bastu teeps-ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ସିଡି କୋଉଠି ହେବା ଦରକାର,ଜାଣିରଖନ୍ତୁ ନହେଲା ପରେ ଅସୁବିଧାରେ ପଡିପାରନ୍ତି !
ପାରମ୍ପାରିକ ହିନ୍ଦୁ ସଭ୍ୟତା ଅନୁଯାୟୀ ବାସ୍ତୁ ଶାସ୍ତ୍ରକୁ ବହୁତ ଗୁରୁତ୍ବ ଦିଆ ଯାଇଥାଏ। ଓଡିଆରେ ବାସ୍ତୁ ଶବ୍ଦର ଅର୍ଥ ଗୃହ ବା ବାସସ୍ଥାନ, ଗୃହ ନିର୍ମାଣ ପାଇଁ ଉଦ୍ଦିଷ୍ଟ କ୍ଷେତ୍ର ବାସ୍ତୁ ଶାସ୍ତ୍ର ଅତି ପୁରାତନ କଳା ବିଜ୍ଞାନ ଓ ଭାରତୀୟ ସଂସ୍କୃତିର ଏକ ଅଂଶ ପୂର୍ବ କାଳରେ ବହୁ ରାଜା ମହାରାଜା ବାସ୍ତୁ ଶାସ୍ତ୍ର ଅନୁସାରେ ରାଜ ପ୍ରାସାଦ ନିର୍ମାଣ କରୁ ଥିଲେ।
ସୁଖ ସମ୍ପଦ ବୃଦ୍ଧି, ସନ୍ତାନ ସନ୍ତତି ଓ ଅନ୍ୟାନ୍ୟ ବହୁବିଧ ସୌଭାଗ୍ୟ ଲଗି ବlସ୍ତୁ ଶାସ୍ତ୍ର ସହାୟକ ହୋଇ ଥାଏ ବସ୍ତୁ ତ୍ରୁଟି ଅନେକ ଦୁଃଖ ନିରାଶ ଦିଏ. ତେଣୁ ଗୃହ ନିର୍ମାଣ ବାସ୍ତୁବିଜ୍ଞାନ ଅନୁଯାୟୀ ନିର୍ମିତ ହେବା ଶୁଭକର ସମସ୍ତଙ୍କର ମଙ୍ଗଳ ପାଇଁ ପ୍ରାଚୀନ ମୁନି ରୁଷିଙ୍କ ଦ୍ଵାରା ବାସ୍ତୁ ଶାସ୍ତ୍ର ବା ବାସ୍ତୁ ବିଜ୍ଞାନ ରଚିତ ହୋଇଥିଲା।
ପ୍ରତ୍ୟେକ ଗୃହର ସିଡି ଏକ ମହତ୍ତ୍ଵ ରହିଛି ସେହି ଦୃଷ୍ଟିରୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୃହର କେଉଁ ଦିଗରେ ଅତ୍ୟନ୍ତ ଶୁଭ ହେବ ଏବଂ ଗୃହର ସୁଖ ଶାନ୍ତି ବୃଦ୍ଧି ପାଇବ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଭୁଲ ଦିଗରେ ସିଡି ତିଆରି କରାଯାଏ ତେବେ ଏହା ପରିବାରର ସଦସ୍ୟ ମାନଙ୍କ ଉପରେ କୁ ପ୍ରଭାବ ପଡିଥାଏ। ତେଣୁ ଗୃହର ସିଡି ତିଆରି କରିବା ବେଳେ ବାସ୍ତୁ ଶାସ୍ତ୍ରର କିଛି ନିୟମ ପାଳନ କରିବା ଉଚିତ୍।ତେବେ ସେହି ସେହି ବାସ୍ତୁ ସମ୍ବନ୍ଧିତ କିଛି ନିୟମ ବିଷୟରେ ଆଲୋଚନା କରିବା।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ପଶ୍ଚିମ, ଦକ୍ଷିଣ କୋଣ ଉଚ୍ଚା ହେବା ଦରକାର,ତେବେ ଏହି ସିଡି ଉପରେ ଆଉ ଗୋଟେ ଗୃହ ହୋଇପାରିବ ଫଳରେ ଦକ୍ଷିଣା ପବନ ଓ ପଶ୍ଚିମ ପବନ ଆଉ କେଉଁ ଘରେ ବାଜିବ ନାହିଁ। ଦକ୍ଷିଣା ପବନ ଘରେ ମାଡ ହେଲେ ଘରେ ବହୁତ ପଇସା ଖର୍ଚ୍ଚ ହୋଇଯାଏ, ଶାରୀରିକ ଅସୁସ୍ଥତା ଦେଖିବାକୁ ମିଳିଥାଏ। ସେଥିପାଇଁ ଆମେ ନୈରୁତ କୋଣରେ ସିଡି ତିଆରି କରିବା ଉଚିତ ହୋଇଥାଏ। ଏହି କୋଣରେ ସିଡି ରଖିଲେ ଗୃହରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ।
ଯଦି ସିଡି ପଶ୍ଚିମ ପଟେ ରଖୁଛନ୍ତି ତେବେ ଦକ୍ଷିଣ ପଟେ ଏକ କାନ୍ଥ ଦେଇ ଦିଅନ୍ତୁ। ନହେଲେ ଦକ୍ଷିଣ ପଟେ ସିଡିଘର ଉଚ୍ଚର ଏକ ଘର ନିର୍ମାଣ କରନ୍ତୁ। ଯଦି ଆପଣ ବାୟୁ କୋଣରେ ସିଡି ତିଆରି କରୁଛନ୍ତି ଆପଣ ବାୟୁ ରୋଗରେ ପୀଡିତ ହୋଇ ପାରନ୍ତି।
ଯଦି ଅଗ୍ନି କୋଣରେ ସିଡି କରାଯାଏ ତେବେ ଗ୍ୟାସ ଜନିତ ରୋଗରେ ପୀଡିତ ରହିବା ସହ ଆଣ୍ଠୁଗଣ୍ଠି ପୀଡ଼ା, ରକ୍ତଚାପ, ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ରୋଗମାନଙ୍କର ସାମ୍ନା କରିବାକୁ ପଡ଼ିବ। ଯଦି ପୂର୍ବ ଦିଗରେ ସିଡି ତିଆରି କରନ୍ତି ତେବେ ପୂର୍ବପୁରଷ ମାନେ ଆସନ୍ତି ହୋଇଥାନ୍ତି।
ସିଡି ଘର ତଳେ କେବେ ଠାକୁର ଘର କି ରୋଷେଇ ଘର କରନ୍ତୁ ନାହିଁ ଏହାର ବହୁତ କୁପ୍ରଭାବ ପରିବାର ଉପରେ ପଡ଼ିଥାଏ।ତେବେ ନୈରୁତ କୋଣରେ ସିଡି ନିର୍ମାଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।