ବାସ୍ତୁ teeps-ବାସ୍ତୁଶାସ୍ତ୍ର ଅନୁଯାୟୀ ଠାକୁର ଘରର ନିର୍ମାଣ କରିବାର ସଠିକ ନିୟମ ଜଣାନ୍ତୁ କେଉଁକେଉଁ ନିୟମ ଗୁଡିକ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ !

ଆମ ସମାଜରେ ବାସ୍ତୁ ଶାସ୍ତ୍ରର ଏକ ବିଶେଷ ମହତ୍ତ୍ଵ ରହିଛି। ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ଗୁରୁତ୍ବ ଦିଆ ଯାଇଥାଏ। ଓଡିଆରେ ବାସ୍ତୁ ଶବ୍ଦର ଅର୍ଥ ଗୃହ ବା ବାସସ୍ଥାନ, ଗୃହ ନିର୍ମାଣ ପାଇଁ ଉଦ୍ଦିଷ୍ଟ କ୍ଷେତ୍ର ବାସ୍ତୁ ଶାସ୍ତ୍ର। ବାସ୍ତୁ ଶାସ୍ତ୍ର ଭାରତୀୟ ସଂସ୍କୃତିର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ।ଲବାସ୍ତୁ ବିଜ୍ଞାନ ଅନୁଯାୟୀ ଗୃହ ନିର୍ମାଣ କରିବା ଅତ୍ୟନ୍ତ ଶୁଭକର ବୋଲି ବିବେଚନା କରାଯାଏ। ବହୁ ପ୍ରାଚୀନ କାଳରୁ ମୁନି ରୁଷିଙ୍କ ଦ୍ଵାରା ବାସ୍ତୁ ଶାସ୍ତ୍ର ବା ବାସ୍ତୁ ବିଜ୍ଞାନ ରଚନା କରାଯାଇଥିଲା।

ପ୍ରତ୍ୟେକ ଘରେ ଠାକୁର ଘରର ଏକ ବିଶେଷ ମହତ୍ତ୍ଵ ରହିଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୃହର କେଉଁ ଦିଗରେ ଠାକୁର ଘର ନିର୍ମାଣ କରିବା ଅତ୍ୟନ୍ତ ଶୁଭ ହେବ ଏବଂ ଗୃହର ସୁଖ ଶାନ୍ତି ବୃଦ୍ଧି ପାଇବ ସେ ବିଷୟରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଭୁଲ ଦିଗରେ ଠାକୁର ଘର ତିଆରି କରାଯାଏ ତେବେ ଏହା ପରିବାରର ସଦସ୍ୟ ମାନଙ୍କ ଉପରେ କୁ ପ୍ରଭାବ ପଡିଥାଏ। ତେଣୁ ଘରେ ଠାକୁର ଘର ତିଆରି କରିବା ବେଳେ ବାସ୍ତୁ ଶାସ୍ତ୍ରର କିଛି ନିୟମ ପାଳନ କରିବା ଉଚିତ୍। ତେବେ ସେହି ବାସ୍ତୁ ସମ୍ବନ୍ଧିତ କିଛି ନିୟମ ବିଷୟରେ ଆଲୋଚନା କରିବା।

ବାସ୍ତୁ ଶାସ୍ତ୍ରର ଅନୁସାରେ ଠାକୁର ଘର ସଦାସର୍ବଦା ଉତ୍ତର- ପୂର୍ବ ବା ଐଶାନ୍ୟ କୋଣରେ ହେବା ଦରକାର। ଏହାର କୌଣସି ବିକଳ୍ପ କରିବା କରିବା ଉଚିତ୍ ନୁହେଁ। ଯଦି ଅନ୍ୟ ବ୍ୟବସ୍ଥା ନଥାଏ ତେବେ ଠାକୁର ଘର ସାମାନ୍ୟ ଉତ୍ତର ବା ସାମାନ୍ୟ ପୂର୍ବ ଦିଗରେ କରି ପାରିବେ। କିନ୍ତୁ ଐଶାନ୍ୟ କୋଣରେ ଠାକୁର ଘର ନିର୍ମାଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

ଶୋଇବଘରେ ଠାକୁର ପୂଜା କରିବା ଉଚିତ୍ ହୋଇନଥାଏ। ଯଦି ଆପଣ ଶୋଇବା ଘରେ ଠାକୁର ପୂଜା କରୁଛନ୍ତି ତେବେ ଠାକୁରଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ କରନ୍ତୁ ଓ ପୂଜା ସରିବା ପରେ ଏକ ପରଦା ଢାଙ୍କି ଦିଅନ୍ତୁ। ଠାକୁର ଘରର ବନ୍ଧ ୪ କାଠ ବିଶିଷ୍ଟ ଓ କବାଟ ଏକ ପାଖିଆ ନ ହୋଇ ଦୁଇ ପାଖିଆ ହେବା ଉଚିତ୍ ଓ କବାଟ କାଠର ତିଆରି ହେବା ଉଚିତ୍। କବାଟ ଆପେ ଆପେ ଖୋଲିବା ଓ ବନ୍ଦ ହେବା ଉଚିତ୍ ନୁହେଁ।

ପୂଜା ଘରେ ଠାକୁରଙ୍କ ମୂର୍ତ୍ତି ନରଖି ଫୋଟ ରଖି ପୂଜା କରନ୍ତୁ। ଯଦି ଘରେ ମୂର୍ତ୍ତି ସ୍ଥାପନ କରିବା ପାଇଁ ଚାହୁଁଛନ୍ତି ତେବେ ମୂର୍ତ୍ତିର ଉଚ୍ଚାତା ୬ ଆଙ୍ଗୁଳି ଠାରୁ ଛୋଟ ହେବା ଉଚିତ୍। ଠାକୁର ମୂର୍ତ୍ତିବା ଫୋଟକୁ କାନ୍ଥରେ ନ ଲଗାଇ ଏକ ସ୍ଵତନ୍ତ୍ର ଆସ୍ଥାନ କରାଯିବ ଦରକାର।

ଠାକୁରଙ୍କ ଆସ୍ଥାନକୁ ଛାଡି ଆଉ କୈାଣସି ସ୍ଥାନ ମାର୍ବଲ ହେବା ଉଚିତ୍ ନୁହେଁ। ଠାକୁରଙ୍କ ଫୋଟ ବା ମୂର୍ତ୍ତିକୁ ପଶ୍ଚିମ ମୁଁହା କରି ପୂଜା କରୁଥିବା ବ୍ୟକ୍ତି ଠାକୁରଙ୍କ ଡାହାଣ ପାଖେ ବସି ଉତ୍ତର ଦିଗକୁ ମୁଁହ କରିବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।