Beauty Tips – ହଳଦୀରେ ମିଶାଇ ଦିଅନ୍ତୁ ବାସ୍ ଏହି ଗୋଟିଏ ଜିନିଷ, ମୁହଁ ହିରା ଭଳି ଚମକିବ ବିଶ୍ୱାସ କରିପାରିବେ ନାହିଁ

ଆଜି କାଲି ଲୋକମାନଙ୍କ ପାଖରେ ସମୟ ଅଭାବ ଥିବାରୁ ତ୍ବଚାର ଯତ୍ନ ନେଇପାରୁନଥିବା ବେଳେ ଏନେଇ ଅନେକ ସମସ୍ୟା ଦେଖାଯାଉଛି। ଫଳରେ ମୁହଁରେ ବ୍ରଣ ଏବଂ ଦାଗ ଆଦି ହୋଇଥାଏ। ଯଦି ଆପଣ ବ୍ୟସ୍ତ ଜୀବନରେ ଅଳ୍ପ ସମୟ ବାହାର କରି ହଳଦୀ ,ପୋଦିନା ପତ୍ର ଓ ଗଲିସେରିନ ର ବ୍ୟବହାର କରନ୍ତି ତେବେ ଏହା ଆପଣ ଙ୍କ ତ୍ବଚାକୁ ସୁସ୍ଥ ରଖିବା ସହିତ ତ୍ବଚାର ସମସ୍ତ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିବ। କାରଣ ପୋଦିନାରେ ଥିବା ପୋଷକ ତତ୍ତ୍ବ ତ୍ବଚାର ଯତ୍ନ ନେବାରେ ଲାଭକାରୀ ହୋଇଥାଏ ଏବଂ ତ୍ବଚାକୁ ପୋଷଣ ପ୍ରଦାନ କରିଥାଏ।ପୂର୍ବରୁ ଜାଣି ରଖନ୍ତୁ ପିଂପଲ ନହେବା ପାଇଁ କଣ କରିବେ ।ରାତିରେ ଶୋଇବା ଆଗରୁ ଫେସରେ ମେକପ ଲଗାଇ ଶୁଅନ୍ତୁ ନାହିଁ ।ବାହାରୁ ଆସିଲେ ଭଲ କରି ଫେସ ଧୋଇବା ଦରକାର, ବ୍ରଣ ବାହାରିଥିଲେ ତାହା ଛୁଅନ୍ତୁ ନାହିଁ କି ବାରମ୍ବାର ଫେସକୁ ଚୁଇବେ ନାହିଁ।ତେବେ ଏବେ ଆସନ୍ତୁ ରିମେଡି ବିଷୟରେ ଜାଣନ୍ତୁ।

ଆବଶ୍ୟକ ସାମଗ୍ରୀ:-

 


– ନିମ୍ବ ପତ୍ର
-ତୁଳସୀ ପତ୍ର
-ରୋଜ ୱାଟର
-ଏଲୋଭେରା ଜେଲ
-ଗଲିସେରିନ
-ପୋଦିନା ପତ୍ର
-ଟି ଫ୍ରି ଏସେନସିଆଲ ଅଏଲ

 

ପ୍ରସ୍ତୁତି ପ୍ରଣାଳୀ:-

ଆପଣ ପ୍ରଥମେ କିଛି ନିମ୍ବ ପତ୍ର କୁ ଧୋଇ ହାଲୁକା ଶୁଖାଇ ନିଅନ୍ତୁ ।ଠିକ ସେହିପରି ତୁଳସୀ ପତ୍ର ଓ ପୋଦିନା ପତ୍ର ଧୋଇ ଶୁଖାଇ ନିଅନ୍ତୁ ।ଏହାପରେ ସବୁଥିରୁ ଗୋଟିଏ ମୁଠା ପତ୍ର ନେଇ ଗୋଟିଏ ମିଶକ୍ଚର ଜାରରେ ରଖନ୍ତୁ ଆଉ ସେଥିରେ କିଛି ରୋଜ ୱାଟର ମିଶାଇ ଗ୍ରାଣ୍ଡିଂ କରିନିଅନ୍ତୁ ।ଏହାପରେ ସେହି ପତ୍ର ପେଷ୍ଟକୁ ଗୋଟିଏ କପଡ଼ାରେ ରଖି ସେହିଥିରୁ ରସ ବାହାର କରିନିଅନ୍ତୁ ।ଆପଣକୁ କ୍ରିମ ତିଆରି କରିବାକୁ ପଡିବ ସେଥିପାଇଁ ଗୋଟିଏ ପାତ୍ରରେ 4 ଚାମୁଚ ଏଲୋଭେରା ଜେଲ ନିଅନ୍ତୁ ।ଏବେ ସେହି ପାତ୍ରରେ କିଛି ଗଲିସେରିନ ନିଅନ୍ତୁ ଯାହା ମସଚୁରାଇଜର ପରି କାମ କରିବ ।ଏବେ ସେହି ପତ୍ର ରସ କୁ ନେଇ ସେହି ପାତ୍ରରେ ଦିଅନ୍ତୁ ଆଉ 7 ରୁ 8 ବୁନ୍ଦା ଟି ଫ୍ରି ଏସେନସିଆଲ ଅଏଲ ନେଇ ସବୁକୁ ଭଲ କରି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ।

 

ବ୍ୟବହାର:-

ଏହି ରିମେଡି କୁ ଆପଣ ରାତିରେ ଲଗେଇ ଦିଅନ୍ତୁ ଆଉ ସକାଳେ ମୁହଁକୁ ଧୋଇ ଦିଅନ୍ତୁ ।ତେବେ ଆପଣ ଚାହିଁଲେ ଫେସରେ ଏହି କ୍ରିମ ଲଗାଇବାର 15 ମିନିଟ ପରେ ଫେସ ଧୋଇ ପାରିବେ ।ତେବେ ଏହି ରିମେଡି ବ୍ୟବହାର କରିବାର ଗୋଟିଏ ସପ୍ତାହ ଭିତରେ ଦେଖି ପାରିବେ ମୁହଁରେ କେମିତି ଗ୍ଲୋ ଆସିଯିବ ଓ ଦାଗ ବ୍ରଣ ଭଲ ହେଇଯିବ ।ଏବେ ଆସନ୍ତୁ ଜାଣିବା ବ୍ରଣ ଭଲ କରିବାର ଆଉ ଗୋଟିଏ ଘରୋଇ ରିମେଡି ।

ଆପଣ ମାନେ ଚାହିଁଲେ ଏହାର ଆଉ ଗୋଟିଏ ରେମେଡୀ ଫେସପାକ୍ ପ୍ରସ୍ତୁତ କରିପାରିବେ। ଏହି ଘରୋଇ ଉପଚାର ପାଇଁ ଆବଶ୍ୟକ ଆପଣ ଅଧା ଚାମୁଚ ହଳଦୀଗୁଣ୍ଡ ଏକ ପାତ୍ରରେ ନିଅନ୍ତୁ ଏହା ଏହାପରେ ଏକ ପେଷ୍ଟ ତିଆରି ପାଇଁ ଆବଶ୍ୟକ ମୁତାବକ ସେହି ପାତ୍ରରେ କ୍ଷୀର ନିଅନ୍ତୁ ।ତେବେ ସେହି ଦୁଇଟିକୁ ଗୋଳାଇ ଏକ ପେଷ୍ଟ ତିଆରି କରି ବ୍ରଣ ଉପରେ ଲଗାନ୍ତୁ ଦେଖିବେ ବ୍ରଣ ଧୀରେ ଧୀରେ ଭଲ ହେଇଯିବ ।