କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁନ୍ଦର୍ ସ୍ବାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ପାନୀୟର ଆବଶ୍ୟକତା ରହିଛି।ବଦଳୁଥିବା ଜୀବନ ଶୈଳୀ, ଖାଦ୍ୟପେୟ ଯୋଗୁଁ ଅନେକ ପ୍ରକାର ରୋଗ ଦେଖାଯାଏ।ଏହା ମଧ୍ୟରୁ ଏମିତି କିଛି ରୋଗ ରହିଛି ଯେଉଁଠାରେ ଖୁବ୍ ଜଟିଳ ସମସ୍ୟା ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ ଗ୍ୟାସଷ୍ଟିକ ବା ଗ୍ୟାସ ହେଉଛି ଏକ ସାଧାରଣ ଭାବରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା।
ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକଙ୍କ ପେଟରେ ଏସିଡିଟି ଗ୍ୟାସ ସମସ୍ୟା ଆଦି ଦେଖାଯାଏ।ଏହି ସମସ୍ୟା ଏକ ଜଟିଳ ସମସ୍ୟା ଅଟେ। ଏହାକୁ ଅଣ ଦେଖା କରିବା ଉଚିତ୍ ନୁହେଁ। ଏହି ସମସ୍ୟାକୁ ଅଣଦେଖା କରିବାର ଅର୍ଥ ବଡ ବଡ ରୋଗକୁ ଆମନ୍ତ୍ରଣ କରିବା।
ଯଦି ଆପଣ ମଧ୍ୟ ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟାରେ ରହିଛନ୍ତି ତେବେ ଆଜି ଆମେ ଆପଣମାନଙ୍କୁ ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ। ତେବେ ଏହି ଉପଚାର ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଏବଂ ସେବନ ବାବଦରେ ଜଣାଇବୁ। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।
ଆବଶ୍ୟକ ସାମଗ୍ରୀ:’
ଲେମ୍ବୁ, ଖାଇବା ସୋଡା
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଗ୍ୟାସ ଅନ୍ କରି ଏକ ପାତ୍ର ବସାଇ ଏଥିରେ ଏକ ଗ୍ଲାସ୍ ପାଣି ଦିଅନ୍ତୁ। ପାଣିକୁ ହାଲକା ଉଷୁମ କରନ୍ତୁ ଅଧିକ ଗରମ କରିବାର କିଛି ଆବଶ୍ୟକତା ନାହିଁ ନଖ। ତେବେ ପାଣି ନଖ ଉଷୁମ ହୋଇଗଲେ ଗ୍ୟାସ୍ ଅଫ କରି ପାଣିକୁ ଏକ ଗ୍ଲାସକୁ ଢ଼ାଳି ନିଅନ୍ତୁ।
ଏବେ ଏକ ଲେମ୍ବୁ ନେଇ ଏହାର ରସ ବାହାର କରି ନିଅନ୍ତୁ। ଏବଂ ୨ ଚାମଚ୍ ଲେମ୍ବୁ ରସ ଉଷମ ପାଣିରେ ଏଡ୍ କରନ୍ତୁ। ଏହାପରେ ଏକ ଚାମଚ ଖାଇବା ସୋଡାକୁ ଚାରି ଭାଗ କରି ସେଥିରୁ ଏକ ଭାଗ ଖାଇବା ସୋଡ଼ା ସେହି ପାଣିରେ ମିଶାଇ ଦିଅନ୍ତୁ ଏହାକୁ ଭଲ ଭାବରେ ମିଶଇ ଦେବେ।
ଏବେ ଏହି ପାଣିକୁ ଆପଣ ଏହାକୁ ଚାହା ପିଇଲା ଭଳି ଧୀରେ ଧୀରେ ପିଅନ୍ତୁ। ଆପଣଙ୍କୁ ଯେତିକି ସମୟ ଏହା ପିଇବା ପାଇଁ ଲାଗିବ ସେହି ସମୟ ମଧ୍ୟରେ ଆପଣଙ୍କ ପେଟରୁ ସବୁ ଗ୍ୟାସ ପବନ ପରି ବାହାରି ଯିବ। ଏହା ବହୁ ପୁରାତନ ଓ ଘରୋଇ ଉପଚାର ଅଟେ।
ନିହାତି ଆପଣ ଏହାକୁ ଥରେ ପିଇକି ଦେଖନ୍ତୁ। ଏହାକୁ ସେବନ କରିବାର ୩-୪ ମିନିଟ୍ ଭିତରେ ଆପଣଙ୍କ ପେଟର ଗ୍ୟାସ ରିଲିଜ୍ ହୋଇଯିବ। ପେଟକୁ ଆରାମ ମିଳିବ ଓ ଆପଣଙ୍କୁ ବହୁତ୍ ରିଲାକ୍ସ ଫିଲ ହେବ। ଯେବେବି ଆପଣଙ୍କୁ ଲାଗୁଛି ଆପଣଙ୍କ ପେଟରେ ଗ୍ୟାସ ଅଟକି ଯାଇଛି ଆପଣ ତୁରନ୍ତ ଏହାକୁ ବନେଇ ସେବନ କରି ଗ୍ୟାସ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।