତ୍ର ଜଗତରେ ସାଉଥ ଫିଲ୍ମର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ବକ୍ସ ଅଫିସରେ ଧମାଲ କରୁଛି ସାଉଥ୍ ଫିଲ୍ମ । ଏହାସହ ବଲିଉଡ଼ ଫିଲ୍ମର ଚାହିଦା ଧିରେ ଧିରେ କମିବାରେ ଲାଗିଛି।ବକ୍ସ ଅଫିସରେ ରାଜ୍ କରୁଛି ସାଉଥ ମୁଭି। ବଲିଉଡ୍ ଫିଲ୍ମ ଅପେକ୍ଷା ହଲ୍ରେ ଏବେ ସାଉଥ୍ ଫିଲ୍ମର ଚାଲିଛି ଦବଦବା। ଫ୍ୟାନ୍ସକୁ ମତୁଆଲା କରୁଛି ସାଉଥ ହିରୋଙ୍କ ଲୁକ୍ ଓ ଷ୍ଟାଇଲ୍ ।
ଦେଶ ବିଦେଶରେ ସୁପରହିଟ୍ ହେଉଛି ସାଉଥ ଫିଲ୍ମ । ତାମିଲ, ତେଲୁଗୁ, କନ୍ନଡ କିମ୍ବା ମାଲାୟାଲମ୍ ଫିଲ୍ମର ହିନ୍ଦୀ ଭର୍ସନ୍ ପାଇଛନ୍ତି ଦର୍ଶକ । ପୁଷ୍ପା, କେଜିଏଫ୍ ୨ ଧମାଲ କରିବା ପରେ ଏବେ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ ମଧ୍ୟ ହଲକୁ ଆସିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ର ପ୍ରଥମ ଟିଜର ଭିଡିଓ ରିଲିଜ୍ ହୋଇଛି।
ସାଉଥ ସିନେମାରେ ସାମନ୍ଥା ଖୁବ୍ ଲୋକପ୍ରିୟ । ସାମନ୍ଥା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଥାନ୍ତି।ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଜବରଦସ୍ତ ଅଭିନୟ ଓ ଲୁକରେ ଦିୱାନା ହୋଇ ଯାଆନ୍ତି ଫ୍ୟାନସ୍ ମାନେ। ଅନ୍ୟ ଅଭିନେତ୍ରୀ ମଧ୍ୟରୁ ସେ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ।
ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ସବୁଆଡେ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ପୁଣିଥରେ ସାମନ୍ଥା ତାଙ୍କର ନୂଆଁ ଚଳଚ୍ଚିତ୍ରକୁ ଯଶୋଦା’ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସାଉଥ୍ ଫିଲ୍ମ ଯଶୋଦା’ଙ୍କ ଟିଜର ସାମ୍ନାକୁ ଆସିଛି ଯେଉଁଥିରେ ଦର୍ଶକ ମାନେ ସାମନ୍ଥାଙ୍କୁ ଏକ ଭିନ୍ନ ଅନ୍ଦାଜ୍ ଦେଖିବାକୁ ପାଇବେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସାମନ୍ଥାଙ୍କ ଫ୍ୟାନସମାନେ ଏହି ଟିଜରକୁ ଖୁବ୍ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।
ତେବେ ଏହି ଚଳଚ୍ଚିତ୍ରରେ ସାମନ୍ଥାଙ୍କୁ ଭିନ୍ନ ଏକ ଲୁକ୍ ରେ ଦର୍ଶକ ଦେଖିବା ପାଇଁ ପାଇବେ। ଏହି ସାଉଥ୍ ଫିଲ୍ମର ୩୭ ସେକେଣ୍ଡର ଭିଡିଓର ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ସାମନ୍ଥା ଏଭଳି ଏକ ମହିଳାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ପ୍ରଥମେ ଡାକ୍ତରଖାନା ବେଡ୍ ଉପରେ ବସିଥିବାର ଦେଖିବାକୁ ମିଳିଛି ।
କିନ୍ତୁ ହଠାତ୍ ଝରକା ଆଡକୁ ଯିବା ମାତ୍ରେ ସେ ଏକ ପାରାକୁ ଦେଖନ୍ତି, ପାରକୁ ଦେଖିବା ମାତ୍ରେ ସାମନ୍ଥା ହାତ ବାହାର ପାରାକୁ କରି ଛୁଇଁବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ତାଙ୍କ ହାତ ପାରା ପାଖରେ ପହଞ୍ଚି ପାରେ ନାହିଁ ଏହାପରେ ସେ ଯେତେବେଳେ ବାହାରକୁ ଦେଖନ୍ତି ସେ ନିଜକୁ ଏକ ରହସ୍ୟମୟ ଦୁନିଆରେ ପାଆନ୍ତି।
ତେବେ ଏହି ଫିଲ୍ମର ଟିଜରକୁ ସେୟାର କରି ସାମନ୍ଥା କ୍ୟାପସନରେ ଲେଖିଛନ୍ତି ଯେ ମୋର ଫିଲ୍ମ୍ ଯଶୋଦା’ର ଟିଜର ସେୟାର କରି ବହୁତ୍ ଖୁସି ଲାଗୁଛି। ଏହି ଫିଲ୍ମ୍ ତେଲୁଗୁ ଭାଷାରେ ସୁଟିଂ କରଯାଇଛି। କିନ୍ତୁ ଏହି ଫିଲ୍ମର ଡବିଂ ପରେ ଏହା ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମ ଅଗଷ୍ଟ ୧୨ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।