viral ଭିଡ଼ିଓ -ପ୍ରେମ କରି ବିବାହ କଲେ ଗର୍ଭାବସ୍ଥାରେ କଲେ ହତ୍ୟା,ହତ୍ୟା ପଛରେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !
ମାନବ ଜୀବନର ସବୁଠାରୁ ବଡ଼ ସମ୍ପର୍କ ହେଉଛି ପ୍ରେମ ସମ୍ପର୍କ, ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ । ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା, ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା ।ପ୍ରେମରେ ଛୋଟବଡ଼ ନାହିଁ, ଧନୀ କି ଗରିବ ନାହିଁ କଳା ଗୋରାର ଭେଦ ଭାବ ମଧ୍ୟ ନାହିଁ ।ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ, ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି । ପ୍ରେମ ହୃଦୟରୁ ଆରମ୍ଭ ହୋଇ ଥାଏ ।ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ; ତାହାକୁ ଅନନ୍ତ ଲକ୍ଷ୍ୟପଥରେ ଅଗ୍ରସର କରେ; ତାହାହିଁ ପ୍ରକୃତ ପ୍ରେମ ।
ପ୍ରେମ ବିବାହ ହେଉ କି ପ୍ରସ୍ତାବିତ ବିବାହ ହେଉ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ବିବାହ କରିଥିବା ଦୁଇଟି ହୃଦୟଏହି ପବିତ୍ର ବନ୍ଧନରେ ଜନ୍ମ ଜନ୍ମ ପାଇଁ ବାନ୍ଧି ହୋଇଯାଆନ୍ତି।କିନ୍ତୁ ଏ ସଂସାର ରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ସମ୍ପର୍କର ମୂଲ୍ୟକୁ ସହଜରେ ବୁଝି ପାରନ୍ତି ନାହିଁ।ସେମିତି ଏକ ହୃଦୟ ବିଦାରକ ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ।
ଏ ହେଉଛି ଓଡ଼ିଶାର ଭଦ୍ରକ ଜିଲ୍ଲାର ଘଟଣା। ଭଦ୍ରକ ଜିଲ୍ଲାର ବୀର ହାଟ ଥାନ ଅନ୍ତର୍ଗତ ମାଲପୁର ଗ୍ରାମର ସୁଧାରଞ୍ଜନ ମାହାନ୍ତିଙ୍କ ଝିଅ ପ୍ରଜ୍ଞାସିନୀଙ୍କ କଥା। ପରିବାର ଲୋକଙ୍କ ଇଚ୍ଛା ନଥିବା ସତ୍ବେ ଗତ ୨୦୧୮ ମସିହା ଡିସେମ୍ବର ମାସରେ ପ୍ରଜ୍ଞାସିନୀ କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ଅଧିନସ୍ଥ ଅଁରା ଗ୍ରାମର ଖଗେଶ୍ବର ଜେନାଙ୍କୁ ବୈଦିକ ରୀତିରେ ପ୍ରେମ ବିବାହ କରିଥିଲେ ପ୍ରଜ୍ଞା।ସେ ଏବେ ଗର୍ଭବତୀ ଥିଲେ। କିନ୍ତୁ ଏମିତି ସମୟରେ ବି ତାଙ୍କୁ ହତ୍ୟା କରାଯାଇଛି।
ପ୍ରଜ୍ଞା ଚାକିରୀ କରିଥିଲେ। ମାସକ ଯାକର ଦରମା ନିଜ ସ୍ୱାମୀ ହାତକୁ ବଢାଇ ଦେଉଥିଲେ। ସେ ଚାକିରୀ କରିଥିଲେ ସତ କିନ୍ତୁ ନିଜ ହିସାବରେ ବଞ୍ଚିବା ପାଇଁ ଅନୁମତି ନଥିଲା। ନିଜର ଏ. ଟି.ଏମ, ବ୍ୟାଙ୍କ୍ ବହି ସବୁକିଛି ସ୍ୱାମୀଙ୍କ ହାତରେ ରହିଥିଲା।ଶାଶୁ ଘର ଲୋକଙ୍କ ଅତ୍ୟାଚାର ସହି ଆସୁଥିଲେ ପ୍ରଜ୍ଞା। ପୁଳା ପୁଳା ଯୈାତୁକ,ସୁନା ଗହଣା, ଟଙ୍କା ପଇସା, ପ୍ରଜ୍ଞାଙ୍କ ଚାକିରୀର ସବୁ ପଇସା ନେଇବି ପ୍ରଜ୍ଞାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ। ଏମାନଙ୍କୁ ଯୌତୁକ ଲୋଭ ଏତେ ଗ୍ରାସ କରିଥିଲା ଯେ ଅତି ନିଷ୍ଠୁର ଭାବରେ ଗର୍ଭାବସ୍ଥାରେ ଥିବା ପ୍ରଜ୍ଞାଙ୍କୁ ହତ୍ୟା କରି ପକାଇଲେ।
ଶେଷରେ ଝିଅର ପରିବାର ଲୋକଙ୍କ ଆଗରେ ଓ ପୋଲିସ ଆଗରେ ଶାଶୁ ଘର ଲୋକ କହିଲେ ଯେ ପ୍ରଜ୍ଞାସିନୀ ଗାଧୋଇ ଆସିବା ସମୟରେ ଗାଧୁଆ ଘରେ ପଡ଼ି ମରିଯାଇଛନ୍ତି। ଯାହାକୁ ପ୍ରଜ୍ଞାସିନୀଙ୍କ ପରିବାର ଲୋକେ ଆଦୈ ଗ୍ରହଣ କରି ପାରୁ ନାହାନ୍ତି। ଝିଅର ମରିବା ଦୁଃଖରେ ମର୍ମାହତ ହୋଇ ପଡ଼ିଥିବା ବାପ ନ୍ୟାୟ ପାଇବା ଆଶାରେ ପ୍ରଜ୍ଞାସିନୀଙ୍କ ଶାଶୁ ଘର ଲୋକ ନାଁରେ ମାମଲା ରୁଜ୍ଜୁ କରିଛନ୍ତି।
ପ୍ରେମ ବିବାହ କରିଥିବା ପ୍ରଜ୍ଞାସିନୀ ଯେଉଁ ସୁଖର ସଂସାରର ସ୍ବପ୍ନ ଦେଖିଥିଲେ ଯୌତୁକ ନିର୍ଯାତନାର ଶିକାର ହୋଇ ସବୁ ହରାଇଦେଲେ ଶେଷରେ ନିଜ ଜୀବନ ବି ହରାଇଦେଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।