Weight Loss Diet – ଭାତ ନା ରୁଟି – କ’ଣ ଖାଇଲେ କମିବ ଓଜନ? Dr.Ritu…

ଭାତ ଆମ ଦେଶର ଏକ ପ୍ରଧାନ ଖାଦ୍ୟ । ବିଶେଷ କରି ଆମ ରାଜ୍ୟ ଓଡିଶାର ଲୋକେ ପ୍ରତିଦିନ ଭାତ ଖାଆନ୍ତି । ଭାରତୀୟ ଖାଦ୍ୟ ଶୈଳୀରେ ରନ୍ଧା ଯାଉଥିବା ବ୍ୟଞ୍ଜନକୁ ଆମେ ଭାତ ଏବଂ ରୁଟି ସହ ଭୋଜନ କରିଥାଉ । କିନ୍ତୁ ଯେତେବେଳେ ଓଜନ କମାଇବା କଥା ଆସେ ସେତେବେଳେ ଆମେ ଚିନ୍ତିତ ହୋଇଯାଉ ଓ ଭାତ ଛାଡି ରୁଟି ଖାଇବା ଆରମ୍ଭ କରି ଦେଉ । ତେବେ ଏପରି କରିବା ସଠିକ ଅଟେ ନା ଏହା ଏକ ଭୁଲ ଧାରଣା ! ଚାଲନ୍ତୁ ଜାଣିବା ଡାକ୍ତର ବା ଡାଏଟିସିଆନ ନିହାରିକା ଦାଶ ଏ ବିଷୟରେ କଣ ଟିପ୍ପଣୀ ଦେଉଛନ୍ତି ।

ଡା: ନିହାରିକା ଦାଶଙ୍କ ମତ ରେ, ଅନେକ ଲୋକ ଭାବନ୍ତି ଭାତ ଏବଂ ରୁଟି ବନ୍ଦ କରିଦେବା ଦ୍ଵାରା ଓଜନ କମିଯିବ ଏବଂ ଆମ ଓଜନ ସେହିପରି ବଜାୟ ରହିବ । ଭାତ ଏବଂ ରୋଟି ଆଦି ଶ୍ଵେତସାର ଜାତୀୟ ଖାଦ୍ଯ ରେ ପ୍ରଚୁର ପରିମାଣ ରେ କାର୍ବୋହାଇଡ୍ରେଟ ରହିଛି ।

ଆଉ କାର୍ବୋହାଇଡ୍ରେଟ ଶକ୍ତିର ଏକ ମୁଖ୍ୟ ଉତ୍ସ ଅଟେ । ଆମ ଶରୀର କୁ କାର୍ଯ୍ୟ କରିବା ପାଇଁ ଯେଉଁ ଶକ୍ତି ଦରକାର ତାହା କାର୍ବୋହାଇଡ୍ରେଟ ରୁ ମିଳିଥାଏ । ଏହି କାର୍ବୋହାଇଡ୍ରେଟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ଏହା ସଂପୂର୍ଣ୍ଣ ଭାବେ ବନ୍ଦ କରିବା ଆମ ଶରୀର ପାଇଁ ହାନିକରକ ଅଟେ । ଏପରି କରିବା ଦ୍ଵାରା କିଟୋସିସ ହେବା ର ସମ୍ଭାବନା ଅଧିକ ରହିଥାଏ ।

ସେଥି ପାଇଁ ଆପଣ ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ ନ କରି ଦିନ କୁ ଥରେ ଖାଇ ପାରିବେ । ଭାତ କେତେ ପରମାଣ ରେ ଖାଇବା ଉଚିତ ତାହା ଆମେ ଜାଣି ପାରି ନ ଥାଉ । ଖାଉ ଖାଉ ଅଧିକ ଭାତ ଖାଇ ଦେଇଥାଉ । ଯାହା ଆମ ଓଜନ କୁ ବଢାଇ ଦେଇଥାଏ ।

କିନ୍ତୁ ରୋଟି ଆମେ ଅତି ବେଶୀ ରେ ୪ ରୁ ୫ଟି ଖାଇପାରୁ । ନଚେତ ଆମେ ଖାଉ ଥିବା ଭାତ ଆଉ ରୋଟି ର କ୍ୟାଲୋରି ପରିମାଣ ପ୍ରାୟତଃ ସମାନ ରହୁଛି । ରୋଟି ରେ ସୋଡିୟମ ଭାତ ଅପେକ୍ଷା ଅଧିକ ରହୁଛି । ଡା: ନିହାରିକା ଙ୍କ ମତ ରେ ଭାତ ଖାଇବା ଛାଡି ଦେଲେ ବା ରୁଟି ଖାଇଲେ ପତଳା ହୋଇ ଯିବା ବୋଲି ଭାବିବା ଏକ ଭୁଲ ଧାରଣା ଅଟେ ।

ଆମେ ଯେହେତୁ ଓଡିଆ ଭାତ ନ ଖାଇଲେ ଆମ କୁ ଶାନ୍ତି ଲାଗେ ନାହିଁ । ଆଉ ଅଧିକ ଦିନ ଆମେ ଭାତ ନ ଖାଇ ମଧ୍ୟ ରହି ପାରୁ ନାହୁଁ । ତେଣୁ ଡା: ନିହାରିକା ତାଙ୍କ କ୍ଲାଏଣ୍ଟ ମାନ ଙ୍କୁ ଗୋଟିଏ ଭଲ ଟ୍ରିକ ଦିଅନ୍ତି । କେବଳ ଆମିଷ ଖାଉଥିବା ଡିଆଁ ଭାତ ଖାଆନ୍ତୁ ଏବଂ ଅନ୍ୟ ଦିନ ରୁଟି ଖାଆନ୍ତୁ ବୋଲି ସେ ଉପଦେଶ ଦିଅନ୍ତି । ଆଉ ଭାତର ପରିମାଣ ମଧ୍ୟ କମ ରଖିବା ଉଚିତ । ଏହା ଦ୍ଵାରା ଆପଣ ଙ୍କ ଡାଏଟ ଏବଂ ଓଜନ ଉଭୟ ସନ୍ତୁଳିତ ରୁହେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!